Advertisment

ଯୋଧପୁର ହିଂସା: ଗିରଫ ହେଲେଣି ୯୭, କର୍ଫ୍ୟୁ ବଳବତ୍ତର

ଜୟପୁର: ଇଦ୍‌ର ଦିନକ ପୂର୍ବରୁ ରାଜସ୍ଥାନ ଯୋଧପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସା ଏବେବି ଜାରି ରହିଛି। ଏହି ମାମଲାରେ ବର୍ତ୍ତମାନ ଯାଏଁ ୯୭ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଲାଗିଥିବା କର୍ଫ୍ୟୁ ବଳବତ୍ତର ରହିଛି। ଆଗାମୀ ନିର୍ଦ୍ଦେଶ ଯାଏଁ ପୂରା ସହରରେ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି। ଗତକାଲି ଇଦ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ହୋମ୍‌ ଟାଉନ୍‌ ଯୋଧପୁରରେ ଦୁଇଟି ମମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲେ। […]

ଅଦ୍ୟତନ ହୋଇଛି
ଯୋଧପୁର ହିଂସା: ଗିରଫ ହେଲେଣି ୯୭, କର୍ଫ୍ୟୁ ବଳବତ୍ତର

Jodhpur Violance-1

Advertisment

ଜୟପୁର: ଇଦ୍‌ର ଦିନକ ପୂର୍ବରୁ ରାଜସ୍ଥାନ ଯୋଧପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସା ଏବେବି ଜାରି ରହିଛି। ଏହି ମାମଲାରେ ବର୍ତ୍ତମାନ ଯାଏଁ ୯୭ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଲାଗିଥିବା କର୍ଫ୍ୟୁ ବଳବତ୍ତର ରହିଛି। ଆଗାମୀ ନିର୍ଦ୍ଦେଶ ଯାଏଁ ପୂରା ସହରରେ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି।

Advertisment

ଗତକାଲି ଇଦ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ହୋମ୍‌ ଟାଉନ୍‌ ଯୋଧପୁରରେ ଦୁଇଟି ମମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଶେଷରେ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ବିକ୍ଷୋଭକାରୀମାନେ ପୁଲିସ ଉପରକୁ ମଧ୍ୟ ପଥର ମାଡ କରିଥିଲେ । ଏଥିରେ ୪ ଜଣ ପୁଲିସ କର୍ମୀଙ୍କ ସମେତ ୧୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି।

ବର୍ତ୍ତମାନ ବି ଉକ୍ତ ସ୍ଥାନରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଏଥିପାଇଁ ସ୍ଥିତି ଉପରେ ନଜର ରଖିବା ପାଇଁ ଡ୍ରୋନ୍‌ର ସହାୟତା ନିଆଯାଇଛି। ଯୋଧପୁର ସମେତ ଉଦୟ ମନ୍ଦିର ଏବଂ ନଗୋରୀ ଗେଟ୍ ଆଦିରେ କର୍ଫ୍ୟୁ ଲାଗିଛି। ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

Advertisment

ସୋମବାର ବିଳମ୍ବିତ ରାତିରେ ଜଲୌରୀ ଗେଟ୍‌ ପରିସରରେ ଇଦ ପତାକା ସହ ଲାଉଡସ୍ପିକର ଓ ୩ ଦିନ ଧରି ପର୍ଶୁରାମ ଜୟନ୍ତୀ ପାଳନକୁ ନେଇ ହିଂସା ଏଥିରେ ୫ ପୁଲିସକର୍ମୀ ଆହତ ହୋଇଥିଲେ। ହିଂସା ରୋକିବାକୁ ପୁଲିସ ଟିୟର ଗ୍ୟାସ୍ ସହିତ ଲାଠି ଚାର୍ଜ କରିଥିଲା।

ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ବିଜେପିକୁ ଦାୟୀ କରିଛନ୍ତି। ଏହି ହିଂସାରେ ବିଜେପିର ହାତ ରହିଛି ବୋଲି ଅଶୋକ ଗେହେଲୋଟ କହିଛନ୍ତି। ଏକ ସାକ୍ଷାତକାର ସେ କହିଛନ୍ତି 'ବେରୋଜଗାରୀ ଓ ମହଙ୍ଗା ପରିସ୍ଥିତି ଢ଼େର ବଢ଼ିଯାଇଛି। ସେମାନେ ଏହାକୁ ନିୟନ୍ତ୍ରଣ କରିପାରୁ ନାହାଁନ୍ତି। ତେଣୁ ସେମାନେ ଜାଣିଶୁଣି ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏପରି କରୁଛନ୍ତି।'

ଏହାରି ଭିତରେ ବିଜେପିର ରାଜସ୍ଥାନ ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଯୋଧପୁର ହିସଂର ତଦନ୍ତ ଆରମ୍ଭ କରିବା ଓ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପାରିତ କରିବା ଲାଗି ଅପିଲ କରିଛନ୍ତି। ଏଥିସହ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe