Advertisment

ଗର୍ଲଫ୍ରେଣ୍ଡଙ୍କ ସହ ସେକ୍ସ ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ, ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ମୃତଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁରୁ ଆସିଛି ଚକିତ କରିବା ଭଳି ଘଟଣା। ଗର୍ଲଫ୍ରେଣ୍ଡଙ୍କ ସହ ସେକ୍ସ କରିବା ବେଳେ ପ୍ରାଣ ହରାଇଛନ୍ତି ଜଣେ ୬୭ ବର୍ଷୀୟ ବୃଦ୍ଧ। ସପ୍ତାହକ ତଳେ ବେଙ୍ଗାଲୁରୁ ପୁଲିସ୍‌ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ୍‌ରୁ ବୃଦ୍ଧଙ୍କ ମୃତଦେହ ଜବତ କରିଥିଲା। ତଦନ୍ତ ବେଳେ ଏପରି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ସେକ୍ସ ବେଳେ ହୃଦଘାତ ହେବାରୁ ବୃଦ୍ଧଙ୍କ ଜଣଙ୍କ ପ୍ରାଣ ହରାଇଥିଲେ। ଏହାପରେ ତାଙ୍କ ଗର୍ଲଫ୍ରେଣ୍ଡ ନିଜ ସ୍ୱାମୀ ଓ ଭାଇଙ୍କୁ […]

ଗର୍ଲଫ୍ରେଣ୍ଡଙ୍କ ସହ ସେକ୍ସ ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ, ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ମୃତଦେହ

old-man

Advertisment

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁରୁ ଆସିଛି ଚକିତ କରିବା ଭଳି ଘଟଣା। ଗର୍ଲଫ୍ରେଣ୍ଡଙ୍କ ସହ ସେକ୍ସ କରିବା ବେଳେ ପ୍ରାଣ ହରାଇଛନ୍ତି ଜଣେ ୬୭ ବର୍ଷୀୟ ବୃଦ୍ଧ। ସପ୍ତାହକ ତଳେ ବେଙ୍ଗାଲୁରୁ ପୁଲିସ୍‌ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ୍‌ରୁ ବୃଦ୍ଧଙ୍କ ମୃତଦେହ ଜବତ କରିଥିଲା।

Advertisment

ତଦନ୍ତ ବେଳେ ଏପରି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ସେକ୍ସ ବେଳେ ହୃଦଘାତ ହେବାରୁ ବୃଦ୍ଧଙ୍କ ଜଣଙ୍କ ପ୍ରାଣ ହରାଇଥିଲେ। ଏହାପରେ ତାଙ୍କ ଗର୍ଲଫ୍ରେଣ୍ଡ ନିଜ ସ୍ୱାମୀ ଓ ଭାଇଙ୍କୁ ଡାକି ମୃତଦେହକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇଥିଲେ।

ପୁଲିସ୍‌ ଜାଣିବାକୁ ପାଇଛି ଯେ ୬୭ ବର୍ଷୀୟ ବ୍ୟବସାୟୀଙ୍କ ପ୍ରେମ ସମ୍ପର୍କ ତାଙ୍କ ଘରକୁ କାମ କରିବା ପାଇଁ ଆସୁଥିବା ୩୫ ବର୍ଷୀୟ ମହିଳାଙ୍କ ସହ ରହିଥିଲା। ନଭେମ୍ବର ୧୬ରେ ବୃଦ୍ଧ ଜଣଙ୍କ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଘରକୁ ଯାଇଥିଲେ। ସେଠାରେ ଉଭୟ ସେକ୍ସ କରୁଥିବା ବେଳେ ହଠାତ୍‌ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।

Advertisment

ପ୍ରାଣ ହରାଇଥିବା ବୃଦ୍ଧ ଜଣଙ୍କ ହେଉଛନ୍ତି ବାଲା ସୁବ୍ରମଣିଅନ। ତାଙ୍କ ଘର ଜେପି ନଗରର ପୁଟ୍ଟେନାହାଲ୍ଲି। ନଭେମ୍ବର ୧୬ରେ ସେ ନିଜ ନାତିକୁ ବ୍ୟାଡମିଣ୍ଟନ କ୍ଲାସରେ ଛାଡ଼ିବା ପାଇଁ ଘରୁ ବାହାରିଥିଲେ। ଅପରାହ୍ନ ପ୍ରାୟ ୪.୫୫ରେ ସେ ତାଙ୍କ ବୋହୂଙ୍କୁ ଫୋନ କରିଥିଲେ ଓ ବ୍ୟକ୍ତିଗତ କାରଣ ପାଇଁ ଘରକୁ ଫେରିବାରେ ବିଳମ୍ବ ହେବ ବୋଲି କହିଥିଲେ।

ତେବେ ସେ ଆଉ ଘରକୁ ନ ଫେରିବାରୁ ତାଙ୍କ ପୁଅ ସୁବ୍ରମଣିୟା ନଗର ପୁଲିସ୍‌ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ଦିନକ ପରେ ବାଲାଙ୍କ ମୃତଦେହ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଭିତରୁ ବେଡଶିଟ୍‌ ଘୋଡ଼ା ଅବସ୍ଥାରେ ମିଳିଥିଲା।

ପୁଲିସ୍‌ ତଦନ୍ତ କରୁଥିବା ବେଳେ ବାଲାଙ୍କ ଗର୍ଲଫ୍ରେଣ୍ଡ ବା ଘରର ସହାୟିକାଙ୍କ ପାଖରେ ପହଞ୍ଚିଥିଲା। ଜେରା ବେଳେ ସେ ପୁଲିସ ଆଗରେ ସବୁ କଥା କହିଥିଲେ। ଦୀର୍ଘ ଦିନ ହେଲା ବାଲା ଓ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା। ଏଥିପାଇଁ ବାଲା ନିୟମିତ ଭାବେ ଗର୍ଲଫ୍ରେଣ୍ଡଙ୍କ ଘରକୁ ଯାଉଥିଲେ। ହେଲେ ନଭେମ୍ବର ୧୬ରେ ଏପରି ଅଘଟଣ ଘଟିଛି। ବଲା ଗତବର୍ଷ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ସମ୍ଭବତଃ ଏହି କାରଣ ପାଇଁ ସେକ୍ସ ବେଳେ ସେ ହୃଦଘାତର ଶିକାର ହୋଇଛନ୍ତି।

ବାଲା ବେଡ ଉପରେ ପ୍ରାଣ ହରାଇବାରୁ ମହିଳା ଜଣଙ୍କ ଡରି ଯାଇଥିଲେ। ଏକାଥା ଜଣାପଡ଼ିଲେ ସେ ସୋସାଇଟରେ ଆଉ କାମ କରିପାରିବେ ନାହିଁ ବୋଲି ଆଶଙ୍କା କରିଥିଲେ। ଏଥିପାଇଁ ସେ ତୁରନ୍ତ ନିଜ ସ୍ୱାମୀ ଓ ଭାଇଙ୍କୁ ଡାକିଥିଲେ। ସେମାନଙ୍କ ସହାୟତାରେ ମହିଳା ଜଣଙ୍କ ପ୍ଲାଷ୍ଟିକ ବ୍ୟାଗରେ ବାଲାଙ୍କ ମୃତଦେହ ଭର୍ତ୍ତି କରିଥିଲେ।

ଏହାପରେ ଜେପି ନଗରର ଗୋଟିଏ ପରିତ୍ୟକ୍ତ ସ୍ଥାନରେ ଏହାକୁ ଫିଙ୍ଗି ଦେଇଥିଲେ। ପୁଲିସ୍‌ ଏବେ ବାଲାଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଯଦି ରିପୋର୍ଟରେ କୌଣସି ସନ୍ଦେହ କରିବା ଭଳି ତଥ୍ୟ ଆସେ, ତା’ହେଲେ ମହିଳାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe