Advertisment

ଚିନ୍ତା ବଢ଼ାଇଲା ଆର ଫ୍ୟାକ୍ଟର, କେନ୍ଦ୍ର ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏଯାଏ ଦେଶରେ ସରିନି। ଏବେ ବି ସଂକ୍ରମଣ ବଢ଼ୁଛି। ସେହିପରି ୮ଟି ରାଜ୍ୟରେ ଆର ଫ୍ୟାକ୍ଟର କ୍ରମାଗତ ବୃଦ୍ଧି ପାଉଛି। ଏହା ନିଶ୍ଚିତ ପକ୍ଷେ ଏକ ଚିନ୍ତା ଓ ସମସ୍ୟାର ବିଷୟ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ଦେଶର ୪୪ଟି ଜିଲ୍ଲାରେ ପଜିଟିଭିଟି ରେଟ୍‌ ଏବେ ବି ୧୦% ଉପରେ ରହିଥିବା ବେଳେ ଡେଲ୍ଟା ଭାରିଏଣ୍ଟ ଯୋଗୁ ସୃଷ୍ଟି ହୋଇଥିବା କରୋନାର ଦ୍ୱିତୀୟ ୱେଭ ଏଯାଏ ଶେଷ […]

ଚିନ୍ତା ବଢ଼ାଇଲା ଆର ଫ୍ୟାକ୍ଟର, କେନ୍ଦ୍ର ଜାରି କଲା ସତର୍କ ସୂଚନା

R-factor

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏଯାଏ ଦେଶରେ ସରିନି। ଏବେ ବି ସଂକ୍ରମଣ ବଢ଼ୁଛି। ସେହିପରି ୮ଟି ରାଜ୍ୟରେ ଆର ଫ୍ୟାକ୍ଟର କ୍ରମାଗତ ବୃଦ୍ଧି ପାଉଛି। ଏହା ନିଶ୍ଚିତ ପକ୍ଷେ ଏକ ଚିନ୍ତା ଓ ସମସ୍ୟାର ବିଷୟ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି।

Advertisment

ଦେଶର ୪୪ଟି ଜିଲ୍ଲାରେ ପଜିଟିଭିଟି ରେଟ୍‌ ଏବେ ବି ୧୦% ଉପରେ ରହିଥିବା ବେଳେ ଡେଲ୍ଟା ଭାରିଏଣ୍ଟ ଯୋଗୁ ସୃଷ୍ଟି ହୋଇଥିବା କରୋନାର ଦ୍ୱିତୀୟ ୱେଭ ଏଯାଏ ଶେଷ ହୋଇନାହିଁ। ସେହିପରି ୧୮ଟି ଜିଲ୍ଲାରେ ଗତ ୪ ସପ୍ତାହ ହେଲାଣି ସଂକ୍ରମଣ ବୃଦ୍ଧି ପାଉଛି ବୋଲି ନୀତି ଆୟୋଗ୍ୟ ସଦସ୍ୟ ଡା ଭିକେ ପଲ ସମସ୍ତଙ୍କୁ ସତର୍କ କରାଇଛନ୍ତି।

ଆର ଫ୍ୟାକ୍ଟର ବଢ଼ୁଥିବାରୁ ଡା ପଲ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଡେଲ୍ଟା ଭାରିଏଣ୍ଟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ସଂକ୍ରମଣ ଏବେ ବି ବଢ଼ୁଛି ଓ ମହାମାରୀ ଏବେ ବି ଆମ ଦେଶରେ ରହିଛି। ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଆର ଭ୍ୟାଲୁ ୦.୬ କିମ୍ବା ଏହା ଠାରୁ ତଳେ ରହିବା ଦରକାର। ଯଦି ଏହା ୧ ଟପିଗଲା, ତା’ହେଲେ ଏହା ପୁଣି ସମସ୍ୟା ସୃଷ୍ଟି କରିବ। ଭାଇରସ ସଂକ୍ରମଣ ବୃଦ୍ଧି କରିବାକୁ ଚାହୁଁ। ତେଣୁ ଆମକୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Advertisment

ସଂକ୍ରମଣ ବଢ଼ୁଥିବା ୧୮ ଜିଲ୍ଲା ମଧ୍ୟରୁ କେରଳର ୧୦ଟି, ମହାରାଷ୍ଟ୍ରର ୩ଟି, ମଣିପୁରର ୨ଟି, ଅରୁଣାଚଳ, ମେଘାଳୟ ଓ ମିଜୋରାମର ଗୋଟିଏ ଲେଖାଏ ଜିଲ୍ଲା ରହିଛନ୍ତି। ଆର ଫ୍ୟାକ୍ଟର ୧ରୁ ଅଧିକ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଲାକ୍ଷାଦ୍ୱୀପ, ତାମିଲନାଡୁ, ମିଜୋରାମ, କର୍ଣ୍ଣାଟକା, ପୁଡୁଚେରୀ ଓ କେରଳ ରହିଛନ୍ତି।

କେବଳ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରେ ସଂଖ୍ୟା ହ୍ରାସ ପାଉଥିବା ବେଳେ ବେଙ୍ଗଲ ନାଗାଲାଣ୍ଡ, ହରିଆଣା, ଗୋଆ, ଦିଲ୍ଲୀ ଓ ଝାରଖଣ୍ଡରେ ଆର ଫ୍ୟାକ୍ଟର ୧ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ଆର ନମ୍ବର ଯଦି ୧ରୁ ଅଧିକ ରହିବ, ତା’ହେଲେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବ। ଆମକୁ ସବୁ କିଛି ନିୟନ୍ତ୍ରଣ କରିବାକୁ ପଡ଼ିବ। ଆମେରିକା, କ୍ୟାନାଡା, ଅଷ୍ଟ୍ରେଲିଆ ଓ ଭାରତରେ ଆର ଫ୍ୟାକ୍ଟର ହାରାହାରି ୧.୨ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଆର ଫ୍ୟାକ୍ଟରକୁ ସାରା ବିଶ୍ୱରେ ଭାଇରସକୁ ରୋକିବା ଓ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଉଛି। ଜଣେ ସଂକ୍ରମିତ ବ୍ୟକ୍ତି କେତେ ଜଣଙ୍କୁ ସଂକ୍ରମଣ ବାଣ୍ଟୁଛନ୍ତି, ତା’ର ଆକଳନ ଏହି ଆର ଫ୍ୟାକ୍ଟରରୁ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe