Advertisment

ଆଗାମୀ ଶତାବ୍ଦୀରେ ୬୫ ପ୍ରତିଶତ କୀଟପତଙ୍ଗ ବିଲୁପ୍ତ ହୋଇଯିବେ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁ ମଣିଷ ବହୁ କ୍ଷତିର ସମ୍ମୁଖୀନ ହେଉଥିବାବେଳେ ଏକ ନୂତନ ଅଧ୍ୟୟନ ବଳରେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପାଗ ପରିବର୍ତ୍ତନ ଯୋଗୁ ଆଗାମୀ ଶତାବ୍ଦୀରେ ଅଧିକାଂଶ କୀଟପତଙ୍ଗ ବିଲୁପ୍ତ ହୋଇଯିବେ। ପୃଥିବୀର ପ୍ରାୟ ୬୫ ପ୍ରତିଶତ କୀଟପତଙ୍ଗଙ୍କ ଆଉ ସତ୍ତା ରହିବନି। ଏ ବିଷୟରେ ସବିଶେଷ ବିବରଣୀ  ଜଳବାୟୁ ପରିବର୍ତ୍ତନ ପତ୍ରିକାରେ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ, ତାପଜ ଚାପ ଯୋଗୁ ପରିବର୍ତ୍ତନ ହେଉଥିବା ଜଳବାୟୁ ପଶୁ […]

ଅଦ୍ୟତନ ହୋଇଛି
ଆଗାମୀ ଶତାବ୍ଦୀରେ ୬୫ ପ୍ରତିଶତ କୀଟପତଙ୍ଗ ବିଲୁପ୍ତ ହୋଇଯିବେ

tio

Advertisment

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁ ମଣିଷ ବହୁ କ୍ଷତିର ସମ୍ମୁଖୀନ ହେଉଥିବାବେଳେ ଏକ ନୂତନ ଅଧ୍ୟୟନ ବଳରେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପାଗ ପରିବର୍ତ୍ତନ ଯୋଗୁ ଆଗାମୀ ଶତାବ୍ଦୀରେ ଅଧିକାଂଶ କୀଟପତଙ୍ଗ ବିଲୁପ୍ତ ହୋଇଯିବେ। ପୃଥିବୀର ପ୍ରାୟ ୬୫ ପ୍ରତିଶତ କୀଟପତଙ୍ଗଙ୍କ ଆଉ ସତ୍ତା ରହିବନି। ଏ ବିଷୟରେ ସବିଶେଷ ବିବରଣୀ  ଜଳବାୟୁ ପରିବର୍ତ୍ତନ ପତ୍ରିକାରେ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ, ତାପଜ ଚାପ ଯୋଗୁ ପରିବର୍ତ୍ତନ ହେଉଥିବା ଜଳବାୟୁ ପଶୁ ବଂଶ ଉପରେ  ଘୋର ପ୍ରଭାବ ପକାଇପାରେ। ଜଳବାୟୁ ପରିବର୍ତ୍ତନ ଦ୍ୱାରା କୀଟ ସଂଖ୍ୟା କିପରି ପ୍ରଭାବିତ ହୁଏ ତାହା ଜାଣିବା ପାଇଁ  ଏକ ମଡେଲିଂ ଉପକରଣ ଆବଶ୍ୟକ ଥିଲା। ଯାହା ଆମେ ପ୍ରସ୍ତୁତ କରିପାରିଛୁ ବୋଲି ନାସାର ଜଣେ ବୈଜ୍ଞାନିକ କହିଛନ୍ତି।

Advertisment

ଆସନ୍ତା ଶତାବ୍ଦୀରେ ଦ୍ରୁତ ଜଳବାୟୁ ପରିବର୍ତ୍ତନ ଯୋଗୁ କୀଟପତଙ୍ଗଙ୍କ ଜୀବନ ପ୍ରତି କେତେ ମାରାତ୍ମକ ହେବ ତାହା ମଦ୍ୟ ପରୀକ୍ଷା ନୀରୀକ୍ଷା କରାଯାଥିଲା। ଅଧ୍ୟୟନରୁ ଜଣାପଡ଼ିତଛି। ୩୮ ଟି କୀଟପତଙ୍ଗ ପ୍ରଜାତି ମଧ୍ୟରୁ ୨୫ ଟି ବିଲୁପ୍ତ ହେବା ଆଶଙ୍କା ରହିଛି। । ବିଶେଷକରି ସ୍ଥାନୀୟ ପରିବେଶରେ ପାଗର ନାଟକୀୟ ପରିବର୍ତ୍ତନ ହେତୁ ଏହି ସମସ୍ୟା ଉପୁଜିପାରେ। ସେହିପରି ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ଜୈବ ବିବିଧତା କିଭଳି ପ୍ରଭାବିତ ହେବ ସେନେଇ ମଧ୍ୟ ଗବେଷଣା କରାଯାଇଥିଲା।

ତେବେ  ମାନବ ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ବିଶୁଦ୍ଧ ବାୟୁ ଏବଂ ଜୈବ ବିବିଧତାକୁ ବଞ୍ଚାଇବାକୁ ପଡ଼ିବ ବୋଲି ଯେ କହିଛନ୍ତି।  ବୈଜ୍ଞାନିକ ବିଶ୍ଳେଷଣରୁ ଜଣାପଡିଛି ଯେ ତାପମାତ୍ରାରେ ଅତ୍ୟଧିକ ହେତୁ ଆଗାମୀ ୫୦ରୁ ୧୦୦ବର୍ଷ ମଧ୍ୟରେ ଅଧିକାଂଶ କୀଟପିତଙ୍ଗଗ  ବିଲୁପ୍ତ ହୋଇପାରନ୍ତି। ଏହି କୀଟସଂଖ୍ୟା ଉଭାନ ହୋଇଗଲେ ପୃଥିବୀର ପ୍ରକୃତିର ସନ୍ତୁଳନକୁ ବଦଳାଇପାରେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe