Advertisment

୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ବ୍ରିଜ୍‌ରୁ ଖସି ପଡ଼ିଲା, ୭ ମୃତ

ରାଞ୍ଚି: ଝାରଖଣ୍ଡର ହଜାରିବାଗ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି। ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ତଳକୁ ଖସି ପଡ଼ିଛି। ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଏସପି ମନୋଜ ରତନ ଛୋଟେ କହିଛନ୍ତି ଯେ ବସ୍‌ଟି ଯାତ୍ରୀଙ୍କୁ ଧରି ଗିରିଧି ଜିଲ୍ଲାରୁ ଆସୁଥିଲା। କିନ୍ତୁ ତାତିଝରିଆ ପୁଲିସ୍‌ […]

୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ବ୍ରିଜ୍‌ରୁ ଖସି ପଡ଼ିଲା, ୭ ମୃତ

accident

Advertisment

ରାଞ୍ଚି: ଝାରଖଣ୍ଡର ହଜାରିବାଗ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି। ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ତଳକୁ ଖସି ପଡ଼ିଛି। ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Advertisment

ଏସପି ମନୋଜ ରତନ ଛୋଟେ କହିଛନ୍ତି ଯେ ବସ୍‌ଟି ଯାତ୍ରୀଙ୍କୁ ଧରି ଗିରିଧି ଜିଲ୍ଲାରୁ ଆସୁଥିଲା। କିନ୍ତୁ ତାତିଝରିଆ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ସିୱାନେ ନଦୀର ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ବସ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ବସ୍‌ଟି ବ୍ରିଜ୍‌ରେ ଲାଗିଥିବା ଲୁହା ରେଲିଂରେ ପିଟି ହୋଇ ସିଧା ତଳକୁ ଖସି ପଡ଼ିଥିଲା। ତେବେ ବସ୍‌ଟି ନଦୀ ଭିତରେ ନୁହେଁ ବରଂ ଶୁଖିଲା ସ୍ଥାନରେ ପଡ଼ିଥିଲା।

ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣ ଆଖିବୁଜିଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଦୁର୍ଘଟଣାରେ ବସ୍‌ଟି ପୂରା ଛିନଛତ୍ର ହୋଇ ଯାଇଛି। ଏହା ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବେଶ କିଛି ସମୟ ପରିଶ୍ରମ କରିବାକୁ ପଡ଼ିଥିଲା।

Advertisment

ସେହିପରି ବସ୍‌ଟି ଯଦି ନଦୀକୁ ଖସି ପଡ଼ିଥାଆନ୍ତା, ତା’ହେଲେ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥାଆନ୍ତା। ବର୍ତ୍ତମାନ ପୁଲିସ୍‌ ମାମଲା ରୁଜୁ କରିବା ସହ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତା’ର ତଦନ୍ତ କରୁଛି। ଜଣେ ଡିସିପି ପ୍ୟାହାର ଅଫିଟସର ଓ ୩ଟି ଥାନର ଇନଚାର୍ଜଙ୍କ ନେତୃତ୍ୱରେ ଉଦ୍ଧାର ଓ ତଦନ୍ତ କରାଯାଉଥିବା ଏସ୍‌ପି ମନୋଜ କହିଛନ୍ତି।

ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ମମତା ସାଲୁଜା କହିଛନ୍ତି, “ବସ୍‌ରେ ଶିଖ୍‌ ଶ୍ରଦ୍ଧାଳୁ ଥିଲେ। ରାଞ୍ଚିର ରାତୁ ଅଞ୍ଚଳରେ ଥିବା ଗୋଟିଏ ଗୁରୁଦ୍ୱାରକୁ ବସ୍‌ଟି ଯାଉଥିଲେ। ସେଠାରେ ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ହେଲେ ଅଧା ବାଟରେ ଏତେ ବଡ଼ ଘଟଣା ଘଟିଗଲା।” ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe