marriage
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଦୁଇଟି ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଦେଇଥିବା ବିଚାରପତିଙ୍କୁ ନେଇ ବଡ଼ ଖବର ଆସିଛି। ପୂର୍ବତନ ସ୍ୱତନ୍ତ୍ର ସିବିଆଇ ଜଜ ଶିବ ପାଲ ସିଂହ ୫୯ ବର୍ଷରେ ଦ୍ୱିତୀୟ ବିବାହ କରିଛନ୍ତି। ସେ ବିଜେପି ନେତ୍ରୀ ତଥା ଗୋଡ୍ଡା କୋର୍ଟରେ ଓକିଲାତି କରୁଥିବା ନୂତନ ତିୱାରୀଙ୍କୁ ବିବାହ କରିଛନ୍ତି। ଏହି ଗୋଡ୍ଡା କୋର୍ଟରେ ବର୍ତ୍ତମାନ ଶିବ ପାଲ ସିଂହ ବିଚାରପତି ଭାବେ ଦାୟିତ୍ୱ ସଂପାଦନ କରୁଛନ୍ତି।
ଶ୍ରୀ ସିଂହଙ୍କ ପ୍ରଥମ ପତ୍ନୀ ୨୦୦୬ରେ ପ୍ରାଣ ହରାଇଥିଲେ। ସେହିପରି ୫୦ ବର୍ଷୀୟ ବିଜେପି ନେତ୍ରୀ ନୂତନ କିଛି ବର୍ଷ ତଳେ ଗୋଟିଏ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ। ଉତ୍ତର ପ୍ରଦେଶର ମୂଳବାସିନ୍ଦା ଶ୍ରୀ ସିଂହ ଝାରଖଣ୍ଡ ଜୁଡିସିଆଲ ସର୍ଭିସରୁ ୨୦୨୩ ମସିହା ମାର୍ଚ୍ଚ ୩୧ରେ ଅବସର ଗ୍ରହଣ କରିବେ।
/odisha-reporter/media/post_attachments/hindi/sites/default/files/styles/zm_700x400/public/2022/09/05/1304583-nutan.jpg)
ନୂତନ ଜଣେ ବରିଷ୍ଠ ବିଜେପି ନେତ୍ରୀ ଭାବେ ବେଶ ପରିଚିତ। ଏଥିପାଇଁ ସେ ଗୋଡ୍ଡା ନଗର ପରିଷଦର ଉପାଧ୍ୟକ୍ଷ ଭାବେ ଦୀର୍ଘବର୍ଷ ହେଲା କାମ କରି ଆସୁଛନ୍ତି। ସେ ବିଜେପି ରାଜ୍ୟ କମିଟିର ବିଭିନ୍ନ ପଦପଦବୀର ଦାୟିତ୍ୱରେ ଅଛନ୍ତି। ସେହିପରି ଶ୍ରୀ ସିଂହ ୩ ବର୍ଷ ହେଲାଣି ଗୋଡ୍ଡା ଜିଲ୍ଲା କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍-୧ ଭାବେ କାମ କରୁଛନ୍ତି। ସେ କିଛି ଦିନ ତଳେ ଡୁମକା ଜିଲ୍ଲାରେ ଥିବା ବାସୁକିନାଥ ମନ୍ଦିରରେ ନୂତନଙ୍କୁ ବିବାହ କରିଛନ୍ତି।
ନୂତନଙ୍କୁ ଜାଣିଥିବା କିଛି ଲୋକ କହିଛନ୍ତି, ଜଜ୍ ସିଂହଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅନ୍ତି। ନୂତନ ମଧ୍ୟ ଗୋଟିଏ ଝିଅର ମା’। ଉଭୟଙ୍କ ପରିବାର ଓ ପିଲାମାନଙ୍କ ସହମତିରେ ବିବାହ ହୋଇଛି।
/odisha-reporter/media/post_attachments/thechhattisgarh.com/wp-content/uploads/2022/09/Judge-who-sentenced-Lalu-Prasad-Yadav-finds-LOVE-at-age.jpg)
ଶ୍ରୀ ସିଂହ ରାଞ୍ଚି ଜିଲ୍ଲା କୋର୍ଟରେ ସ୍ୱତନ୍ତ୍ର ସିବିଆଇ ଜଜ ଭାବେ ନିଯୁକ୍ତି ପାଇଥିଲେ। ଏହି ସମୟରେ ସେ ଲାଲୁଙ୍କୁ ଦୁଇଟି ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଦେଇଥିଲେ। ଡୁମକା ଟ୍ରେଜେରୀରୁ ବେଆଇନ ଭାବେ ୩.୧୩ କୋଟି ଟଙ୍କା ଉଠାଣ ମାମଲାରେ ଶ୍ରୀ ସିଂହ ୨୦୧୮ ମାର୍ଚ୍ଚ ୨୪ରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଓ ୬୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ।
ଏହାପୂର୍ବରୁ ଦେଓଘର ଟ୍ରେଜେରୀରୁ ୮୯.୨୭ ଲକ୍ଷ ଟଙ୍କା ଉଠାଣ ମାମଲାରେ ମଧ୍ୟ ଲାଲୁଙ୍କୁ ଜେଲଦଣ୍ଡ ମିଳିଥିଲା। ଶ୍ରୀ ସିଂହ ୨୦୧୮ ମସିହା ଜାନୁଆରୀ ୬ରେ ଲାଲୁଙ୍କ ଉପରେ ଏହି ମାମଲା ପାଇଁ ସାଢ଼େ ୩ ବର୍ଷ ଜେଲ ଓ ୧୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/marriage.jpg)