Advertisment

୪୨୨କୁ ବଢ଼ିଲା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଆଜି ଏହି ସଂଖ୍ୟା ୪୨୨ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ଏହି ସଂଖ୍ୟା ୭୯ ରହିଛି। ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୧୦୮ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ଏଯାଏ ୪୨ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ୨୩ ଜଣ ସୁସ୍ଥ ହୋଇଥିବା ବେଳେ ଗୁଜରାଟରେ ୪୩ ଜଣ ଓମିକ୍ରନ […]

author-image
Hemant Lenka
ଅଦ୍ୟତନ ହୋଇଛି
୪୨୨କୁ ବଢ଼ିଲା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

Omicron

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଆଜି ଏହି ସଂଖ୍ୟା ୪୨୨ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ଏହି ସଂଖ୍ୟା ୭୯ ରହିଛି।

Advertisment

ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୧୦୮ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ଏଯାଏ ୪୨ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ୨୩ ଜଣ ସୁସ୍ଥ ହୋଇଥିବା ବେଳେ ଗୁଜରାଟରେ ୪୩ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ଦକ୍ଷିଣ ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।

ତେଲେଙ୍ଗାନାରେ ୪୧ ଜଣ, କେରଳରେ ୩୮, ତାମିଲନାଡୁରେ ୩୪ ଓ କର୍ଣ୍ଣାଟକାରେ ୩୧ ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ରାଜସ୍ଥାନରେ ଚିହ୍ନଟ ହୋଇଥିବା ୨୨ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ପଶ୍ଚିମବଙ୍ଗରେ ୬ ଜଣ, ହରିଆଣାରେ ୪ ଜଣ, ଓଡ଼ିଶାରେ ୪ ଜଣ(ଆଜିର ୪ ଜଣଙ୍କୁ ବାଦ ଦେଇ), ଆନ୍ଧ୍ରରେ ୪ ଜଣ, ଜମ୍ମୁ-କଶ୍ମୀରରେ ୩ ଜଣ, ଉତ୍ତର ପ୍ରଦେଶରେ ୨ ଜଣ, ଚଣ୍ଡିଗଡ଼, ଲଦାଖ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଉପରେ ଚିହ୍ନଟ ହୋଇଥିବା ୪୨୨ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

Advertisment


ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬,୯୮୭ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୩୭,୮୬,୮୨୦କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ମୋଟ ମାମଲାର ୦.୨୨% ରହିଛି, ଯାହା ମାର୍ଚ୍ଚ ୨୦୨୦ ପରଠାରୁ ସବୁଠାରୁ କମ।

ଭାରତରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୬,୭୬୬ ରହିଛି। ଆରୋଗ୍ୟ ହାର ୯୮.୪୦% । ୨୪ ଘଣ୍ଟାରେ ୭,୦୯୧ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୨,୩୦,୩୫୪ରେ ପହଞ୍ଚି ଯାଇଛି। ଦିନକରେ କରୋନା ୧୬୨ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୭୯,୬୮୨କୁ ବୃଦ୍ଧି ପାଇଛି।

ଦେଶରେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ଭାରତ ସରକାର ୧୫ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନଙ୍କ ଟିକାକରଣ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩ ତାରିଖରୁ ସେମାନଙ୍କ ଟିକାକରଣ ଆରମ୍ଭ ହେବ। ସେହିପରି ଜାନୁଆରୀ ୧୦ରୁ କରୋନା ସମ୍ମୁଖଯୋଦ୍ଧା, ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କୁ ଟିକାର ବୁଷ୍ଟର ଡୋଜ୍ ଦିଆଯିବ।