Advertisment

ଭୟଙ୍କର ବିସ୍ଫୋରଣ: ୭୮ ମୃତ, ୪୦୦୦ରୁ ଅଧିକ ଆହତ

ବେରୁଟ: ଲେବାନନର ରାଜଧାନୀ ବେରୁଟର ବନ୍ଦର ଅଞ୍ଚଳରେ ଗତକାଲି ହୋଇଥିବା ଭୟାନକ ବିସ୍ଫୋରଣରେ ୭୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଲେବାନନ୍‌ର ରାଜଧାନୀ ବିରଟ୍‌ରେ ବଡ଼ ଧରଣର ବିସ୍ଫୋରଣ। ଦେଖନ୍ତୁ ବେଶ କିଛି ଜଣଙ୍କୁ ଆହତ କରିଥିବା ଏହି ଅଘଟଣ କେତେ ଭୟଙ୍କର ଥିଲା। (Video: Mohammad Hijazi)#BeirutBlast #Lebanonexplosion pic.twitter.com/lITToV4cOt — Odisha […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଭୟଙ୍କର ବିସ୍ଫୋରଣ: ୭୮ ମୃତ, ୪୦୦୦ରୁ ଅଧିକ ଆହତ

78

ବେରୁଟ: ଲେବାନନର ରାଜଧାନୀ ବେରୁଟର ବନ୍ଦର ଅଞ୍ଚଳରେ ଗତକାଲି ହୋଇଥିବା ଭୟାନକ ବିସ୍ଫୋରଣରେ ୭୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

Advertisment

ଏହି ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏହି ଛୋଟ ଦେଶଟିର ପ୍ରାୟ ସମସ୍ତ ଅଞ୍ଚଳକୁ ଏହାର ଶବ୍ଦ ଶୁଣାଯାଇଥିଲା। ଏପରିକି ସେଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ସାଇପ୍ରସ୍‌ର ରାଜଧାନୀ ନିକୋସିଆ ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା।

Advertisment

ଏହି ବିସ୍ଫୋରଣ ଯୋଗୁ ଆଖପାଖର ଅନେକ ବଡ଼ ବଡ଼ ଅଟ୍ଟାଳିକା ଦୋହଲି ଯିବା ସହିତ କ୍ଷତିଗ୍ରସ୍ତ ହୋଇଛି। ବନ୍ଦର ଅଞ୍ଚଳ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବହୁଦୂର ପର୍ଯ୍ୟନ୍ତ ଥିବା ଘରଦ୍ୱାର, ଗାଡ଼ି ମୋଟର ଓ ରାସ୍ତାଘାଟ ଆଦି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳ ଠାରୁ ଅନେକ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଝରକା, କବାଟ ଭାଙ୍ଗି ଥିବା ଦେଖିବାକୁ ମିଳିଛି।

ବନ ବେରୁଟ୍‌ର ଅନେକ ଲୋକ କହିଛନ୍ତି ଯେ ବିସ୍ଫୋରଣ ଦେଖି ସେମାନେ ଭାବି ନେଇଥିଲେ ଯେ ପରମାଣୁ ବୋମା ବିସ୍ଫୋରଣ ହୋଇଛି।

publive-imageବିସ୍ଫୋରଣ କାରଣ ସଂପର୍କରେ ସଠିକ୍ ଭାବେ କିଛି ଜଣାପଡ଼ିନାହିଁ। ତେବେ ସେଠାକାର ସରକାର ଆଶଙ୍କା କରୁଛନ୍ତି, ବେଶ୍ କିଛି ବର୍ଷ ହେବ ବନ୍ଦରର ଏକ ଗୋଦାମ ଘରେ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ବହୁ ପରିମାଣର ବିସ୍ଫୋରକ ରଖାଯାଇଥିଲା ଓ ସେଥିରୁ ଏହି ବିସ୍ଫୋରଣ ଘଟିଛି। ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ୍ ଏଲ୍‌ବିସିର ସୂଚନା ଅନୁଯାୟୀ, ସେଠାରେ ବହୁତ ପରିମାଣର ଆମୋନିୟମ ନାଇଟ୍ରେଟ୍ ରଖାଯାଇଥିଲା। ଆଉ ଅତ୍ୟଧିକ ଚାପ ଓ ଉତ୍ତାପ ଯୋଗୁ ଏହି ବିସ୍ଫୋରଣ ଘଟିଛି।  ସେଠାରେ ୨୭୫୦ ଟନ୍‌ର ଆମୋନିୟମ ନାଇଟ୍ରେଟ୍ ଗଚ୍ଛିତ ରଖାଯାଇଥିଲା ବୋଲି କୁହାଯାଉଛି।