Advertisment

ଆସାମ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ପ୍ରତିଶତ ପଡ଼ିଲା ଭୋଟ?

ଗୌହାଟି: ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି। ଏବେ ୪୭ ବିଧାନସଭାର ୨୬୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଯେଉଁଥିରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ, ଅନେକ ମନ୍ତ୍ରୀ ଏବଂ ବିରୋଧୀ ଦଳର ଅନେକ ହେବିଓ୍ୱେଟ ଥିଲେ। ପ୍ରଥମ ପର୍ଯ୍ୟାୟରେ ୨୩ ଜଣ ମହିଳାଙ୍କ ସମେତ ମୋଟ ୨୬୪ ଜଣ ପ୍ରାର୍ଥୀ ହୋଇଥିଲେ। ଶାନ୍ତି ଶୃଙ୍ଖଳାର ସହିତ ମୋଟ୍ ୭୨.୧୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ପ୍ରଥମ ପର୍ଯ୍ୟାୟରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆସାମ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ପ୍ରତିଶତ ପଡ଼ିଲା ଭୋଟ?

assam-election

ଗୌହାଟି: ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି। ଏବେ ୪୭ ବିଧାନସଭାର ୨୬୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଯେଉଁଥିରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ, ଅନେକ ମନ୍ତ୍ରୀ ଏବଂ ବିରୋଧୀ ଦଳର ଅନେକ ହେବିଓ୍ୱେଟ ଥିଲେ। ପ୍ରଥମ ପର୍ଯ୍ୟାୟରେ ୨୩ ଜଣ ମହିଳାଙ୍କ ସମେତ ମୋଟ ୨୬୪ ଜଣ ପ୍ରାର୍ଥୀ ହୋଇଥିଲେ। ଶାନ୍ତି ଶୃଙ୍ଖଳାର ସହିତ ମୋଟ୍ ୭୨.୧୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୩୦୦ ସୁରକ୍ଷା କର୍ମୀ ବୁଥ ଗୁଡ଼ିକରେ ନିୟୋଜିତ ହୋଇଥିଲେ। ଶାସକ ବିଜେପି-ଏଜିପି ମିଳିତ ମଞ୍ଚ, କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମହାମେଣ୍ଟ ଏବଂ ନବ ଗଠିତ ଆସାମ ଜାତୀୟ ପରିଷଦ (ଏଜେପି) ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହୋଇଛି।

Advertisment

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ପ୍ରାୟତଃ ସମସ୍ତ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ଭିନ୍ନକ୍ଷମଙ୍କ ପାଇଁ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଶାସକ ଦଳ ବିଜେପି ୩୯ ଏବଂ ଏହାର ସହଯୋଗୀ ଆସାମ ଗଣ ପରିଷଦ ୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି। ତେବେ ଉଭୟ ସହଯୋଗୀ ଲାଖୀପୁର ଏବଂ ନାହର୍କଟିଆ ନିର୍ବାଚନମଣ୍ଡଳୀରେ ଉଭୟ ପ୍ରାର୍ଥୀ ଦେଇଛନ୍ତି।

Advertisment

କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି। ଯେଉଁଥିରେ କଂଗ୍ରେସ ୪୩ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଅନ୍ୟାନ୍ୟ ୪ ଦଳ ଗୋଟିଏ ଲେଖାଏଁ ଆସନରେ ପ୍ରାର୍ଥୀ ଦେଇଥିଲେ। ତେବେ ମୋଟ୍ ଆସନ ମଧ୍ୟରୁ ୭୮ ଜଣ ସ୍ୱାଧୀନ ଭାବରେ ପ୍ରାର୍ଥୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସୋନୋୱାଲ ମଜୁଲି (ଏସଟି)ରୁ ପ୍ରାର୍ଥୀ ହୋଇଥିବା ବେଳେ ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ୱାମୀ ଜୋରହାଟରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ସେହିପରି ତିତାବୋର ଆସନରେ କଂଗ୍ରେସର ଭାସ୍କର ଜ୍ୟୋତି ବାରୁଆ ଏବଂ ପୂର୍ବତନ ବିଧାୟକ ହେମନ୍ତ କାଲିଟାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଏହି ଆସନରୁ ଲଗାତାର ଚାରିଥର ନିର୍ବାଚନରେ ​​ବିଜୟୀ ହୋଇଥିଲେ। ସିଏଏ ବିରୋଧୀ ହିଂସା ପ୍ରଦର୍ଶନ ପାଇଁ ଜେଲରେ ଥିବା ଅଖିଳ ଗୋଗାଇ ସିବସାଗରରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ।

ପ୍ରାତତଃ ଭୋଟରମାନେ ମାସ୍କ ପିନ୍ଧି ମତଦାନ କେନ୍ଦ୍ରକୁ ଆସି ନିଜ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି। ଆସାମରେ ୧୨୬ ବିଧାନସଭା ଆସନ ରହିଛି। ମୋଟ୍ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ମେ ୨ରେ ଭୋଟ୍ ଗଣତି ହେବ।

Assam Election 2021 AssamAssemblyElection