Advertisment

ମୋଦିଙ୍କ ରାଲି ପୂର୍ବରୁ ୭୬ ଟିଏମସି ନେତା ମୁକୁଲ ରୟଙ୍କୁ ଭେଟିଲେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଟିଏମସି ୨୯୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୨୮ ବିଧାୟକଙ୍କ ଟିକେଟ୍ ମମତା କାଟିଥିବା ବେଳେ ଅନେକ ନିରାଶ ହୋଇଛନ୍ତି। ଏବେ ଖବର ଆସିଛି ନିରାଶ ହେବା ପରେ ୭୬ ଟିଏମସି ନେତା ଏବେ ଦଳ ଡେଇଁବାକୁ ସ୍ଥିର କରିଛନ୍ତି। ଗତକାଲି ରାତିରେ ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ ରୟଙ୍କୁ ୭୬ ଟିଏମସି ନେତା ଭେଟିଛନ୍ତି। ଟିଏମସିରୁ ନିରାଶ ହେବା ପରେ ଏମାନେ ସମସ୍ତେ ବିଜେପିରେ ସାମିଲ୍ ହେବାକୁ ଇଚ୍ଛୁକ […]

ଅଦ୍ୟତନ ହୋଇଛି
ମୋଦିଙ୍କ ରାଲି ପୂର୍ବରୁ ୭୬ ଟିଏମସି ନେତା ମୁକୁଲ ରୟଙ୍କୁ ଭେଟିଲେ

narendra-modi-2

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଟିଏମସି ୨୯୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୨୮ ବିଧାୟକଙ୍କ ଟିକେଟ୍ ମମତା କାଟିଥିବା ବେଳେ ଅନେକ ନିରାଶ ହୋଇଛନ୍ତି। ଏବେ ଖବର ଆସିଛି ନିରାଶ ହେବା ପରେ ୭୬ ଟିଏମସି ନେତା ଏବେ ଦଳ ଡେଇଁବାକୁ ସ୍ଥିର କରିଛନ୍ତି।

Advertisment

ଗତକାଲି ରାତିରେ ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ ରୟଙ୍କୁ ୭୬ ଟିଏମସି ନେତା ଭେଟିଛନ୍ତି। ଟିଏମସିରୁ ନିରାଶ ହେବା ପରେ ଏମାନେ ସମସ୍ତେ ବିଜେପିରେ ସାମିଲ୍ ହେବାକୁ ଇଚ୍ଛୁକ ପ୍ରକାଶ କରିଛନ୍ତି। ଯଦି ଏମାନେ ସମସ୍ତେ ବିଜେପିରେ ସାମିଲ୍ ହେଲେ ଟିଏମସିର ଆକଳନ ମଧ୍ୟ ଭୁଲ୍ ପ୍ରମାଣିତ ହେବାର ସମ୍ଭାବନା ମଧ୍ୟ ରହିଛି।

ଅନ୍ୟପଟେ ଆସନ୍ତାକାଲି (ମାର୍ଚ୍ଚ ୭)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୋଲକାତାରେ ରାଲି ରହିଛି। ଏହି ରାଲି ବେଳେ ଅନେକ ଅସନ୍ତୁଷ୍ଟ ଟିଏମସି ନେତା, ବିଧାୟକ ଏବଂ ସାଂସଦ ସାମିଲ୍ ହୋଇପାରନ୍ତି। ଏମିତିକି ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ବିଜେପିରେ ସାମିଲ୍ ହୋଇପାରନ୍ତି।

Advertisment

ତେବେ ସୂଚନା ମୁତାବିକ ମୁକୁଲ ରୟଙ୍କୁ ଅସନ୍ତୁଷ୍ଟ ଟିଏମସି ବିଧାୟକ ଦିନେଶ ବଜାଜ ଏବଂ ଗୀତା ବକ୍ସି ଭଳି ନେତା ରହିଛନ୍ତି। ତେବେ ବିଜେପିରେ ଟିଏମସି ନେତା ସାମିଲ୍ ହେଲେ ବିଜେପିରେ ମଧ୍ୟ ଅସନ୍ତୋଷ ବଢ଼ିବା ପରେ ତେଣୁ ଏହାକୁ ନେଇ ପଶ୍ଚିମବଙ୍ଗ ବିଜେପି ମଧ୍ୟ କୌଣସି ପ୍ରତିକ୍ରିୟା ରଖିନି।

ଟିଏମସି ମୋଟ୍ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଉତ୍ତର ବଙ୍ଗଳାର ତିନି ଆସନରେ ଟିଏମସି ପ୍ରାର୍ଥୀ ଦେବନି ବୋଲି ଜଣାପଡ଼ିଛି। ଟିଏମସିର ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ମହିଳା, ୪୨ ମୁସଲମାନ ପ୍ରାର୍ଥୀ ରହିଛନ୍ତି। ଏହାବାଦ ୭୯ ଜଣ ଦଳିତଙ୍କୁ ଟିଏମସି ପ୍ରାର୍ଥୀ କରିଛି।

ମମତା ତାଙ୍କର ପାରମ୍ପରିକ ଆସନ ଭବାନୀପୁରକୁ ଛାଡ଼ି ନନ୍ଦିଗ୍ରାମରେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ତାଙ୍କ ଆସନରେ ଶୋଭନଦେବ ଚାଟାର୍ଜୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏମିତିକି ପ୍ରାର୍ଥୀ ଘୋଷଣା ବେଳେ ମମତା ବିଜେପିକୁ ଟାର୍ଗେଟ କରି କହିଛନ୍ତି ‘ଖେଲୋ ହୋବେ’।

ମମତା ଦାର୍ଜିଲିଂର ତିନି ଆସନ ସହଯୋଗୀ ଦଳ ପାଇଁ ଛାଡ଼ିଛି। ଏହାବାଦ ୮୦ରୁ ଅଧିକ ବୟସ୍କ ନେତାଙ୍କୁ ପ୍ରାର୍ଥୀ କରିନାହିଁ। ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ୧୧ ତାରିଖରେ ନନ୍ଦିଗ୍ରାମରେ ନିର୍ବାଚନ ରାଲି କରିବାର ଯୋଜନା ରହିଛି। ତେବେ ଶୁକ୍ରବାରକୁ ମମତା ନିଜ ପାଇଁ ଲକି ବୋଲି ବିବେଚନା କରନ୍ତି। ପୂର୍ବରୁ ୨୦୧୧ ଏବଂ ୨୦୧୬ରେ ମଧ୍ୟ ଶୁକ୍ରବାର ମମତା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ଆଉ ବିଜୟୀ ହୋଇଥିଲେ।

Bjp West Bengal Narendra Modi TMC West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe