Advertisment

ତାଜମହଲ ପରିସରରେ ନମାଜ ପାଠ, ୪ ପର୍ଯ୍ୟଟକ ଗିରଫ

ଲକ୍ଷ୍ନୌ: ଦେଶରେ ମନ୍ଦିର ଓ ମସଜିଦକୁ ନେଇ ବିବାଦ ଲାଗି ରହିଛି। ଅନେକ ଗୁଡିଏ ମସଜିଦ ତଳେ ମନ୍ଦିର ଥିବା ନେଇ ଦାବି ହୋଇଛି। ଏହାରି ଭିତରେ ଆଗ୍ରା ତାଜମହଲ ପରିସରରେ ଥିବା ମସଜିଦ୍‌ରେ ନମାଜ ପାଠ କରୁଥିବା ୪ ପର୍ଯ୍ୟଟକଙ୍କୁ ପୁଲିସ ଗିରଫ କରିଛି। ଗିରଫ ୪ ଯୁବକଙ୍କ ମଧ୍ୟରୁ ୩ ଜଣ ହାଇଦ୍ରାବାଦର ଓ ଜଣେ ଆଜମଗଡର ବୋଲି ଜଣାପଡିଛି। ଏହି ୪ ଜଣ ତାଜମହଲ ପରିସରରେ ଥିବା ମସଜିଦରେ ନମାଜ ପାଠ କରୁଥିଲେ। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ତାଜମହଲ ପରିସରରେ ନମାଜ ପାଠ, ୪ ପର୍ଯ୍ୟଟକ ଗିରଫ

namaz-inside-mosque-in-taj-mahal

ଲକ୍ଷ୍ନୌ: ଦେଶରେ ମନ୍ଦିର ଓ ମସଜିଦକୁ ନେଇ ବିବାଦ ଲାଗି ରହିଛି। ଅନେକ ଗୁଡିଏ ମସଜିଦ ତଳେ ମନ୍ଦିର ଥିବା ନେଇ ଦାବି ହୋଇଛି। ଏହାରି ଭିତରେ ଆଗ୍ରା ତାଜମହଲ ପରିସରରେ ଥିବା ମସଜିଦ୍‌ରେ ନମାଜ ପାଠ କରୁଥିବା ୪ ପର୍ଯ୍ୟଟକଙ୍କୁ ପୁଲିସ ଗିରଫ କରିଛି। ଗିରଫ ୪ ଯୁବକଙ୍କ ମଧ୍ୟରୁ ୩ ଜଣ ହାଇଦ୍ରାବାଦର ଓ ଜଣେ ଆଜମଗଡର ବୋଲି ଜଣାପଡିଛି। ଏହି ୪ ଜଣ ତାଜମହଲ ପରିସରରେ ଥିବା ମସଜିଦରେ ନମାଜ ପାଠ କରୁଥିଲେ।

Advertisment

ସୂଚନା ମୁତାବକ, ବୁଧବାର ଦିନ ହାଇଦ୍ରାବାଦରୁ ୪ ଜଣ ଯୁବକ ଆଗ୍ରା ତଜମହଲ ବୁଲିବାକୁ ଆସିଥିଲେ। ଏହି ୪ ଜଣ ତାଜମହଲ ବୁଲିବା ପରେ ତା' ପରିସରରେ ଥିବା ମସଜିଦ ପାଖରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ସେମାନେ ନମାଜ ପାଠ କରିବାକୁ ଲାଗିଥିଲେ। ଏନେଇ ତାଜମହଲ ସୁରକ୍ଷାରେ ଥିବା ସିଆଇଏସ୍‌ଏଫ ଯବାନଙ୍କୁ ସୂଚନା ମିଳିବା ପରେ ଉକ୍ତ ୪ ଜଣ ପର୍ଯ୍ୟଟକଙ୍କୁ ଧରି ସ୍ଥାନୀୟ ପୁଲିସ ଜିମା ଦିଆଯାଇଥିଲା। ପୁଲିସ ୪ ପର୍ଯ୍ୟଟକଙ୍କ ବିରୋଧରେ ଆଇପିସି ଧାରା ୧୫୩ ଅନୁଯାୟୀ ମାମଲା ରୁଜୁ କରି ଗିଫର କରିଥିଲା।

ବାସ୍ତବରେ ତାଜମହଲରେ ଥିବା ଏହି ମସଜିଦରେ କେବଳ ଶୁକ୍ରବାର ଦିନ ହିଁ ନମାଜ ପାଠ କରିବାକୁ ଅନୁମତି ରହିଛି। ସପ୍ତାହର ପ୍ରତି ଶୁକ୍ରବାର ତାଜ କମ୍ପ୍ଲେକ୍ସରେ ନିର୍ମିତ ମସଜିଦରେ ପରିଚୟ ପତ୍ର ଦେଖାଇବା ପରେ କେବଳ ସ୍ଥାନୀୟ ଲୋକଙ୍କୁ ନମାଜ ପାଇଁ ପ୍ରବେଶ ଅନୁମତି ଦିଆଯାଉଛି।

Advertisment
Taj Mahal