Advertisment

ଏନସିଆରବି ରିପୋର୍ଟ: ଦିନକୁ ୯୦ ନାବାଳିକା ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟରୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଦେଶରେ ନାବାଳିକାମାନେ କେତେ ସୁରକ୍ଷିତ ତା’ର ଗୁମର ଏନସିଆରବି ରିପୋର୍ଟରୁ ଖୋଲିଯାଇଛି। ଗତବର୍ଷ ଅର୍ଥାତ ୨୦୨୧ରେ ଦେଶରେ ଦୈନିକ ୯୦ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ମାମଲା ଗୁଡ଼ିକ ଆଇପିସିର ଧାରା ୩୭୬ ଓ ପୋକସୋ ଆକ୍ଟର ଧାରା ୪ ଓ ୬ ଅନୁଯାୟୀ ରୁଜୁ କରାଯାଇଛି। ଏନସିବିଆର ରିପୋର୍ଟରେ କୁହାଯାଇଛି ଯେ ବର୍ଷ ୨୦୨୧ରେ […]

ଏନସିଆରବି ରିପୋର୍ଟ: ଦିନକୁ ୯୦ ନାବାଳିକା ଦୁଷ୍କର୍ମର ଶିକାର

stop-rape

Advertisment

ନୂଆଦିଲ୍ଲୀ: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟରୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଦେଶରେ ନାବାଳିକାମାନେ କେତେ ସୁରକ୍ଷିତ ତା’ର ଗୁମର ଏନସିଆରବି ରିପୋର୍ଟରୁ ଖୋଲିଯାଇଛି। ଗତବର୍ଷ ଅର୍ଥାତ ୨୦୨୧ରେ ଦେଶରେ ଦୈନିକ ୯୦ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି।

Advertisment

ଏହି ମାମଲା ଗୁଡ଼ିକ ଆଇପିସିର ଧାରା ୩୭୬ ଓ ପୋକସୋ ଆକ୍ଟର ଧାରା ୪ ଓ ୬ ଅନୁଯାୟୀ ରୁଜୁ କରାଯାଇଛି। ଏନସିବିଆର ରିପୋର୍ଟରେ କୁହାଯାଇଛି ଯେ ବର୍ଷ ୨୦୨୧ରେ ୩୩,୧୮୬ ଜଣ ନାବାଳିକା ସମଗ୍ର ଦେଶରେ ଦୁଷ୍କର୍ମର ଶିକାର ହୋଇଛନ୍ତି। ତାଲିକାରେ ମଧ୍ୟପ୍ରଦେଶ ୧ନଂ ସ୍ଥାନରେ ରହିଛି। ଏଠାରେ ଗତବର୍ଷ ମୋଟ ୩,୫୨୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଖଇଛନ୍ତି। ମଧ୍ୟପ୍ରଦେଶ ପଛକୁ ମହାରାଷ୍ଟ୍ର(୩,୪୮୦), ତାମିଲନାଡୁ(୩,୪୩୫), ଉତ୍ତର ପ୍ରଦେଶ (୨,୭୪୯) ଓ କର୍ଣ୍ଣାଟକା(୨୦୯୩) ରହିଛନ୍ତି। ବର୍ଷ ୨୦୨୧ରେ କର୍ଣ୍ଣାଟକାରେ ଦୈନିକ ଅତିକମରେ ୫ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ରିପୋର୍ଟରେ କୁହାଯାଇଛି।

କେବଳ ନାବାଳିକା ନୁହନ୍ତି, ବର୍ଷ ୨୦୨୧ରେ ଦେଶରେ ୩୧୨ ଜଣ ନାବାଳକ ମଧ୍ୟ ଦୁଷ୍କର୍ମ ଶିକାର ହୋଇଛନ୍ତି। ନାବାଳକ ଦୁଷ୍କର୍ମ ମାମଲା ତାଲିକାରେ ଉତ୍ତର ପ୍ରଦେଶ ୧ନଂ ସ୍ଥାନରେ ରହିଛି। ଏଠାରେ ଗତବର୍ଷ ୯୬ ଜଣ ନାବାଳକ ଦୁଷ୍କର୍ମର ଶିକାର ହୋଇଥିଲେ। ଏହା ପଛକୁ କେରଳ(୭୪), ତାମିଲନାଡୁ(୩୪), ପଶ୍ଚିମବଙ୍ଗ(୨୨) ଓ ଉତ୍ତରାଖଣ୍ଡ(୮) ରହିଛନ୍ତି।

Advertisment

ସେହିପରି ବର୍ଷକ ମଧ୍ୟରେ କର୍ଣ୍ଣାଟକାରେ ୪ ଜଣ ନାବାଳକ ଦୁଷ୍କର୍ମର ଶିକାର ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୯୯% ପୋକସୋ ଆକ୍ଟର ଅଭିଯୁକ୍ତ ପୀଡ଼ିତ/ପୀଡ଼ିତାଙ୍କ ସମ୍ପର୍କୀୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe