Advertisment

୫ଟି ଛୁରୀରେ ଶ୍ରଦ୍ଧାଙ୍କୁ ଖଣ୍ଡଖଣ୍ଡ କରିଥିଲା ଅଫତାବ, ମିଳୁନି କରତର ପତ୍ତା

ନୂଆଦିଲ୍ଲୀ: ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିବା ପରେ ୫ଟି ଧାରୁଆ ଓ ବଡ଼ ଛୁରୀ ଦ୍ୱାରା ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କାରି କାଟି ଦେଇଥିଲା ଅଫତାବ ପୁନାୱାଲା। ପୁଲିସ୍‌ ଅଫତାବ ବ୍ୟବହାର କରିଥିବା ୫ଟି ଯାକ ଛୁରୀକୁ ଠାବ କରିବାରେ ସକ୍ଷମ ହୋଇଛି। ତେବେ ସେ ବ୍ୟବହାର କରିଥିବା କରତ ସମ୍ପର୍କରେ ପୁଲିସ୍‌ ଏଯାଏ କୌଣସି ସୂଚନା ପାଇନାହିଁ। ଅଫତାବ ୫ଟି ଛୁରୀ ଓ ଗୋଟିଏ କରତ ଦ୍ୱାରା ଶ୍ରଦ୍ଧାଙ୍କ ମୃତଦେହକୁ ୩୫ […]

୫ଟି ଛୁରୀରେ ଶ୍ରଦ୍ଧାଙ୍କୁ ଖଣ୍ଡଖଣ୍ଡ କରିଥିଲା ଅଫତାବ, ମିଳୁନି କରତର ପତ୍ତା

aftab

Advertisment

ନୂଆଦିଲ୍ଲୀ: ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିବା ପରେ ୫ଟି ଧାରୁଆ ଓ ବଡ଼ ଛୁରୀ ଦ୍ୱାରା ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କାରି କାଟି ଦେଇଥିଲା ଅଫତାବ ପୁନାୱାଲା। ପୁଲିସ୍‌ ଅଫତାବ ବ୍ୟବହାର କରିଥିବା ୫ଟି ଯାକ ଛୁରୀକୁ ଠାବ କରିବାରେ ସକ୍ଷମ ହୋଇଛି। ତେବେ ସେ ବ୍ୟବହାର କରିଥିବା କରତ ସମ୍ପର୍କରେ ପୁଲିସ୍‌ ଏଯାଏ କୌଣସି ସୂଚନା ପାଇନାହିଁ।

Advertisment

ଅଫତାବ ୫ଟି ଛୁରୀ ଓ ଗୋଟିଏ କରତ ଦ୍ୱାରା ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରି କାଟି ଦେଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଉକ୍ତ ଖଣ୍ଡ ଗୁଡ଼ିକୁ ଦିଲ୍ଲୀର ଗୋଟିଏ ଜଙ୍ଗଲରେ ଫିଙ୍ଗିଥିଲା। ପୁଲିସ୍‌ ଅଫତାବକୁ ଗିରଫ କରିବା ପରେ ଏହି ଲୋମହର୍ଷଣକାରୀ ଘଟଣାରେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି।

ତଦନ୍ତ ବେଳେ ପୁଲିସ୍‌ ୫ଟି ଯାକ ବଡ଼ ଛୁରୀ ପାଇବାକୁ ସକ୍ଷମ ହୋଇଛି। ପୁଲିସ୍‌ କହିଛି ଯେ ୫ରୁ ୬ ଇଞ୍ଚି ବିଶିଷ୍ଟ ୫ଟି ଛୁରୀକୁ ଠାବ କରାଯାଇଛି। ଏହି ଛୁରୀ ଦ୍ୱାରା ଅଫତାବ ନିଜ ପ୍ରେମିକା ଶ୍ରଦ୍ଧାଙ୍କୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲା। ଏବେ ଉକ୍ତ ଛୁରୀଗୁଡ଼ିକ ଫରେନ୍ସିକ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଛି।

Advertisment

ଆଜି ପୁଲିସର ଗୋଟିଏ ଟିମ୍ ମୁମ୍ବାଇର ଭାୟାନ୍ଦରରେ ସର୍ଚ୍ଚ ଅପରେସନ କରିଛି। ଅଫତାବ ସମ୍ଭବତଃ ଏଠାରେ ଥିବା ଗୋଟିଏ କେନାଲରେ ଶ୍ରଦ୍ଧାଙ୍କ ମୋବାଇଲ ଫୋନ ଫିଙ୍ଗି ଦେଇଥିବା ଆଶଙ୍କା କରି ପୁଲିସ୍‌ ଏପରି ପଦକ୍ଷେପ ନେଇଛି। ସର୍ଚ୍ଚ ଅପରେସନରେ ସ୍ଥାନୀୟ ବୁଡ଼ାଳିମାନେ ମଧ୍ୟ ନିୟୋଜିତ ହୋଇଛନ୍ତି।

ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି ପୁଲିସ୍‌ ଅଫତାବର ପଲିଗ୍ରାଫ ଟେଷ୍ଟ କରୁଛି। ଆଜି ରାତି ଯାଏ ଏହି ଟେଷ୍ଟ ଚାଲିବ। ଏହାପରେ ପୁଲିସ୍ ରିପୋର୍ଟ ହାସଲ କରିବ ବୋଲି ଜଣାପଡ଼ିଛି। ସେହିପରି ଆସନ୍ତାକାଲି ଅଫତାବର ନାର୍କୋ ଟେଷ୍ଟ କରିବାକୁ ପୁଲିସ୍ ଯୋଜନା କରିଛି।

ମେ’ ୧୮ ତାରିଖରେ ଅଫତାବ ଦିଲ୍ଲୀ ସ୍ଥିତ ଫ୍ଲାଟରେ ପ୍ରଥମେ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ପ୍ରାୟ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡ କରି କାଟି ପକାଇଥିଲା। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ୧୮ ଦିନ ଧରି ଅଫତାବ ଦିଲ୍ଲୀର ମେହରାଉଲି ଓ ଛତ୍ରପୁର ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe