Advertisment

ବ୍ଲାକ ସି’ ନିକଟରେ ହେଲିକପ୍ଟର କ୍ରାଶ, ୭ ଜଣ ଯବାନଙ୍କ ମୃତ୍ୟୁ

ବୁଚାରେଷ୍ଟ: ଗୋଟିଏ ପଟେ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ବ୍ଲାକ ସି’ ନିକଟରେ ଘଟିଛି ବଡ଼ ଅଘଟଣ। ରୋମାନିଆର ଗୋଟିଏ ହେଲିକପ୍ଟର ବ୍ଲାକ ସି’ ନିକଟରେ ଯାଉଥିବା ବେଳେ ହଠାତ୍‌ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ରୋମାନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରୋମାନିଆର ଯବାନମାନେ ବ୍ଲାକ ସି’ରେ ନିଖୋଜ ଗୋଟିଏ ଯୁଦ୍ଧ ବିମାନ ଓ ଏହାର ପାଇଲଟଙ୍କୁ ଖୋଜିବାକୁ ବାହରିଥିଲେ। ସର୍ଚ୍ଚ ଅପରେସନରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ବ୍ଲାକ ସି’ ନିକଟରେ ହେଲିକପ୍ଟର କ୍ରାଶ, ୭ ଜଣ ଯବାନଙ୍କ ମୃତ୍ୟୁ

crash

ବୁଚାରେଷ୍ଟ: ଗୋଟିଏ ପଟେ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ବ୍ଲାକ ସି’ ନିକଟରେ ଘଟିଛି ବଡ଼ ଅଘଟଣ। ରୋମାନିଆର ଗୋଟିଏ ହେଲିକପ୍ଟର ବ୍ଲାକ ସି’ ନିକଟରେ ଯାଉଥିବା ବେଳେ ହଠାତ୍‌ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ରୋମାନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ରୋମାନିଆର ଯବାନମାନେ ବ୍ଲାକ ସି’ରେ ନିଖୋଜ ଗୋଟିଏ ଯୁଦ୍ଧ ବିମାନ ଓ ଏହାର ପାଇଲଟଙ୍କୁ ଖୋଜିବାକୁ ବାହରିଥିଲେ। ସର୍ଚ୍ଚ ଅପରେସନରେ ଆଇଏଆର ୩୩୦-ପୁମା ହେଲିକପ୍ଟର ସାମିଲ ହୋଇଥିଲା। ଏଥିରେ ୫ ଜଣ କ୍ରୁ ସଦସ୍ୟ ଓ ରୋମାନିଆ ନୌସେନାର ୨ ଜଣ ସଦସ୍ୟ ଥିଲେ।

ହେଲିକପ୍ଟରଟି ଏୟାରଫିଲ୍ଡ ଠାରୁ ୧୧ କିମି ଦୂର ଗୁରା ଦୋବ୍ରୋଗେଇ ଠାରେ ଥିବା ବେଳେ କ୍ରାଶ କରିଛି। ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଛନ୍ତି। ତେବେ ପୂର୍ବରୁ ନିଖୋଜ ଥିବା ଏମଆଇଜି ୨୧ ଲାନ୍ସେର ଯୁଦ୍ଧ ବିମାନକୁ ଏବେ ବି ଖୋଜା ଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ହେଲିକପ୍ଟରଟି କେମିତି କ୍ରାଶ କଲା ସେକଥା ଜଣାପଡ଼ିଛି। ବ୍ଲାକ ସି’ରେ ଏବେ ରୁଷ ସୈନ୍ୟଙ୍କ ଗତିବିଧି ବଢ଼ିଛି। ସେହିପରି ୟୁକ୍ରେନର ସ୍ନେକ ଦ୍ୱୀପ ଠାରୁ ରୋମାନିଆ ସୀମାନ୍ତ ମାତ୍ର ୪୦ କିମି ଦୂର। ତେଣୁ ଏହା ପଛରେ ରୁଷର ଭୂମିକା ରହିଛ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କିନ୍ତୁ ରୋମାନିଆ ସରକାର ଏ ସମ୍ପର୍କରେ କିଛି ବି କହିନାହାନ୍ତି।

Army Chopper Crash