Advertisment

ଗୋଟିଏ ହସ୍ପିଟାଲର ୪୦ ଡାକ୍ତର କରୋନାରେ ସଂକ୍ରମିତ

ଲକ୍ଷ୍ନୌ : ଗୋଟିଏ ହସ୍ପିଟାଲରେ ୪୦ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ସମସ୍ତ ଡାକ୍ତର କୋଭିଡର ଦୁଇଟି ଯାକ ଟିକା ନେଇଥିବା ସୂଚନା ରହିଛି। ସଂକ୍ରମିତ ହୋଇଥିବା ଡାକ୍ତର ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟର। ଏବେ ଏହି ଡାକ୍ତର ଅନେକ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ୟୁପି ସରକାର ଏବେ ଚିନ୍ତାରେ। ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନାଇଟ୍ କର୍ଫ୍ୟୁ ଏବଂ ଅନ୍ୟାନ୍ୟ କଟକଣା ଲଗାଇବା ଦିଗରେ ସରକାର ଚିନ୍ତା କରିବା […]

ଅଦ୍ୟତନ ହୋଇଛି
ଗୋଟିଏ ହସ୍ପିଟାଲର ୪୦ ଡାକ୍ତର କରୋନାରେ ସଂକ୍ରମିତ

KGMU-Hospital

Advertisment

ଲକ୍ଷ୍ନୌ : ଗୋଟିଏ ହସ୍ପିଟାଲରେ ୪୦ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ସମସ୍ତ ଡାକ୍ତର କୋଭିଡର ଦୁଇଟି ଯାକ ଟିକା ନେଇଥିବା ସୂଚନା ରହିଛି। ସଂକ୍ରମିତ ହୋଇଥିବା ଡାକ୍ତର ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟର। ଏବେ ଏହି ଡାକ୍ତର ଅନେକ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ୟୁପି ସରକାର ଏବେ ଚିନ୍ତାରେ। ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନାଇଟ୍ କର୍ଫ୍ୟୁ ଏବଂ ଅନ୍ୟାନ୍ୟ କଟକଣା ଲଗାଇବା ଦିଗରେ ସରକାର ଚିନ୍ତା କରିବା ଦରକାର ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି।

Advertisment

ମଙ୍ଗଳବାର ଏହି କେଜିଏମୟୁ ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ବିପୀନ ପୁରୀ ସମେତ ମୋଟ୍ ୪୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯେଉଁଥିରେ ସର୍ଜରୀ ବିଭାଗର ୨୦ ଜଣ ଡାକ୍ତର ଥିବା ବେଳେ ୟୁରୋଲଜି ବିଭାଗର ୯ ଜଣ, କ୍ରିଟିକାଲ କେୟାର ମେଡିସିନ ବିଭାଗର ତିନି ଜଣ ଡାକ୍ତର ରହିଛନ୍ତି। ଏହାବାଦ୍ ଅନ୍ୟାନ୍ୟ କର୍ମଚାରୀ ଓ ଚିକିତ୍ସିକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୫,୯୨୮ ଜଣ କରୋନାରେ ସଂକ୍ରମିତ ହେଇଛନ୍ତି। ୩୦ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ମଙ୍ଗଳବାର କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୨୮ ନୂଆ ସଂକ୍ରମିତ ହୋଇଛନ୍ତି। ଏହାପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୩୯,୯୨୮ କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୩୦ ସଂକ୍ରମିତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୋଟ୍ ୮,୯୨୪ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ତେବେ ସୋମବାର ୩,୯୯୯ ଜଣ କରୋନାରେ ସଂକ୍ରମିତ ହୋଇଥିଲେ।

Advertisment

ଏବେ ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୭,୫୦୯ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସା ପରେ ୧,୧୭୬ ଜଣ ଆରୋଗ୍ୟ ହେବା ପରେ ମୋଟ୍ ଆରୋଗ୍ୟ ସଂଖ୍ୟା ୬,୦୩,୪୯୫ରେ ପହଞ୍ଚିଛି।

Corona COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe