delhi
ନୂଆଦିଲ୍ଲୀ: ଦିଲ୍ଲୀର ବାୱାନାର ଜେଜେ କଲୋନୀରେ ଶୁକ୍ରବାର ବଡ଼ ଅଘଟଣ ଘଟିଛି। ଏଠାରେ ଏକ ପୁରୁଣା ବିଲ୍ଡିଂର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ଚାପି ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜର ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀ ପୁଲିସ୍ ମୁତାବକ ବିଲ୍ଡିଂରୁ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଫସିଥିବା ବାକି ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି। ତେବେ ଆହତ ହୋଇଥିବା ୨ ମହିଳାଙ୍କୁ ହସ୍ପିଟାଲ ପଠାଇ ଦିଆଯାଇଛି। ଏବେବି କିଛି ଲୋକେ ବିଲ୍ଡିଂ ତଳେ ଫସିଥିବାର ଆଶଙ୍କା କରାଯାଉଛି।
ବିଲ୍ଡିଂରୁ ଯେଉଁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନେ ହେଲେ ଫାତିମା ଓ ଶେହନାଜ। ଶେହନାଜଙ୍କ ଝିଅ ଓ ଅନ୍ୟ ତିନିଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଶେହନାଜଙ୍କ ୯ ବର୍ଷର ଝିଅ ଆଫରିନଙ୍କ ବ୍ୟତୀତ ରୁକେୟା ଖାତୁନ୍, ଶେହଜାଦ୍ ଓ ଦାନିଶ ରହିଛନ୍ତି।
https://twitter.com/ANI/status/1492085092055134210?s=20&t=ZGaBCsRb7grH3pW2mC9V0Q
ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଅପରାହ୍ଣ ୨.୪୫ରେ ହଠାତ୍ ବିଲ୍ଡିଂ ଭୁଶୁଡ଼ିଥିବା ଖବର ଆସିଲା। ଯାହା ପରେ ଅଗ୍ନିଶମ ବିଭାଗର ୪ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋଟିଏ ଜେସିବି ମେସିନ୍ ଓ ଦୁଇଟି ଆମ୍ବୁଲାନ୍ସ ମଧ୍ୟ ଉଦ୍ଧାର ପାଇଁ ପଠାଯାଇଥିଲା। ନରେଲା ଥାନା ପୁଲିସ୍ ପହଞ୍ଚିବା ପରେ ଜଣାପଡ଼ିଲା ଯେ ଭୁଶୁଡ଼ିଥିବା ଫ୍ଲାଟ ରାଜୀବ ରତନ ଆବାସର ଏକ ଅଂଶ। ଏଥିରେ ପ୍ରାୟ ୩୦୦ରୁ ୪୦୦ ଫ୍ଲାଟ୍ ଅଛି।
ଦିନକ ତଳେ ଅର୍ଥାତ୍ ଗୁରୁବାର ସନ୍ଧ୍ୟାରେ ଗୁରୁଗ୍ରାମରେ ଚିଣ୍ଟେଲ ପାରାଡିସୋ ହାଉସିଂ କମ୍ପ୍ଲେକ୍ସରେ ବଡ଼ ଅଘଟଣା ଘଟିଥିଲା। ଏଠାକାର ୬ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଲିଭିଂ ରୁମର ଚଟାଣ ଭୁଶୁଡ଼ିଥିଲା ଏବଂ ଏହା ପରେ ଛାତ ଓ ଚଟାଣ ସିଧା ଖସି ପଡ଼ିଥିଲା। ଷଷ୍ଠ ମହଳାର ଏକ ଫ୍ଲାଟରେ ନବୀକରଣ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/delhi-1.jpg)