Advertisment

ପରାମର୍ଶଦାତାଙ୍କ ପାଇଁ ବଢ଼ିଲା ସିଦ୍ଧୁଙ୍କ ଅଡ଼ୁଆ, କଂଗ୍ରେସ ଶୁଣାଇଲା ଚରମବାଣୀ

ନୂଆଦିଲ୍ଲୀ: ନିଜର ପରାମର୍ଶଦାତାଙ୍କ ପାଇଁ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କଶ୍ମୀର ଓ ପାକିସ୍ତାନକୁ ନେଇ ସିଦ୍ଧୁଙ୍କ ଦୁଇ ଜଣ ପରାମର୍ଶଦାତା ବିବାଦୀୟ ବୟାନ ଦେଇଥିଲେ। ଏହି ଘଟଣାକୁ ନେଇ ବିବାଦ ବଢ଼ୁଥିବାରୁ ଏବେ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ଚରମବାଣୀ ଶୁଣାଇଛନ୍ତି। ବିବାଦୀୟ ବୟାନ ପାଇଁ ସିଦ୍ଧୁ ନିଜର ପରାମର୍ଶଦାତାମାନଙ୍କୁ ବହିଷ୍କାର କରନ୍ତୁ ନଚେତ ଦଳ ବାଧ୍ୟ ହୋଇ ପଦକ୍ଷେପ ଗ୍ରହଣ କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା […]

ଅଦ୍ୟତନ ହୋଇଛି
ପରାମର୍ଶଦାତାଙ୍କ ପାଇଁ ବଢ଼ିଲା ସିଦ୍ଧୁଙ୍କ ଅଡ଼ୁଆ, କଂଗ୍ରେସ ଶୁଣାଇଲା ଚରମବାଣୀ

sidhu

Advertisment

ନୂଆଦିଲ୍ଲୀ: ନିଜର ପରାମର୍ଶଦାତାଙ୍କ ପାଇଁ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କଶ୍ମୀର ଓ ପାକିସ୍ତାନକୁ ନେଇ ସିଦ୍ଧୁଙ୍କ ଦୁଇ ଜଣ ପରାମର୍ଶଦାତା ବିବାଦୀୟ ବୟାନ ଦେଇଥିଲେ। ଏହି ଘଟଣାକୁ ନେଇ ବିବାଦ ବଢ଼ୁଥିବାରୁ ଏବେ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ଚରମବାଣୀ ଶୁଣାଇଛନ୍ତି।

Advertisment

ବିବାଦୀୟ ବୟାନ ପାଇଁ ସିଦ୍ଧୁ ନିଜର ପରାମର୍ଶଦାତାମାନଙ୍କୁ ବହିଷ୍କାର କରନ୍ତୁ ନଚେତ ଦଳ ବାଧ୍ୟ ହୋଇ ପଦକ୍ଷେପ ଗ୍ରହଣ କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ଇନ ଚାର୍ଜ ହରିଶ ରାୱତ କହିଛନ୍ତି।

ନିକଟରେ ସିଦ୍ଧୁଙ୍କ ଟିମ୍‌ରେ ସାମିଲ ହୋଇଥିବା ପ୍ୟାରେଲାଲ ଗର୍ଗ ଓ ମାଲୱିନ୍ଦର ମାଲି ଗତ ସପ୍ତାହରୁ ପାକିସ୍ତାନ ଓ କଶ୍ମୀରକୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ଗଣମାଧ୍ୟମରେ ଶୀର୍ଷକ ରହି ଆସିଛନ୍ତି। ଏହାକୁ ନେଇ କଂଗ୍ରେସ ଭିତରୁ ଓ ବାହାରୁ ସିଦ୍ଧୁଙ୍କୁ ସମାଲୋଚନା ହେବାକୁ ପଡ଼ୁଛି।

Advertisment

ବରିଷ୍ଠ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ କ୍ୟାମ୍ପ ମଧ୍ୟ ଏହି ପ୍ରସଙ୍ଗରେ ସିଦ୍ଧୁଙ୍କୁ ଟାର୍ଗେଟ କରି ଚାଲିଛି। ଏହାକୁ ନେଇ ପଞ୍ଜାବ କଂଗ୍ରେସରେ ତମ୍ଭିତୋଫାନ ଦେଖାଯାଇଛି।

ଏସବୁ ଭିତରେ ହରିଶ ରାୱତ କହିଛନ୍ତି, ବିବାଦୀୟ ବୟାନକୁ ଏ କ୍ୟାମ୍ପ କିମ୍ବା ସେ କ୍ୟାମ୍ପ ବିରୋଧ କରୁନି। ସାମ୍ନାକୁ ଆସିଥିବା ବୟାନକୁ ପୂରା ଦଳ ଓ ରାଜ୍ୟ ପକ୍ଷରୁ ବିରୋଧ କରାଯାଉଛି। ଦଳ ସବୁବେଳେ ଗୋଟିଏ କଥା କହି ଆସିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ଅଂଶ।

ଯେଉଁ ପରାମର୍ଶଦାତାମାନେ ବୟାନ ଦେଇଛନ୍ତି, ସେମାନଙ୍କୁ ଦଳ ନିଯୁକ୍ତି ଦେଇ ନଥିଲା। ଆମେ ସିଦ୍ଧୁଙ୍କୁ ସେମାନଙ୍କୁ ବହିଷ୍କାର କରିବାକୁ କହି ସାରିଛୁ। ଯଦି ସିଦ୍ଧୁ ନ କରିବେ, ତା’ହେଲେ ମୁଁ କରିବି। ଆମେ ଦଳର ମୁଣ୍ଡ ତଳକୁ କରିଦେଇଥିବା ଲୋକଙ୍କୁ କେବେ ବି ନିଜ ପାଖରେ ରଖିବୁ ନାହିଁ ବୋଲି ସେ କହିଛନ୍ତି।

କ’ଣ କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିବେ? କ’ଣ ଆସନ୍ତାବର୍ଷ ନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ପ୍ରଶ୍ନରେ ଶ୍ରୀ ରାୱତ କହିଛନ୍ତି, ଆମେ କେବେ ହେଲେ ଗୋଟିଏ କଥା ବାରମ୍ବାର କହିବୁ ନାହିଁ। ପ୍ରତ୍ୟେକ ଦଳର ଗୋଟିଏ ନିୟମ କାନୁନ ରହିଛି।

ଆମେ ଏହାକୁ ଅନୁପାଳନ କରିବୁ। ବିଜୟ ପରେ ଯେତେବେଳେ ନୂଆ ବିଧାୟକ ଦଳ ବୈଠକ ବସିବ ସେତେବେଳେ ସେମାନେ ନିଜର ନେତା ଚୟନ କରିବେ।

Congress Navjot Singh Sidhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe