Advertisment

୫୬ଥରରେ ୧୦ମ ପାସ୍‌ କରିଥିଲେ, ଏବେ ୭୭ ବର୍ଷ ବୟସରେ ଦେବେ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ବୟସ କେବଳ ଏକ ସଂଖ୍ୟା। ଇଚ୍ଛାଶକ୍ତି ଆଗରେ ବୟସ କୌଣସି ପ୍ରକାରର ପ୍ରତିବନ୍ଧକ ସାଜି ପାରେନାହିଁ। ଏହାକୁ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ୭୭ ବର୍ଷୀୟ ହୁକୁମଦାସ ବୈଷ୍ଣବ। ରାଜସ୍ଥାନ ଅନ୍ତର୍ଗତ ଜାଲୋର ଜିଲ୍ଲାର ଏହି ପୂର୍ବତନ ସରକାରୀ କର୍ମଚାରୀ ଜଣଙ୍କ ୧୦ ଶ୍ରେଣୀରରେ ୫୫ଥର ଫେଲ ହୋଇଥିଲେ। କିନ୍ତୁ ୫୬ତମ ପ୍ରୟାସରେ ୧୦ରେ ପାସ୍‌ ହୋଇଥିବା ହୁକୁମଦାସ ଏବେ ୭୭ ବର୍ଷ ବୟସରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ୭୭ ବର୍ଷ […]

ଅଦ୍ୟତନ ହୋଇଛି
୫୬ଥରରେ ୧୦ମ ପାସ୍‌ କରିଥିଲେ, ଏବେ ୭୭ ବର୍ଷ ବୟସରେ ଦେବେ ଦ୍ୱାଦଶ ପରୀକ୍ଷା

Old-man

Advertisment

ନୂଆଦିଲ୍ଲୀ: ବୟସ କେବଳ ଏକ ସଂଖ୍ୟା। ଇଚ୍ଛାଶକ୍ତି ଆଗରେ ବୟସ କୌଣସି ପ୍ରକାରର ପ୍ରତିବନ୍ଧକ ସାଜି ପାରେନାହିଁ। ଏହାକୁ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ୭୭ ବର୍ଷୀୟ ହୁକୁମଦାସ ବୈଷ୍ଣବ। ରାଜସ୍ଥାନ ଅନ୍ତର୍ଗତ ଜାଲୋର ଜିଲ୍ଲାର ଏହି ପୂର୍ବତନ ସରକାରୀ କର୍ମଚାରୀ ଜଣଙ୍କ ୧୦ ଶ୍ରେଣୀରରେ ୫୫ଥର ଫେଲ ହୋଇଥିଲେ। କିନ୍ତୁ ୫୬ତମ ପ୍ରୟାସରେ ୧୦ରେ ପାସ୍‌ ହୋଇଥିବା ହୁକୁମଦାସ ଏବେ ୭୭ ବର୍ଷ ବୟସରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ୭୭ ବର୍ଷ ବୟସରେ ମଧ୍ୟ ସେ ପାଠପଢ଼ିବାକୁ ଇଚ୍ଛା ଦେଖାଇଥିବାରୁ ସମସ୍ତଙ୍କୁ ଏହା ପ୍ରେରଣା ଯୋଗାଇଛି।

Advertisment

୧୯୪୫ ମସିହାରେ ହୁକୁମଦାସ ଜାଲୋର ସ୍ଥିତ ସରଦାରଗଡ଼ରେ ଜନ୍ମ ଗ୍ରହଣ କରିଥିଲେ। ତେଖି ଗାଁରେ ସେ ପ୍ରଥମରୁ ୮ମ ଶ୍ରେଣୀ ଯାଏ ପଢ଼ିଥିଲେ। ଏହାପରେ ୧୯୬୨ରେ ସେ ମୋକାଲସର ଠାରେ ପ୍ରଥମଥର ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା କେନ୍ଦ୍ରଟି ବାରମେରରେ ରହିଥିଲା।

ପ୍ରଥମ ପରୀକ୍ଷାରେ ସେ ସପ୍ଲିମେଣ୍ଟାରୀ ପାଇଥିଲେ ମଧ୍ୟ ଦ୍ୱିତୀୟ ପରୀକ୍ଷାରେ ଫେଲ ହୋଇଥିଲେ। ହୁକୁଦାସ ଫେଲ ହୋଇଯିବାରୁ ସାଙ୍ଗମାନେ ତାଙ୍କୁ ତାଚ୍ଛଲ୍ୟ କରିଥିଲେ। ଏଥିସହ ସେ କେବେ ବି ୧୦ମ ପରୀକ୍ଷାରେ ପାସ୍‌ କରିପାରିବେ ନାହିଁ ବୋଲି ତାଙ୍କ ଆଗରେ ଚ୍ୟାଲେଞ୍ଜ ରଖିଥିଲେ। ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ହୁକୁମଦାସ ୧୦ମ ପରୀକ୍ଷା ବାରମ୍ବାର ଦେଇ ଚାଲିଥିଲେ। ହେଲେ ତାଙ୍କୁ ପ୍ରତିଥର ଫେଲର ସ୍ୱାଦ ଚାଖିବାକୁ ପଡ଼ିଥିଲା।

Advertisment

ଏସବୁ ଭିତରେ ହୁକୁମଦାସ ଭୂତଳ ଜଳ ବିଭାଗରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରିବା ଆରମ୍ଭ କରିଥିଲେ। ତେଣୁ ସେ ନିୟମିତ ପାଠପଢ଼ା ଛାଡ଼ିଥିଲେ। କିନ୍ତୁ ଜଣେ ସ୍ୱେଚ୍ଛାସେବୀ ଭାବେ କେବଳ ପରୀକ୍ଷା ଦେବା ଆରମ୍ଭ କରିଥିଲେ।

୨୦୦୫ରେ ସେ ଚାକିରିରୁ ଅବସର ନେଇଥିଲେ। ୨୦୧୦ ସୁଦ୍ଧ ସେ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ ଦ୍ୱାରା ଆୟୋଜିତ ଦଶମ ପରୀକ୍ଷା ୪୮ ଥର ଦେଇ ସାରିଥିଲେ। ତଥାପି ସେ ପାସ୍‌ ହୋଇ ପାରି ନଥିଲେ।

ଏହାପରେ ହୁକୁମଦାସ ଷ୍ଟେଟ ଓପନ ବୋର୍ଡରେ ପାସ୍‌ ହେବାକୁ ଚେଷ୍ଟା କରିଥିଲେ। ଶେଷରେ ୨୦୧୯ରେ ସେ ୧୦ମ ଶ୍ରେଣୀରେ ପାସ୍‌ କରିଥିଲେ। ତାଙ୍କୁ ସେକେଣ୍ଡ ଡିଭିଜନ ମିଳିଥିଲା। ୫୬ତମ ପ୍ରୟାସରେ ସେ ୧୦ମ ପାସ୍‌ କରି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇଥିଲେ। ଏବେ ସେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହୁକୁମଦାସଙ୍କ ନାତି ଏବେ ସ୍କୁଲ ଶିକ୍ଷା ଶେଷ କରି ସାରିଲେଣି। ତଥାପି ହୁକୁମଦାସ ଦ୍ୱାଦଶ ଶ୍ରେଶୀ ପରୀକ୍ଷା ଦେବାକୁ ଯାଉଛନ୍ତି।

Odia Offbeat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe