Advertisment

୫୦ କୋଟି ଟଙ୍କାର କୋକେନ ଜବତ, ୪ ବିଦେଶୀ ଓ ୨ ମହିଳା ଗିରଫ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ବେଆଇନ ନିଶାଦ୍ରବ୍ୟ କାରବାରର ଆଉ ଏକ ରାକେଟ ପର୍ଦ୍ଦାଫାସ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ୫୦ କୋଟି ଟଙ୍କାର କୋକେନ ଜବତ କରିବା ସହ ୪ ବିଦେଶୀ ନାଗରିକ ଓ ୨ ଜଣ ମହିଳାଙ୍କୁ ଗିରଫ କରିଛି। ଜବତ କୋକେନର ଓଜନ ୭ କେଜି ହେବ। ଏହି ରାକେଟ କେମିତି ଦେଶରେ ଅପରେଟ କରୁଥିଲା, ତା’ର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଆଣ୍ଟି ଡ୍ରଗ୍ସ ଏଜେନ୍ସି ପ୍ରଥମେ ଦିଲ୍ଲୀର ତିଲକ ନଗରରେ କୋକେନ […]

୫୦ କୋଟି ଟଙ୍କାର କୋକେନ ଜବତ, ୪ ବିଦେଶୀ ଓ ୨ ମହିଳା ଗିରଫ

Cocaine

Advertisment

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ବେଆଇନ ନିଶାଦ୍ରବ୍ୟ କାରବାରର ଆଉ ଏକ ରାକେଟ ପର୍ଦ୍ଦାଫାସ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ୫୦ କୋଟି ଟଙ୍କାର କୋକେନ ଜବତ କରିବା ସହ ୪ ବିଦେଶୀ ନାଗରିକ ଓ ୨ ଜଣ ମହିଳାଙ୍କୁ ଗିରଫ କରିଛି। ଜବତ କୋକେନର ଓଜନ ୭ କେଜି ହେବ। ଏହି ରାକେଟ କେମିତି ଦେଶରେ ଅପରେଟ କରୁଥିଲା, ତା’ର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଆଣ୍ଟି ଡ୍ରଗ୍ସ ଏଜେନ୍ସି ପ୍ରଥମେ ଦିଲ୍ଲୀର ତିଲକ ନଗରରେ କୋକେନ ବେପାର କରୁଥିବା ବିଦେଶୀ ନାଗରିକଙ୍କ ଠିକଣାରେ ରେଡ୍‌ କରିଥିଲା। ଏଠାରୁ ୫ କେଜି ଓଜନର କୋକେନ ଜବତ ହୋଇଛି। ଜଣେ ମହିଳାଙ୍କ ଟ୍ରଲି ବ୍ୟାଗ୍‌ରେ ଏହି ନିଶାଦ୍ରବ୍ୟକୁ ରଖାଯାଇଥିଲା। ଇଥୋପିଆରର ଦୁଇ ଜଣ ନାଗରିକ ଉକ୍ତ ବ୍ୟାଗ୍‌କୁ ମହିଳାଙ୍କୁ ଦେଇଥିଲେ। ମହିଳାଙ୍କ ଠାରୁ ସୂଚନା ପାଇ ଏନସିପି ସେମାନଙ୍କୁ ବି ଗିରଫ କରିଛି।

ଏନସିବି କହିଛି ଯେ ଜବତ କୋକେନର ଲିଙ୍କ ମୁମ୍ବାଇର ଗୋଟିଏ ହୋଟେଲ ସହ ରହିଛି। ଏହି ଘଟଣାରେ ଜଣେ ଭାରତୀୟ ମହିଳା ଓ ୨ ଜଣ ଇଥୋପିଆ ପୁରୁଷଙ୍କୁ ଗିରଫ କରାଯାଇଛି। ଏହି ସିଣ୍ଡିକେଟ୍‌ର ଲିଙ୍କ ନାଇଜେରିଆନ ଡ୍ରଗ ମାଫିଆଙ୍କ ସହ ବି ରହିଛି। ଏହାର ଚେର ପୂରା ଭାରତ ବର୍ଷରେ ଲମ୍ବିଛି। ବିଶେଷ କରି ମୁମ୍ବାଇ ଓ ଦିଲ୍ଲୀରେ ଏମାନଙ୍କ କାରବାର ଅଧିକ ବୋଲି ଏନସିପିର ଡେପୁଟି ଡିରେକ୍ଟର ଜେନେରାଲ ଘନେଶ୍ୱର ସିଂହ କହିଛନ୍ତି।

Advertisment

ମୁମ୍ବାଇରୁ ମଧ୍ୟ ସମାନ ଢଙ୍ଗରେ ଜଣେ ମହିଳାଙ୍କ ଟ୍ରଲି ବ୍ୟାଗରୁ ୨ କେଜି ଓଜନର କୋକେନ ଜବତ ହୋଇଛି। ଏହି ଘଟଣାରେ ଜଣେ ମହିଳା ଓ ୨ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଏପରି ଭାବେ ମୋଟ ୭ କେଜି ଓଜନର କୋକେନ ଦିଲ୍ଲୀ ଓ ମୁମ୍ବାଇରୁ ଜବି ହୋଇଛି। ଏହାର ବଜାର ମୂଲ୍ୟ ୫୦ କୋଟି ଟଙ୍କା ହେବ।

ଡ୍ରଗ ମାଫିଆମାନେ ସୋଶାଲ ମିଡିଆ ପ୍ଲାଟଫର୍ମ ଓ ଭର୍ଚ୍ୟୁଆଲ ନମ୍ବର ଦ୍ୱାରା ଯୋଗାଯୋଗ ସ୍ଥାପନ କରୁଛନ୍ତି। ଏହି ମାଧ୍ୟମରେ ଏହି ନିଶାଦ୍ରବ୍ୟର ଚାଲାଣ ପାଇଁ ନିର୍ଦ୍ଦେଶ ଆସୁଛି। ସବୁ କିଛି ଆଫ୍ରିକୀୟ ଦେଶରୁ ଅପରେଟ ହେଉଛି ବୋଲି ଏନସିପି ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe