Advertisment

ଉଗ୍ର ରୂପ ନେଲା ସୀମା ବିବାଦ: ଗୁଳି ମାଡ଼ରେ ଚାଲିଗଲା ୬ ପୁଲିସ୍‌ଙ୍କ ଜୀବନ

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଉଗ୍ର ରୂପ ଧାରଣ କରିଛି। ସୀମାରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଯୋଗୁ ପ୍ରବଳ ଗୁଳିମାଡ଼ ହୋଇଛି। ଏଥିରେ ଆସାମର ୬ ଜଣ ପୁଲିସ୍‌ କର୍ମଚାରୀ ଜୀବନ ହରାଇଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆମ ସାମ୍ବିଧାନିକ ସୀମାର ସୁରକ୍ଷା କରିବା ବେଳେ ଆମର ୬ ଜଣ ବୀର ଯବାନ ସେମାନଙ୍କ ଜୀବନର ବଳିଦାନ ଦେଇଛନ୍ତି। ଏଥିରେ ମୁଁ ଗଭୀର ଭାବେ […]

ଅଦ୍ୟତନ ହୋଇଛି
ଉଗ୍ର ରୂପ ନେଲା ସୀମା ବିବାଦ: ଗୁଳି ମାଡ଼ରେ ଚାଲିଗଲା ୬ ପୁଲିସ୍‌ଙ୍କ ଜୀବନ

assam

Advertisment

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଉଗ୍ର ରୂପ ଧାରଣ କରିଛି। ସୀମାରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଯୋଗୁ ପ୍ରବଳ ଗୁଳିମାଡ଼ ହୋଇଛି। ଏଥିରେ ଆସାମର ୬ ଜଣ ପୁଲିସ୍‌ କର୍ମଚାରୀ ଜୀବନ ହରାଇଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ଆମ ସାମ୍ବିଧାନିକ ସୀମାର ସୁରକ୍ଷା କରିବା ବେଳେ ଆମର ୬ ଜଣ ବୀର ଯବାନ ସେମାନଙ୍କ ଜୀବନର ବଳିଦାନ ଦେଇଛନ୍ତି। ଏଥିରେ ମୁଁ ଗଭୀର ଭାବେ ମର୍ମାହତ। ମୁଁ ସେହି ବୀର ଯବାନମାନଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରୁଛି।”

ଆଜି ଅପରାହ୍ନରେ ଆସାମର ଚାଚର ଓ ମିଜୋରାମର କୋଲାସିବ ଜିଲ୍ଲାର ସୀମାନ୍ତ ନିକଟରେ ହିଂସାକାଣ୍ଡ ଘଟିବା ସହ ଗୁଳିମାଡ଼ର ଖବର ମିଳିଥିଲା। ଏକାଧିକ ସରକାର ଗାଡ଼ି ଭଙ୍ଗାରୁଜା ହୋଇଥିଲା। ଉଭୟ ମିଜୋରାମ ଓ ଆସାମ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପରସ୍ପରକୁ ଦୋଷ ଦେବା ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହଯୋଗ ଲୋଡ଼ିଥିଲେ।

Advertisment

ବିବାଦକୁ ଦୃଷ୍ଟିରେ ରଖି ଅମିତ ଶାହ ମଧ୍ୟ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଫୋନରେ କଥା ହୋଇଥିଲେ। ତେବେ ଏହି ଘଟଣାର କିଛି ସମୟ ପରେ ଆସାମର ୬ ଜଣ ପୁଲିସ୍‌ କର୍ମୀଚାରୀ ଗୁଳିମାଡ଼ରେ ପ୍ରାଣ ହରାଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି। ଏହାକୁ ନେଇ ଆସାମ ଓ ମିଜୋରାମ ସୀମାରେ ପ୍ରବଳ ଉତ୍ତେଜନା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଛନ୍ତି, ମିଜୋରାମ ସୀମାନ୍ତରେ ଧସେଇ ପଶିବାକୁ ଉଦ୍ୟମ କରି ହିଂସାକାଣ୍ଡ ଘଟାଇଥିବା ଆସାମ ସରକାରଙ୍କ ଏପରି କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରୁଛି। ସଂଘର୍ଷରେ ଦୁଇ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି। ଏହା ଏକ ଅଯଥା ଅଘଟଣ। ଏହାକୁ ଚାହିଁଥିଲେ ଏଡ଼ାଇ ଦିଆଯାଇ ପାରିଥାଆନ୍ତା। ପୂରା ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହସ୍ତକ୍ଷେପ କରି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି।

