Advertisment

ଟ୍ରକ ଓ ବସ୍‌ ମଧ୍ୟରେ ଧକ୍କା: ଘଟଣାସ୍ଥଳରେ ୬ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାହରାଇଚରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଗୋଟିଏ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟ ଦୁର୍ଘଟଣା ହେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଥିବା ଅନ୍ୟ ୧୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଜିଲ୍ଲା ମାଜିଷ୍ଟ୍ରେଟ ଦୀନେଶ ଚନ୍ଦ୍ର ସିଂହ କହିଛନ୍ତି ଯେ ଭୋର ୪.୩୦ରେ ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ଓ ଯାତ୍ରୀ […]

ଟ୍ରକ ଓ ବସ୍‌ ମଧ୍ୟରେ ଧକ୍କା: ଘଟଣାସ୍ଥଳରେ ୬ ମୃତ

accident

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାହରାଇଚରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଗୋଟିଏ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟ ଦୁର୍ଘଟଣା ହେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଥିବା ଅନ୍ୟ ୧୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Advertisment

ଜିଲ୍ଲା ମାଜିଷ୍ଟ୍ରେଟ ଦୀନେଶ ଚନ୍ଦ୍ର ସିଂହ କହିଛନ୍ତି ଯେ ଭୋର ୪.୩୦ରେ ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ଓ ଯାତ୍ରୀ ବସ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ବସ୍‌ଟି ଲୋକଙ୍କ ନେଇ ଲକ୍ଷ୍ନୌରୁ ରୁପାଇଦୀହ ଯାଉଥିଲା। ସେହିପରି ଟ୍ରକ୍‌ଟି ଲକ୍ଷ୍ନୌରୁ ବାହରାଇଚ୍‌ ଯାଉଥିଲା। ତେବେ ତାପେ ସିପାହ ଠାରେ ଟ୍ରକଟି ବସକୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିବା ସହ ୬ ଜଣ ମୃତ୍ୟୁ ଘଟିଛି।

ସେହିପରି ପୁଲିସ୍‌ ଓ ସ୍ଥାନୀୟ ପ୍ରଶାସନ ୧୫ ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣା ପରେ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଏହାକୁ ଠାବ କରିବା ପାଇଁ ଉଦ୍ୟମ ଚାଲିଛି। ଦୁର୍ଘଟଣାର କାରଣ ଜଣାପଡ଼ିନି। କିନ୍ତୁ ଟ୍ରକର ଭୁଲି ଥିବା ଅନୁମାନ କରାଯାଉଥିବା ସେ କହିଛନ୍ତି।

Advertisment


ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନକୁ ଆହତଙ୍କ ସବୁ ପ୍ରକାରର ଚିକତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe