Advertisment

ଆସାମରେ ବନ୍ୟା ବିପର୍ଯ୍ୟୟ : ଗଲାଣି ୯ ଜୀବନ , ୬ ଲକ୍ଷ ଲୋକେ ପ୍ରଭାବିତ

ଗୌହାଟି: ଆସାମରେ ପ୍ରକୃତିର ତାଣ୍ଡବ। ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟା କମିବା ପରେ ଆସୁଛି ସାଂଘାତିକ ବିପର୍ଯ୍ୟା ଚିତ୍ର। ବନ୍ୟାରେ ଲୋକଙ୍କ ଚାଷ ବାସ ସବୁ ଉଜୁଡ଼ିଯାଇଛି।  ବନ୍ୟା ବିପର୍ଯ୍ୟୟ ଯୋଗୁ  ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନସରେ। ଏହି ପ୍ରାକୃତି ବିପର୍ଯ୍ୟୟ ଯୋଗୁ  ୨୬ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି  । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି। […]

author-image
Tapas Behera
ଅଦ୍ୟତନ ହୋଇଛି
ଆସାମରେ ବନ୍ୟା ବିପର୍ଯ୍ୟୟ : ଗଲାଣି ୯ ଜୀବନ , ୬ ଲକ୍ଷ ଲୋକେ ପ୍ରଭାବିତ

asam

ଗୌହାଟି: ଆସାମରେ ପ୍ରକୃତିର ତାଣ୍ଡବ। ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟା କମିବା ପରେ ଆସୁଛି ସାଂଘାତିକ ବିପର୍ଯ୍ୟା ଚିତ୍ର। ବନ୍ୟାରେ ଲୋକଙ୍କ ଚାଷ ବାସ ସବୁ ଉଜୁଡ଼ିଯାଇଛି।  ବନ୍ୟା ବିପର୍ଯ୍ୟୟ ଯୋଗୁ  ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନସରେ। ଏହି ପ୍ରାକୃତି ବିପର୍ଯ୍ୟୟ ଯୋଗୁ  ୨୬ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି  । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ ଏବଂ ଦିମା ହସାଓ ସମେତ ଆହୁରି କିଛି ଅଞ୍ଚଳରେ ବର୍ଷା ତାଣ୍ଡବ ରଚିଛି । ପରିସ୍ଥିତିକୁ ଦେଖି ସେନା ଓ ଆସାମ ରାଇଫଲସର ଯବାନ ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।  କଚ୍ଚାର ଜିଲ୍ଲାରେ ପରିସ୍ଥିତି ସବୁଠୁ ଅଧିକ ଗମ୍ଭୀର ରହିଛି।

Advertisment

କେବଳ କଚ୍ଚାର ଜିଲ୍ଲାରେ ଲକ୍ଷାଧିକ ଲୋକ ପାଣିଘେରରେ ରହିଛନ୍ତି।  ଲୋକମାନେ ଜୀବନ ବିକଳରେ ଅତ୍ୟାବଶ୍ୟକ ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ଲଗାଣ ବର୍ଷା ପାଇଁ ଅନେକ ଜିଲ୍ଲାରେ ରାସ୍ତା ନଷ୍ଟ ହେବା ସହ ବ୍ରିଜ୍ ଭାଙ୍ଗିଯାଇଛି । ଏହା ସହ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି  ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ, ସେନା, ଏସଡିଆରଏଫ କର୍ମଚାରୀ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଗରୁ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଆସାମ ସମେତ ଅରୁଣାଚଳ ପ୍ରଦେଶ, ମେଘାଳୟ, ପଶ୍ଚିମବଂଗ, ସିକ୍କିମ ଅଂଚଳରେ ମଧ୍ୟ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।   ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ବନ୍ୟାସ୍ଥିତି ପଚାରି ବୁଝିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱଶର୍ମା।

Advertisment
Flood In Assam