ଏହି ଫୋନ କଲ ପରେ ଆସାମ ପୁଲିସ୍‌ ଡ୍ୟୁଟି ପୋଷ୍ଟରୁ ହଟିବା ସହ ପୂରା ଅଞ୍ଚଳକୁ ସିଆରପିଏଫକୁ ହସ୍ତାନ୍ତର କରିଛି। ମିଜୋରାମ ସରକାର ଏହି ଅନ୍ତଃରାଜ୍ୟ ସୀମା ବିବାଦକୁ ଶାନ୍ତି ଆଲୋଚନାରେ ସମାଧାନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଆମେ ଆସାମ ସରକାରଙ୍କୁ ମଧ୍ୟ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପରିବେଶ ତିଆରି କରିବାକୁ ନିବେଦନ କରୁଛୁ ବୋଲି ସେ କହିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ସୀମା ବିବାଦ ଶାନ୍ତି ପୂର୍ଣ୍ଣ ଉପାୟରେ କରିବାକୁ ରାଜି ଥିବା କହିଛନ୍ତି। ସେ କହିଛନ୍ତି, ମୁଁ ଆଜି ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି। ମୁଁ ତାଙ୍କୁ କହିଛି ଯେ ଆସାମ ସବୁବେଳେ ଶାନ୍ତିପୂର୍ଣ୍ଣ ଉପାୟରେ ସ୍ଥିତାବସ୍ଥା ବଜାୟୀ ରଖିବା ସପକ୍ଷରେ ରହିଛି। ଯଦି ଦରକାର ପଡ଼େ ମୁଁ ନିଜେ ଆଇଜଲ ଯାଇ ସ୍ଥିତି ବିଷୟରେ ଆଲୋଚନା କରିବାକୁ ରାଜି ଥିବା ଅବଗତ କରାଇଛି ବୋଲି ଶ୍ରୀ ଶର୍ମା ଟ୍ୱିଟ କରିଛନ୍ତି।

ସୂଚନା ଅନୁଯାୟୀ, ମିଜୋରାମର ଆଇଜଲ, କୋଲାସିବା ଓ ମମିତା ଆସାମର ଚାଚର, ହାଇଲାକାଣ୍ଡି ଓ କରିମଗଞ୍ଜ ଜିଲ୍ଲା ସହ ସୀମା ଶେୟାର କରୁଛନ୍ତି। ଏହି ସୀମାନ୍ତ ଅଞ୍ଚଳରେ ଅନାଧିକାର ପ୍ରବେଶ ହେଉଥିବା ଉଭୟ ଦେଶ ଦାବି କରି ଆସୁଛନ୍ତି। ଏହାକୁ ନେଇ ବିବାଦ ମଧ୍ୟ ଲାଗି ରହିଛି।

ଜୁନ୍‌ ମାସରେ ଉଭୟ ରାଜ୍ୟର ସୁରକ୍ଷାକର୍ମୀ ପରସ୍ପର ବିରୋଧରେ ଅନୁପ୍ରବେଶର ଅଭିଯୋଗ ଆଣିଥିଲେ। ସୀମା ନିର୍ଦ୍ଧାରଣ ପାଇଁ ମିଜୋରାମ ସରକାର ଗୋଟିଏ କମିଶନ ଗଠନ କରିଛନ୍ତି। ହେଲେ ଏହାକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି।

Assam Mizoram Assam-Mizoram Border Issue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe