Advertisment

ଯୁଦ୍ଧ ଆଁରେ ୟୁକ୍ରେନ୍‌: ଜୀବନ ବିକଳରେ ୮ କିମି ଧାଇଁଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଯୁଦ୍ଧ କବଳିତ ୟୁକ୍ରେନ୍‌ରେ ସବୁଠି ଭୟ ଓ ଆତଙ୍କ। ଆକ୍ରମଣ, ଗୁଳିଗୋଳା ଓ ପ୍ରଚଣ୍ଡ ବିସ୍ପୋରଣରେ ଥରହର ଦେଶ। ସବୁଠି ଆକୁଳ ଚିତ୍କାର। ଜୀବନ ବଞ୍ଚାଇବା ପାଇଁ ଲୋକଙ୍କ ସଂଘର୍ଷ ଅବର୍ଣ୍ଣନୀୟ। ଯୁଦ୍ଧ ମୁହଁରୁ ବର୍ତ୍ତିବା ପାଇଁ ଲୋକମାନେ ବିକଳ ହୋଇ ଏଠି ସେଠି ଧାଇଁବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ରୁଷ ପକ୍ଷରୁ ଲଗାତାର ହମଲା ଜାରି ରହିଥିବା ୟୁକ୍ରେନ୍‌ରୁ ଆସିଛି ଏମିତି ଦୟନୀୟ ଚିତ୍ର। ୟୁକ୍ରେନ୍‌ରେ ରହୁଥିବା ୪୦ ଜଣ ଭାରତୀୟ ଛାତ୍ର […]

author-image
Tapas Behera
ଯୁଦ୍ଧ ଆଁରେ ୟୁକ୍ରେନ୍‌: ଜୀବନ ବିକଳରେ ୮ କିମି ଧାଇଁଲେ ଭାରତୀୟ ଛାତ୍ର

ukrain9

ନୂଆଦିଲ୍ଲୀ: ଯୁଦ୍ଧ କବଳିତ ୟୁକ୍ରେନ୍‌ରେ ସବୁଠି ଭୟ ଓ ଆତଙ୍କ। ଆକ୍ରମଣ, ଗୁଳିଗୋଳା ଓ ପ୍ରଚଣ୍ଡ ବିସ୍ପୋରଣରେ ଥରହର ଦେଶ। ସବୁଠି ଆକୁଳ ଚିତ୍କାର। ଜୀବନ ବଞ୍ଚାଇବା ପାଇଁ ଲୋକଙ୍କ ସଂଘର୍ଷ ଅବର୍ଣ୍ଣନୀୟ। ଯୁଦ୍ଧ ମୁହଁରୁ ବର୍ତ୍ତିବା ପାଇଁ ଲୋକମାନେ ବିକଳ ହୋଇ ଏଠି ସେଠି ଧାଇଁବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ରୁଷ ପକ୍ଷରୁ ଲଗାତାର ହମଲା ଜାରି ରହିଥିବା ୟୁକ୍ରେନ୍‌ରୁ ଆସିଛି ଏମିତି ଦୟନୀୟ ଚିତ୍ର। ୟୁକ୍ରେନ୍‌ରେ ରହୁଥିବା ୪୦ ଜଣ ଭାରତୀୟ ଛାତ୍ର ଆଜି ଜୀବନ ବଞ୍ଚାଇବା ପାଇଁ ବିକଳ ହୋଇ ଦଉଡ଼ିଥିଲେ। ସେମାନଙ୍କୁ ତାଙ୍କ କଲେଜ୍‌ ବସ୍‌ ପୋଲାଣ୍ଡ ସୀମାରେ ଛାଡ଼ି ଦେବା ପରେ ଅସହାୟ ହୋଇ ଧାଇଁଥିଲେ। ପ୍ରାୟ ୮ କିଲୋମିଟର ଚାଲି ଚାଲି ପୋଲାଣ୍ଡ ସୀମାରେ ପହଞ୍ଚି ସେଠାରେ ଆଶ୍ରୟ ନେଇଛନ୍ତି । ଏହି ଛାତ୍ରମାନେ ଅଧ୍ୟୟନ କରୁଥିବା ଲଭିଭର୍‌ ମେଡିକାଲ କଲେଜଟି ପୋଲାଣ୍ଡ ସୀମାଠାରୁ ୭୦ କିମି ଦୂରେରେ ଅବସ୍ଥିତ। ସେମାନଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। କିନ୍ତୁ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ଏୟାର ସ୍ପେଷ ବନ୍ଦ ରହିଛି।

Advertisment

ଫଳରେ ସେମାନେ ସୁରକ୍ଷିତ ଫେରିବା ନେଇ ସନ୍ଧିହାନ୍‌ରେ ଅଛନ୍ତି। ପାଖାପଖି ୧୬,୦୦୦ ଭାରତୀୟ ୟୁକ୍ରେନ୍‌ରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି।  ବହୁ ଛାତ୍ରଛାତ୍ରୀ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ଉଦ୍ଧାର ପାଇଁ ନିବେଦନ କରୁଛନ୍ତି । ସେପଟେ ୟୁକ୍ରେନ୍‌ରେ ଫସି ରହିଥିବା

ଭାରତୀୟ ନାଗରିକମାନଙ୍କୁ ବୁକରେଷ୍ଟ୍‌ ବାଟ ଦେଇ ଭାରତକୁ ଫେରାଇ ଆଣିବା ଲାଗି ଆଜି ରାତି ୨ଟା ବେଳେ ଏୟାର୍‌ ଇଣ୍ଡିଆ ୨ଟି ବିମାନ ପଠାଇବ। ଭାରତୀୟ ଉଦ୍ଧାରକାରୀ ଟିମ୍‌ ରୋମାନିଆ ସୀମାନ୍ତରେ ପହଞ୍ଚିଯାଇଛନ୍ତି। ସୂଚନା ଅନୁସାରେ, କେତେକ ଭାରତୀୟ ନାଗରିକ ଏବେ କିଭ୍‌ ସ୍ଥିତ ଭାରତୀୟ ଦୂତାବାସରେ ଆଶ୍ରୟ ନେଇଛନ୍ତି। ଦୂତାବାସ ଚାରିପଟେ ବୋମା ପଡୁଥିବା ରିପୋର୍ଟ ମିଳିଥିଲେ ସୁଦ୍ଧା କିଛି କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଛି।

Advertisment