ମମତା ବାନାର୍ଜୀ ଆଶ୍ୱସ୍ତ, ଚାରି ଦଳୀୟ ନେତାଙ୍କୁ ଜାମିନ

କୋଲକାତା: ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାରେ ସିବିଆଇ ଗିରଫ କରିଥିବା ଚାରି ଟିଏମସି ନେତାଙ୍କୁ ଜାମିନ ମିଳିଛି। ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ଉଭୟ ୫୦ ହଜାର ଟଙ୍କାର ବେଲ୍ ବଣ୍ଡ ଜମା କରି ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଜଷ୍ଟିସ ଅନୁପମ ମୁଖୋପାଧ୍ୟାୟ। ଏହି ଚାରି ଟିଏମସି ନେତା ହେଲେ ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ର। ଆଜି […]

mamata-banerjee

mamata-banerjee

Subhransu Sekhar
  • Published: Monday, 17 May 2021
  • Updated: 17 May 2021, 08:19 PM IST

କୋଲକାତା: ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାରେ ସିବିଆଇ ଗିରଫ କରିଥିବା ଚାରି ଟିଏମସି ନେତାଙ୍କୁ ଜାମିନ ମିଳିଛି। ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ଉଭୟ ୫୦ ହଜାର ଟଙ୍କାର ବେଲ୍ ବଣ୍ଡ ଜମା କରି ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଜଷ୍ଟିସ ଅନୁପମ ମୁଖୋପାଧ୍ୟାୟ। ଏହି ଚାରି ଟିଏମସି ନେତା ହେଲେ ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ର।

ଆଜି ସକାଳୁ ସକାଳୁ ସିବିଆଇ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ମମତା ବାନାର୍ଜୀଙ୍କ ଦଳର ଏହି ଚାରି ନେତାଙ୍କୁ ଦୁର୍ନୀତି ମାମଲାରେ ବାନ୍ଧି ଥିଲା। ଏହାପରେ ମମତା ଏବଂ ତାଙ୍କ ସମର୍ଥକମାନେ ସିବିଆଇ ଅଫିସ ଆଗରେ ଆସି ହୋ ହାଲ୍ଲା କରିଥିଲେ। ଆଉ ଟିଏମସି ସମର୍ଥକ ସିବିଆଇ ଅଫିସ ଉପରକୁ ଟେକା ପଥର ଫିଙ୍ଗିଥିଲେ। ତେଣୁ ସିବିଆଇ ଚାରି ନେତାଙ୍କୁ ବାହାରକୁ ନେଇ କୋର୍ଟରେ ହାଜର କରିବା ସମ୍ଭବ ହୋଇନଥିଲା।

ଏହାପରେ ଭିଡିଓ କନଫରେନସିଂ ଜରିଆରେ ଚାରି ନେତାଙ୍କୁ ସିବିଆଇ ସ୍ୱତନ୍ତ୍ର ଅଦଲତରେ ହାଜର କରିଥିଲା। ସିବିଆଇ ଏହି ସମୟରେ ୪୮ ପୃଷ୍ଠାର ଏକ ଚାର୍ଜଶିଟ୍ ଦାଖଲ କରିଥିଲା। ଆଉ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା।

ସିବିଆଇ ଓକିଲ କହିଥିଲେ ଯେ ଗିରଫ ହୋଇଥିବା ନେତାମାନେ ପ୍ରଭାବଶାଳୀ। ତେଣୁ ଜାମିନ ଦେଲେ ସେମାନେ ତଦନ୍ତକୁ ପ୍ରଭାବିତ କରିପାରନ୍ତି। ହେଲେ ଟିଏମସି ନେତାଙ୍କ ଓକିଲ ଗିରଫକୁ ବିରୋଧ କରି କହିଥିଲେ ଯେ ଏବେ କୋଭିଡ ପରିସ୍ଥିତିରେ ଯଦି ଏହି ନେତାମାନଙ୍କୁ ଗିରଫ କରାଯାଏ ତେବେ କୋଭିଡ ବେଳେ କୋଲକାତା ଅଶାନ୍ତ ହୋଇପାରେ। ଟିଏମସି ନେତାଙ୍କ ପାଇଁ ଆଡଭୋକେଟ୍ ତଥା ଦଳୀୟ ନେତା କଲ୍ୟାଣ ବାନାର୍ଜୀ ପକ୍ଷ ରଖିଥିଲେ।

ଏହି ଗିରଫଦାରୀ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରାଯାଇଛି। ଗିରଫ ପୂର୍ବରୁ ବାଚସ୍ପତିଙ୍କଠାରୁ ଅନୁମତି ନିଆଯାଇ ନଥିଲା। ରାଜ୍ୟପାଳ କୌଣସି ପ୍ରକାର ତଦନ୍ତ ଆଦେଶ ଦେଇ ପାରିବେ ନାହିଁ।

୨୦୧୪ରେ ଦିଲ୍ଲୀର ଜଣେ ସାମ୍ବାଦିକ କୋଲକାତା ଆସି ପଶ୍ଚିମବଙ୍ଗରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଥିବା ଜଣେ ବ୍ୟବସାୟୀ ଭାବରେ ଆସି ସାତଜଣ ଟିଏମସି ସାଂସଦ, ଚାରିଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ। ଆଉ ସେ ଏହି ଅପରେସନକୁ ସ୍ପାଏ କ୍ୟାମେରାରେ ରେକର୍ଡିଂ କରିଥିଲେ। ଆଉ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ପଶ୍ଚିମବଙ୍ଗ ରାଜନୀତିକୁ ଦୋହଲାଇ ଦେଇଥିଲା। ଷ୍ଟିଙ୍ଗ ଅପରେସନ୍ ସଂପର୍କରେ ମାର୍ଚ୍ଚ ୨୦୧୭ରେ କୋଲକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story