Advertisment

ପୁଣି ଇଲେକ୍ଟ୍ରିକ୍‌ ଗାଡ଼ିର ବ୍ୟାଟେରୀ ଫାଟି ଜଣେ ମୃତ, ୩ ଆହତ

ହାଇଦ୍ରାବାଦ: ଇଲେକ୍ଟ୍ରିକ୍‌ ଗାଡ଼ିକୁ ନେଇ ପୁଣି ଗୋଟିଏ ଅଘଟଣ ଘଟିଛି। ଇଲେକ୍ଟ୍ରିକ୍‌ ଗାଡ଼ିରେ ବ୍ୟବହାର ହେଉଥିବା ବ୍ୟାଟେରୀ ଫାଟି ଯିବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। ସେହିପରି ତାଙ୍କ ପରିବାରର ଆଉ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ତେଲେଙ୍ଗାନାର ନିଜାମାବାଦରେ ଏପରି ଘଟଣା ଘଟିଛି। ଘର ଭିତରେ ବ୍ୟାଟେରୀକୁ ଚାର୍ଜ କରାଯାଉଥିବା ବେଳେ ହଠାତ୍‌ ଏହା ବିସ୍ଫୋରଣ ହୋଇଛି। ଫଳରେ ନିଆଁ ଲାଗି ଗାଡ଼ିଟି ପାଉଁଶ ହୋଇଯାଇଛି। ସେହିପରି ବିସ୍ଫୋରଣ ଯୋଗୁ ଘର […]

ଅଦ୍ୟତନ ହୋଇଛି
ପୁଣି ଇଲେକ୍ଟ୍ରିକ୍‌ ଗାଡ଼ିର ବ୍ୟାଟେରୀ ଫାଟି ଜଣେ ମୃତ, ୩ ଆହତ

EV

Advertisment

ହାଇଦ୍ରାବାଦ: ଇଲେକ୍ଟ୍ରିକ୍‌ ଗାଡ଼ିକୁ ନେଇ ପୁଣି ଗୋଟିଏ ଅଘଟଣ ଘଟିଛି। ଇଲେକ୍ଟ୍ରିକ୍‌ ଗାଡ଼ିରେ ବ୍ୟବହାର ହେଉଥିବା ବ୍ୟାଟେରୀ ଫାଟି ଯିବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। ସେହିପରି ତାଙ୍କ ପରିବାରର ଆଉ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ତେଲେଙ୍ଗାନାର ନିଜାମାବାଦରେ ଏପରି ଘଟଣା ଘଟିଛି।

Advertisment

ଘର ଭିତରେ ବ୍ୟାଟେରୀକୁ ଚାର୍ଜ କରାଯାଉଥିବା ବେଳେ ହଠାତ୍‌ ଏହା ବିସ୍ଫୋରଣ ହୋଇଛି। ଫଳରେ ନିଆଁ ଲାଗି ଗାଡ଼ିଟି ପାଉଁଶ ହୋଇଯାଇଛି। ସେହିପରି ବିସ୍ଫୋରଣ ଯୋଗୁ ଘର ଭିତରେ ଥିବା ବୃଦ୍ଧଙ୍କ ଜୀବନ ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ଇଲେକ୍ଟ୍ରିକ ଗାଡ଼ିର ବ୍ୟାଟେରୀକୁ ରାମାସ୍ୱାମୀଙ୍କ ଘରେ ଚାର୍ଜ କରାଯାଉଥିଲା। ହେଲେ ଏହା ବିସ୍ଫୋରଣ କରିବାରୁ ଘର ଭିତରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଘରେ ରାମାସ୍ୱାମୀ ଫସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ବେଳେ ପୁଅ ପ୍ରକାଶ, ବୋହୂ କ୍ରିଷ୍ଣାବେନୀ ଓ ପତ୍ନୀ କମଳାଆମ୍ମା ଆହତ ହୋଇଛନ୍ତି। ରାମାସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଦୀର୍ଘ ଗୋଟିଏ ବର୍ଷ ହେଲେ ଏହି ଇଲେକ୍ଟ୍ରିକ ଗାଡ଼ିର ବ୍ୟବହାର କରୁଥିଲେ।

Advertisment

ପୁଲିସ୍‌ ଏହି ଘଟଣାରେ ଗାଡ଼ି ତିଆରି କରିଥିବା କମ୍ପାନୀ ପ୍ୟୁର ଇଭି ବିରୋଧରେ ମାମଲା ରୁଜୁ କରିଛି। କମ୍ପାନୀ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ଦୀର୍ଘ ୨ ମାସ ହେଲାଣି ନିୟମିତ ଭାବେ ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକରେ ଅଘଟଣ ଘଟିବାରେ ଲାଗିଛି। କେତେବେଳେ ଏହାର ବ୍ୟାଟେରୀ ଫାଟି ଯାଉଛି ତ ଆଉ କେତେ ରାସ୍ତାରେ ଗାଡ଼ି ଯାଉଥିବା ବେଳେ ନିଆଁ ଲାଗି ଯାଉଛି। ନିୟମିତ ଭାବେ ଏପରି ଘଟଣା ଘଟି ଅନେକ ଲୋକ ଜୀବନ ମଧ୍ୟ ହରାଉଛନ୍ତି।

ସାରା ଦେଶରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଘଟଣାର ଯାଞ୍ଚ ପାଇଁ କେନ୍ଦ୍ର ସରକାର ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ କମିଟି ଗଠନ କରିଛନ୍ତି। ସେହିପରି ନିୟମ ଉଲ୍ଲଙ୍ଘନ କରି ଗାଡ଼ି ନିର୍ମାଣ କରିଥିବା ସଂସ୍ଥାଗୁଡ଼ିକୁ ମୋଟା ଅଙ୍କର ଜୋରିମାନା ଧମକ ମଧ୍ୟ ଦେଇଛନ୍ତି।

Electric Vehicle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe