Advertisment

କରୋନା ବେଳେ ବଳପୂର୍ବକ ଧର୍ମ ପରିବର୍ତ୍ତନ! ୯ ଜଣଙ୍କ ନାଁରେ ମାମଲା

ମୀରଟ: ଉତ୍ତର ପ୍ରଦେଶର ମୀରଟରେ ବଳପୂର୍ବକ କିଛି ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି। ମୀରଟର ଗୋଟିଏ ବସ୍ତିରେ ରହୁଥିବା ଅନେକ ଲୋକଙ୍କୁ କରୋନା ବେଳେ ସହଯୋଗର ହାତ ବଢ଼ାଇ ଧର୍ମ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ପାଇବା ପରେ ପୁଲିସ୍‌ ମାମଲା ରୁଜୁ କରିଛି। ଧର୍ମାନ୍ତରଣର ଶିକାର ହୋଇଥିବା ବସ୍ତି ଲୋକଙ୍କୁ ମୀରଟର ଜଣେ ପ୍ରଭାବଶାଳୀ ବିଜେପି ନେତା ହିଁ ଏକାଠି କରି ପୁଲିସ୍‌ ନିକଟରେ ଫେରାଦ ହୋଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ରିକ୍ସା […]

କରୋନା ବେଳେ ବଳପୂର୍ବକ ଧର୍ମ ପରିବର୍ତ୍ତନ! ୯ ଜଣଙ୍କ ନାଁରେ ମାମଲା

UP

Advertisment

ମୀରଟ: ଉତ୍ତର ପ୍ରଦେଶର ମୀରଟରେ ବଳପୂର୍ବକ କିଛି ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି। ମୀରଟର ଗୋଟିଏ ବସ୍ତିରେ ରହୁଥିବା ଅନେକ ଲୋକଙ୍କୁ କରୋନା ବେଳେ ସହଯୋଗର ହାତ ବଢ଼ାଇ ଧର୍ମ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ପାଇବା ପରେ ପୁଲିସ୍‌ ମାମଲା ରୁଜୁ କରିଛି।

Advertisment

ଧର୍ମାନ୍ତରଣର ଶିକାର ହୋଇଥିବା ବସ୍ତି ଲୋକଙ୍କୁ ମୀରଟର ଜଣେ ପ୍ରଭାବଶାଳୀ ବିଜେପି ନେତା ହିଁ ଏକାଠି କରି ପୁଲିସ୍‌ ନିକଟରେ ଫେରାଦ ହୋଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ରିକ୍ସା ଚଳାଇ ଜୀବନ ବିତାନ୍ତି। ସେମାନଙ୍କୁ ବିଜେପି ନେତା ପୁଲିସ ପାଖରେ ପହଞ୍ଚାଇବା ପରେ ମାମଲା ରୁଜୁ ହୋଇଛି।

୯ ଜଣ ଲୋକ କରୋନାର ପ୍ରଥମ ଲକଡାଉନ ବେଳେ ସହଯୋଗ କରିବା ଆଳରେ ବସ୍ତିବାସୀଙ୍କୁ ଖ୍ରୀଷ୍ଟିୟାନ ଧର୍ମର ଦୀକ୍ଷା ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ବସ୍ତି ଲୋକଙ୍କୁ ଚର୍ଚ୍ଚ ଯିବାରୁ ଉସକାଇବା ସହ ଏଠାରେ ଥିବା ହିନ୍ଦୁ ଦେବଦେବୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ଚାପ ପକାଉଥିବା ଜଣେ ଅଭିଯୋଗକାରୀ ପୁଲିସ୍‌କୁ ଜଣାଇଛନ୍ତି।

Advertisment

କରୋନା ଲକଡାଉନ ବେଳେ ବସ୍ତିଲୋକ ବାହାରକୁ ବାହାରି ପାରି ନଥିଲେ। ଅର୍ଥ ଅଭାବରୁ ସେମାନେ ଅନେକ ଯନ୍ତ୍ରଣା ସହିଥିଲେ। ଏହାକୁ ଦେଖି ସ୍ଥାନୀୟ ବିଲଡିଂରେ ରହୁଥିବା କିଛି ଲୋକ ସେମାନଙ୍କୁ ଖାଦ୍ୟ ଓ ଘର ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା କରିଥିଲେ।

ହେଲେ ସହଯୋଗ କରୁଥିବା ଲୋକମାନେ ହଠାତ ସେମାନଙ୍କୁ କହିଥିଲେ ଯେ ବିଶ୍ୱରେ ଗୋଟିଏ ଭଗବାନ ହେଲେ ଜେସସ ଖ୍ରୀଷ୍ଟ। ଏଥିସହ ବସ୍ତି ଲୋକଙ୍କୁ ଚର୍ଚ୍ଚ ଯାଇ ପ୍ରାର୍ଥନା କରିବାକୁ କହିଥିଲେ। ଅଭିଯୋଗକାରୀଙ୍କୁ ୯ ଅଭିଯୁକ୍ତ ହିନ୍ଦୁ ଦେବତାଙ୍କ ପୂଜା ବନ୍ଦ କରି କେବଳ ଖ୍ରୀଷ୍ଟଙ୍କୁ ପୂଜା କରିବାକୁ କହିଥିଲେ ବୋଲି ଏଫଆଇଆରରେ ଉଲ୍ଲେଖ ରହିଛି।

ଜଣେ ଅଭିଯୋଗକାରୀ କହିଛନ୍ତି, “ସେମାନେ ଆଧାର କାର୍ଡରେ ବଳପୂର୍ବ ଆମ ନାଁକୁ ବଦଳାଇ ଦେଇଛନ୍ତି। ଆମେ ଯେତେବେଳେ ଦୀପାବଳି ପାଳନ କରୁଥିଲୁ ସେତେବେଳେ ଏହି ଲୋକମାନେ ଆମ ଘରକୁ ଆସିଥିଲେ। ଏଥିସହ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଚିରି ଦେଇଥିଲେ।

ଏବେ ହିନ୍ଦୁ ଦେବତାଙ୍କୁ ଛାଡ଼ି କେବଳ ଖ୍ରୀଷ୍ଟଙ୍କୁ ପ୍ରାର୍ଥନା କର। କାରଣ ଆମ ମାନଙ୍କ ଧର୍ମ ବଦଳି ଯାଇଥିବା ସେମାନେ କହିଥିଲେ। କିନ୍ତୁ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ୨ ଲକ୍ଷ ଲେଖାଏ ଟଙ୍କା ଦାବି କରିଥିଲେ। ଛୁରୀ ଓ ରଡ ଦେଖାଇ ସେମାନେ ଆମକୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ।”

ଅଭିଯୋଗକାରୀମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ଅନ୍ଧାରରେ ରଖି ଧର୍ମ ପରିବର୍ତ୍ତନ କରାଯାଇଛି। ସେମାନେ ସମସ୍ତେ “ସନାତନ ଧର୍ମୀ” ବା ହିନ୍ଦୁ। ପୁଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଅଭିଯୋଗକାରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe