Advertisment

୨୪ ଘଣ୍ଟା ଭିତରେ ଟିଭି ଷ୍ଟାରଙ୍କ ହତ୍ୟାର ବଦଲା ନେଲା ସେନା, ଟଳିଲେ ୪ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଲୋକପ୍ରିୟ ଟିଭି ତଥା ସୋଶାଲ ମିଡିଆର ମହିଳା ଷ୍ଟାରଙ୍କ ହତ୍ୟାର ବଦଲା ମାତ୍ର ୨୪ ଘଣ୍ଟା ମଧ୍ୟରେ ନେଇଛି ସେନା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଲସ୍କର-ଇ-ତାଏବା ଆତଙ୍କୀ। ଏହି ୪ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ମହିଳା ଟିଭି ଅଭିନେତାଙ୍କ ହତ୍ୟାକାଣ୍ତରେ ୨ ଜଣ ସାମିଲ ଥିଲେ। ପୁଲୱମା ଓ ଶ୍ରୀନଗରରେ ହୋଇଥିବା ପୃଥକ ଏନକାଉଣ୍ଟର୍‌ରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ ସୂଚନା ଦେଇଛି। ପୁଲିସ୍‌ ପକ୍ଷରୁ ଦିଆଯାଇଥିବା […]

ଅଦ୍ୟତନ ହୋଇଛି
୨୪ ଘଣ୍ଟା ଭିତରେ ଟିଭି ଷ୍ଟାରଙ୍କ ହତ୍ୟାର ବଦଲା ନେଲା ସେନା, ଟଳିଲେ ୪ ଆତଙ୍କୀ

TV

Advertisment

ଶ୍ରୀନଗର: ଜମ୍ମୁ-କଶ୍ମୀରର ଲୋକପ୍ରିୟ ଟିଭି ତଥା ସୋଶାଲ ମିଡିଆର ମହିଳା ଷ୍ଟାରଙ୍କ ହତ୍ୟାର ବଦଲା ମାତ୍ର ୨୪ ଘଣ୍ଟା ମଧ୍ୟରେ ନେଇଛି ସେନା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଲସ୍କର-ଇ-ତାଏବା ଆତଙ୍କୀ। ଏହି ୪ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ମହିଳା ଟିଭି ଅଭିନେତାଙ୍କ ହତ୍ୟାକାଣ୍ତରେ ୨ ଜଣ ସାମିଲ ଥିଲେ। ପୁଲୱମା ଓ ଶ୍ରୀନଗରରେ ହୋଇଥିବା ପୃଥକ ଏନକାଉଣ୍ଟର୍‌ରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ ସୂଚନା ଦେଇଛି।

Advertisment

ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ପୁଲୱମା ଅନ୍ତର୍ଗତ ଅବନ୍ତିପୁରାର ଅଗନହାନଜିପୁରା ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ବଡ଼ଗାମରେ ଟିଭି ଅଭିନେତ୍ରୀ ଅମରୀନ ଭଟଙ୍କୁ ହତ୍ୟା କରିଥିବା ଦୁଇ ଜଣ ଆତଙ୍କବାଦୀଙ୍କ ସହ ଏଠାରେ ଗୁଳି ବିନିମୟ ହୋଇଥିଲା।

ଦୀର୍ଘ ସମୟ ଧରି ଚାଲି ଥିବା ଏନକାଉଣ୍ଟରରେ ୨ ଜଣ ଯାକ ଆତଙ୍କୀ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କବାଦୀ ହେଲେ ବଡ଼ଗାମ ଅନ୍ତର୍ଗତ ହାଫରୋ ଚାଦୋରାର ଶାହିଦ ମୁସ୍ତାକ ଭଟ ଓ ପୁଲୱମା ଅନ୍ତର୍ଗତ ହକିରପୋରାର ଫରହାନ ହବିବ। ଉଭୟ ଲସ୍କରର କମାଣ୍ଡର ଲତିଫର ନିର୍ଦ୍ଦେଶରେ ଅମରୀନ ଭଟଙ୍କୁ ଗୁଳି କରି ହତ୍ୟା କରିଥିଲେ। ନିହତ ଶାହିଦ ଓ ଫରହାନର ମୃତଦେହ ନିକଟରୁ ଗୋଟିଏ ଏକେ ୫୬ ରାଇଫଲ, ୪ଟି ମାଗାଜିନ ଓ ଗୋଟିଏ ପିସ୍ତଲ ଜବତ କରାଯାଇଛି।

Advertisment


ସେହିପରି ଶ୍ରୀନଗର ସୌରା ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାକୁ ମିଶାଇ ୩ ଦିନ ମଧ୍ୟରେ ୧୦ ଜଣ ଆତଙ୍କୀ ନିହତ ହେଲେଣି। ଏମାନଙ୍କ ମଧ୍ୟରେ ୩ ଜଣ ଜୈଶର ସଦସ୍ୟ ଓ ହୋଇଥିବା ବେଳେ ବାକି ୭ ଜଣ ଲସ୍କରର ସଦସ୍ୟ।

ସୂଚନାଯୋଗ୍ୟ, ୨୫ ତାରିଖ ସନ୍ଧ୍ୟାରେ ବଡ଼ଗାମରେ ରହୁଥିବା ଟିଭି ଅଭିନେତ୍ରୀ ଅମରୀନ ଭଟଙ୍କୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗୁଳିମାଡ଼ରେ ତାଙ୍କର ୧୦ ବର୍ଷୀୟ ପୁତୁରା ଆହତ ହୋଇଥିଲେ।

Jammu Kashmir Terrorists Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe