Advertisment

କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ, ୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ

ମହୀଶୂର: କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରିବା ମାମଲାରେ ୫ ଜଣଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୁଲିସ। ଦୁଷ୍କର୍ମ ହେବାର ଚାରି ଦିନ ପରେ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ନାବାଳକ ରହିଛି। ଏ ନେଇ ଡିଜିପି ପ୍ରବୀଣ ସୁଦ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା ପୁଲିସ। ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ପୁଲିସର ସଫଳତାକୁ ପ୍ରଶଂସା କରିଛନ୍ତି। ମିଳିଥିବା […]

ଅଦ୍ୟତନ ହୋଇଛି
କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ, ୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ

karnataka-gang-rape-case

Advertisment

ମହୀଶୂର: କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରିବା ମାମଲାରେ ୫ ଜଣଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୁଲିସ। ଦୁଷ୍କର୍ମ ହେବାର ଚାରି ଦିନ ପରେ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ନାବାଳକ ରହିଛି। ଏ ନେଇ ଡିଜିପି ପ୍ରବୀଣ ସୁଦ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା ପୁଲିସ। ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ପୁଲିସର ସଫଳତାକୁ ପ୍ରଶଂସା କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଅଭିଯୁକ୍ତ ଶ୍ରମିକ ଶ୍ରେଣୀର। ସେମାନେ ସେଦିନ (ଅଗଷ୍ଟ ୨୪) ମହୀଶୂର ବୁଲିବାକୁ ଆସିଥିଲେ। ଯେତେବେଳେ ଏଭଳି ଅପରାଧ କରିଥିଲେ ସେମାନେ ପ୍ରଚୁର ମଦ ପିଇଥିଲେ। ମହୀଶୂରଠୁ ଟିକିଏ ଦୂରରେ ଥିବା ଚାମୁଣ୍ଡି ହିଲସ ପାଖରେ ଏହି ଅପରାଧ ହୋଇଥିଲା।

ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ଜଣଙ୍କ ଏମବିଏ ଛାତ୍ରୀ। ସେ ଓ ତାଙ୍କ ପୁରୁଷ ବନ୍ଧୁ ଏକାଠି ହୋଇ ବୁଲିବାକୁ ଯାଇଥିଲେ। ସଂଧ୍ୟା ହେବା ପରେ ଅଭିଯୁକ୍ତମାନେ ପ୍ରଥମେ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ ପରେ ତାଙ୍କ ପାଖରେ ଥିବା କିଛି ଜିନିଷକୁ ଚୋରି କରିବାକୁ ଚେଷ୍ଟା କରିଥିଲେ। ଏହାପରେ ନିଶାଶକ୍ତ ଅବସ୍ଥାରେ ଛାତ୍ରୀଙ୍କ ପୁରଷ ବନ୍ଧୁଙ୍କୁ ବାଡିରେ ମାଡ଼ ମାରି ଲହୁ ଲହାଣ କରି ଦେଇଥିଲେ ଅଭିଯୁକ୍ତ। ଏହାପରେ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ ବୋଲି ସୂଚନା ରହିଛି। ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନକୁ ରେକର୍ଡ କରି ପୁଲିସ ତଦନ୍ତ ଜାରି ରଖିଥିଲା।

Advertisment

ଯେଉଁ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି ସେମାନଙ୍କର ପୂର୍ବ ବ୍ୟାକଗ୍ରାଉଣ୍ଡ ଜାଣିବାକୁ ପୁଲିସ ଚେଷ୍ଟା କରୁଛି। ପୁଲିସ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଏମାନେ ତାମିଲନାଡୁରେ ଘଟିଥିବା କିଛି ଅପରାଧରେ ସାମିଲ୍ ରହିଛନ୍ତି। କିନ୍ତୁ ପୂର୍ବରୁ ପୁଲିସ ସନ୍ଦେହ କରିଥିଲା ଯେ ଅଭିଯୁକ୍ତମାନେ ତାମିଲନାଡୁ ଏବଂ କେରଳର ଇଞ୍ଜିନିୟରିଂ ଛାତ୍ର।

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ରାଜନୀତିକ ବୟାନବାଜି ହୋଇଥିଲା। ଏମିତିକି ଝିଅ ଜଣଙ୍କ କାହିଁକି ସଂଧ୍ୟା ୭ଟା ଯାଏ ବାହାରେ ଥିଲେ ବୋଲି ବିଜେପି ନେତା ତଥା ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ପ୍ରଶ୍ନ କରିଥିଲେ। ଯାହାକୁ ନେଇ ବିରୋଧୀ ସରକାର ଏବଂ ଗୃହମନ୍ତ୍ରୀଙ୍କ ମାନସିକତା ଉପରେ ପ୍ରଶ୍ନ ଉଠାଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ମଧ୍ୟ ଏହି ଘଟଣାକୁ ନିଜ ଆଡୁ ଦେଖୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe