Advertisment

ଏବେ ବି ୩୫% ସ୍କୁଲ ଏବଂ ଅଙ୍ଗନବାଡିକୁ ସଂଯୋଗ ହୋଇନି ଟ୍ୟାପ ପାଣି

୧୦୦ ଦିନରେ ଲକ୍ଷ୍ୟ ପୂରଣ କରିବାକୁ ସରକାର ଟାର୍ଗେଟ କରିଥିଲେ ୧୦ ମାସ ପରେ ବି ଲକ୍ଷ୍ୟ ପୂରଣ କରିବାରେ ଜଳ ଶକ୍ତି ମନ୍ତ୍ରାଳୟ ବିଫଳ ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% ଟ୍ୟାପ ପାଣି ସଂଯୋଗ ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଗତ ଅକ୍ଟୋବର ମାସରେ ଜଳ ଜୀବନ ମିଶନ (ଜେଜେଏମ୍) ଆରମ୍ଭ କରିଥିଲା, ଯାହାର ଲକ୍ଷ୍ୟ ରହିଥିଲା ସବୁ ସରକାରୀ ଶିକ୍ଷାନୁଷ୍ଠାନକୁ ୧୦୦ ଦିନରେ ଟ୍ୟାପ ପାଣି ସଂଯୋଗ […]

ଅଦ୍ୟତନ ହୋଇଛି
ଏବେ ବି ୩୫% ସ୍କୁଲ ଏବଂ ଅଙ୍ଗନବାଡିକୁ ସଂଯୋଗ ହୋଇନି ଟ୍ୟାପ ପାଣି

school-water-tap

Advertisment
  • ୧୦୦ ଦିନରେ ଲକ୍ଷ୍ୟ ପୂରଣ କରିବାକୁ ସରକାର ଟାର୍ଗେଟ କରିଥିଲେ
  • ୧୦ ମାସ ପରେ ବି ଲକ୍ଷ୍ୟ ପୂରଣ କରିବାରେ ଜଳ ଶକ୍ତି ମନ୍ତ୍ରାଳୟ ବିଫଳ
  • ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% ଟ୍ୟାପ ପାଣି ସଂଯୋଗ
Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଗତ ଅକ୍ଟୋବର ମାସରେ ଜଳ ଜୀବନ ମିଶନ (ଜେଜେଏମ୍) ଆରମ୍ଭ କରିଥିଲା, ଯାହାର ଲକ୍ଷ୍ୟ ରହିଥିଲା ସବୁ ସରକାରୀ ଶିକ୍ଷାନୁଷ୍ଠାନକୁ ୧୦୦ ଦିନରେ ଟ୍ୟାପ ପାଣି ସଂଯୋଗ କରିବା। ହେଲେ ୧୦ ମାସ ପରେ ବି ଏହି ଲକ୍ଷ୍ୟ ପୂରଣ ହୋଇନି। ଏବେ ବି ୩୫ ପ୍ରତିଶତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ଟ୍ୟାପ ପାଣି ସଂଯୋଗ ହୋଇପାରିନି।

୧୦୦ ଦିନର ଲକ୍ଷ୍ୟ ପୂରଣ ନ ହେବା ପରେ ଏହାକୁ ନେଇ ଗତ ମାର୍ଚ୍ଚ ମାସରେ ସଂସଦୀୟ କମିଟି ଅସନ୍ତୋଷ ପ୍ରକାଶ କରିଥିଲେ। ସେତେବେଳେ ସଂସଦୀୟ କମିଟି କହିଥିଲେ ଯେ କୋଭିଡ ସଂକ୍ରମଣ ପରେ ସବୁ ସ୍କୁଲ ଓ ଅଙ୍ଗନବାଡି ଖୋଲିବ। ତେଣୁ ସବୁଠି ପାଣି ଯୋଗାଣ ପାଇଁ ଟ୍ୟାପ୍‌ ବ୍ୟବସ୍ଥା ହେବା ଦରକାର। କିନ୍ତୁ ତା’ ପରେ ଆଉ ୪ ମାସ ବିତି ଯାଇଥିଲେ ବି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିନାହିଁ।

Advertisment

ଏବେ ସୁଦ୍ଧା ନଅଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜୁରାଟ, ହରିଆଣା, ହିମାଚଳ ପ୍ରଦେଶ, କେରଳ, ପଞ୍ଜାବ, ସିକ୍କିମ, ତାମିଲନାଡୁ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ) ୧୦୦% ଟ୍ୟାପ ପାଣି ସଂଯୋଗ ହୋଇସାରିଛି। ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୧୫% ରୁ କମ୍ ସ୍କୁଲ ଏବଂ ୧୦% ରୁ କମ୍ ଅଙ୍ଗନୱାଡିରେ ଟ୍ୟାପ୍ ଜଳ ସଂଯୋଗ ହୋଇଛି।  ୟୁପିରେ ଏ ଦିଗରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ଜଳ ଜୀବନ ମିଶନ ଅଭିଯାନ ପୂର୍ବରୁ ଏଠାରେ ମାତ୍ର ୧୩,୪୦୦ଟି ସ୍କୁଲରେ ଟ୍ୟାପ ପାଣି ସଂଯୋଗ ଥିଲା। ଏବେ ଏହା ବୃଦ୍ଧି ପାଇ ୧ ଲକ୍ଷରୁ ଅଧିକରେ ପହଞ୍ଚିଛି। ଅର୍ଥାତ୍ ୮୦ ପ୍ରତିଶତରୁ ଅଧିକ ସ୍କୁଲକୁ ଟ୍ୟାପ୍‌ ପାଣି ସଂଯୋଗ ହୋଇଛି। ସେହିପରି କେରଳରେ ୫୦ ହଜାର ସ୍କୁଲ ଏବଂ ୪୦ ହଜାର ଅଙ୍ଗନୱାଡି କେନ୍ଦ୍ରକୁ ଟ୍ୟାପ୍ ପାଣି ସଂଯୋଗ ହୋଇଛି, ଯାହା ଏହି ଅଭିଯାନ କେତେ ଧିମା ଚାଲିଛି ତାହା ଦର୍ଶାଇଛି। ଅନ୍ୟପକ୍ଷରେ ରବିବାର ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କୋଭିଡ-୧୯ ମହାମାରୀ ଏବଂ ଏହା ଜନିତ ଲକଡାଉନ୍ ପାଇଁ ଏହି କାମରେ ବାଧା ସୃଷ୍ଟି ହୋଇଛି।

ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ଟ୍ୟାପ ପାଣି ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏବେ ଦେଶର ୬୬ ପ୍ରତିଶତ ସ୍କୁଲ ଏବଂ ୬୦ ପ୍ରତିଶତ ଅଙ୍ଗନବାଡିରେ ପାଣି ପାଇପ ସଂଯୋଗ ହୋଇଛି। ୧୦ ମାସ ମଧ୍ୟରେ ଜଳ ଜୀବନ ମିଶନ ଜରିଆରେ ଏହି କାର୍ଯ୍ୟ କରାଯାଇଛି।

Indian Education System
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe