Advertisment

ମୋଦି କ୍ୟାବିନେଟରେ 'ହନୁମାନ'ଙ୍କୁ ଅପମାନ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ୧୨ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ମୋଟ୍ ୪୩ ଜଣ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଏହି ମନ୍ତ୍ରୀ ତାଲିକାରେ ଏଲଜେପି ସାଂସଦ ପଶୁପତି ପାରସ ରହିଛନ୍ତି। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯିବ ବୋଲି ସୂଚନା ମିଳିସାରିଛି। ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବୈଠକରେ ମଧ୍ୟ ସାମିଲ୍ ଥିବା ନେଇ ସୂଚନା ରହିଛି। ତେବେ ପାରସ ମନ୍ତ୍ରୀ […]

ଅଦ୍ୟତନ ହୋଇଛି
ମୋଦି କ୍ୟାବିନେଟରେ 'ହନୁମାନ'ଙ୍କୁ ଅପମାନ !

modi-worship

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ୧୨ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ମୋଟ୍ ୪୩ ଜଣ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଏହି ମନ୍ତ୍ରୀ ତାଲିକାରେ ଏଲଜେପି ସାଂସଦ ପଶୁପତି ପାରସ ରହିଛନ୍ତି। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯିବ ବୋଲି ସୂଚନା ମିଳିସାରିଛି। ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବୈଠକରେ ମଧ୍ୟ ସାମିଲ୍ ଥିବା ନେଇ ସୂଚନା ରହିଛି।

Advertisment

ତେବେ ପାରସ ମନ୍ତ୍ରୀ ହେଉଥିବା ଜଣାପଡ଼ିବା ପରେ ଅସନ୍ତୋଷ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ଏଲଜେପି ସାଂସଦ ଚିରାଗ ପାସଓ୍ୱାନ। ଯିଏକି ଦିବଂଗତ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସଓ୍ୱାନଙ୍କ ପୁଅ। ସେ କହିଛନ୍ତି, ଏଲଜେପିରୁ ପଶୁପତି ପାରସ ଦଳ ବିରୋଧୀ ହେତୁ ଦଳରୁ ବହିଷ୍କୃତ ହୋଇସାରିଛନ୍ତି ଏବଂ ବର୍ତ୍ତମାନ ସେ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବାକୁ ଯାଉଛନ୍ତି। ଦଳ ଏହାକୁ ବିରୋଧ କରୁଛି। ପ୍ରଧାନମନ୍ତ୍ରୀଙ୍କ ଅଧିକାର ରହିଛି ସେ କାହାକୁ ମନ୍ତ୍ରୀ କରାଇବେ। ଏଥିପ୍ରତି ଦଳ ଏବଂ ତାଙ୍କର ସମ୍ମାନ ରହିଛି। କିନ୍ତୁ ପାରସ ଏଲଜେପିର ସଦସ୍ୟ ନୁହଁନ୍ତି ବୋଲି ସେ କହିଛନ୍ତି।

https://twitter.com/iChiragPaswan/status/1412712666720657416?s=20

ସୂଚନାଯୋଗ୍ୟ, ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ ବୋଲି ବିହାର ବିଧାନସଭା ନିର୍ବାଚନ ବେଳେ କହିଥିଲେ ଚିରାଗ। ଏଭଳି ପରିସ୍ଥିତିରେ ପାରସ ମୋଦି କ୍ୟାବିନେଟରେ ସାମିଲ ହେବାକୁ ଯାଉଛନ୍ତି। ଯାହାକୁ ନିଜେ ହନୁମାନ ବିରୋଧ କରୁଛନ୍ତି। ଯେହେତୁ ଚିରାଗଙ୍କ ଅନିଚ୍ଛା ସତ୍ତ୍ୱେ ପାରସ ମନ୍ତ୍ରୀ ହେବାକୁ ଯାଉଛନ୍ତି ତେଣୁ ଏହା ଚିରାଗଙ୍କ ପାଇଁ ଅପମାନ। ଏହାର କାରଣ ହେଉଛି ଚିରାଗ ପାସୱାନ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରିନାହାଁନ୍ତି, ବରଂ ନିର୍ବାଚନ ସମୟରେ ସେ ତାଙ୍କର ବିଶ୍ୱସ୍ତତ ବୋଲି ମଧ୍ୟ ପ୍ରମାଣ କରିଛନ୍ତି।

Advertisment

ଯେତେବେଳେ ଏଲଜେପିର ପ୍ରତିଷ୍ଠାତା ରାମ ବିଲାସ ପାସୱାନ ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ସହ ମେଣ୍ଟ କରିବାକୁ ରାଜି ହୋଇନଥିଲେ, ସେତେବେଳେ ଚିରାଗ ହିଁ ​​ବିଜେପି ସହିତ ରହିବାକୁ ରାମବିଳାଶଙ୍କୁ ପ୍ରବର୍ତ୍ତାଇଥିଲେ। ଏହା ବ୍ୟତୀତ, ବିହାର ବିଧାନସଭା ନିର୍ବାଚନରେ ​​ଚିରାଗ ପାସୱାନଙ୍କ ଏଲଜେପି ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ବିରେୋଧରେ ପ୍ରାର୍ଥୀ ଦେଇନଥିଲେ।

କେବଳ ଏତିକି ନୁହେଁ, ଯେତେବେଳେ ବିରୋଧୀ ମୋଦି ସରକାରଙ୍କୁ କୃଷି ଆଇନ, ନାଗରିକତ୍ୱ ଆଇନ ଉପରେ ଘନ ଘନ ଆକ୍ରମଣ କରୁଥିଲେ ସେତେବେଳେ ଚିରାଗ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe