Advertisment

ହଁ ମୁଁ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରିଛି, କିଛି ଭୁଲ କରି ନାହିଁ: ପଲିଗ୍ରାଫ ଟେଷ୍ଟରେ ମାନିଲା ଅଫ୍‌ତାବ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ  ମୁଖ୍ୟ ଅଭିଯୁକ୍ତ ତଥା ଜହ୍ଲାଦ ପ୍ରେମିକ ଅଫତାବ ପୁନାୱାଲା ନିଜ ଦୋଷ ସ୍ୱୀକାର କରିଛି। ମଙ୍ଗଳବାର ଅଫତାବର ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ଏହି ସମୟରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ନେଇ ଦୋଷ ମାନିଥିବା ଜଣାପଡ଼ିଛି। କିନ୍ତୁ ଶ୍ରଦ୍ଧାଙ୍କୁ ହତ୍ୟା ପରେ ତାଙ୍କ ଭିତରେ ଅନୁତାପ କି ଅନୁଶୋଚନା ନଥିବା ସେ ସିଧାସଳଖ ପୁଲିସକୁ କହିଥିବା ସୂଚନା ମିଳିଛି। ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ଅଧିକାରୀ କହିଛନ୍ତି ଯେ, ଅଫତାବ […]

ଅଦ୍ୟତନ ହୋଇଛି
ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା କୋର୍ଟରେ ସ୍ୱୀକାର କଲାନି ଅଫତାବ

aftab

Advertisment

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ  ମୁଖ୍ୟ ଅଭିଯୁକ୍ତ ତଥା ଜହ୍ଲାଦ ପ୍ରେମିକ ଅଫତାବ ପୁନାୱାଲା ନିଜ ଦୋଷ ସ୍ୱୀକାର କରିଛି। ମଙ୍ଗଳବାର ଅଫତାବର ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ଏହି ସମୟରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ନେଇ ଦୋଷ ମାନିଥିବା ଜଣାପଡ଼ିଛି। କିନ୍ତୁ ଶ୍ରଦ୍ଧାଙ୍କୁ ହତ୍ୟା ପରେ ତାଙ୍କ ଭିତରେ ଅନୁତାପ କି ଅନୁଶୋଚନା ନଥିବା ସେ ସିଧାସଳଖ ପୁଲିସକୁ କହିଥିବା ସୂଚନା ମିଳିଛି। ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ଅଧିକାରୀ କହିଛନ୍ତି ଯେ, ଅଫତାବ ତାଙ୍କ ଲିଭ ଇନ୍‌ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଏଥିସହ ସେ କରିଥିବା ଅପରାଧରେ ତାଙ୍କର କୌଣସି ଦୋଷ ନାହିଁ ବୋଲି କହିଛନ୍ତି।

Advertisment

ପଲିଗ୍ରାଫ୍ ଟେଷ୍ଟ ବେଳେ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୩୫ ପିସ୍‌ କରି ଖଣ୍ଡବିଖଣ୍ଡିତ ଶରୀରକୁ ଜଙ୍ଗଲରେ ପୋତି ଥିବା ମାନିଛନ୍ତି। ସେହିପରି ସେ ଅନେକ ଯୁବତୀଙ୍କ ସହ ଡେଟିଂରେ ଥିବା ମଧ୍ୟ କହିଛନ୍ତି । ପଲିଗ୍ରାଫ୍ ଟେଷ୍ଟ ବେଳେ ଅଫତାବଙ୍କ ଆଚରଣ ଅତି ସ୍ୱଭାବିକ୍ ଥିବା ପୁଲିସ କହିଛି। ଏହି ତଦନ୍ତ ପ୍ରକ୍ରିୟାରେ ଶ୍ରଦ୍ଧା ହତ୍ୟାକାଣ୍ଡ ଏବଂ ପରବର୍ତ୍ତୀ କାର୍ଯ୍ୟକଳପ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛି ଅଫତାବ୍‌। ତେବେ ପ୍ରଥମ ସେସନ୍‌ ତଥା ନଭେମ୍ବର ୨୩, ୨୫ ଏବଂ ୨୬ ତାରିଖରେ ଅଫତାବଙ୍କର ପଲିଗ୍ରାଫ ଟେଷ୍ଟ  ହୋଇ ଥିଲେ ମଧ୍ୟ ତାଙ୍କ ଦେହ କ୍ରମାଗତ ଅସୁସ୍ଥ ହେଉଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଯାହା ପୁଣି ‌ଥରେ ମଙ୍ଗଳବାର କରାଯାଇଥିଲା। ବିଶେଷଜ୍ଞମାନେ ବର୍ତ୍ତମାନ ପଲିଗ୍ରାଫ୍ ପରୀକ୍ଷଣର ବିଭିନ୍ନ ସେସନର ଏକ ଅନ୍ତିମ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି।

ମଙ୍ଗଳବାର ଅଭିଯୁକ୍ତଙ୍କର ମଧ୍ୟ ପ୍ରି-ମେଡିକାଲ ପରୀକ୍ଷା କରାଯାଇଥିଲା।  ଯାହାର ରିପୋର୍ଟ ଆଜି ଆସିବ। ଦିଲ୍ଲୀ ପୋଲିସ ପୂର୍ବରୁ ଅଫତାବ ବିଭ୍ରାନ୍ତିକର ତଥ୍ୟ ଦେଉଥିବା କୋର୍ଟଙ୍କୁ କହିଥିଲା। ଗତ ନଭେମ୍ବର ୧୨ରେ ପୁନାୱାଲାଙ୍କୁ ଗିରଫ କରାଯାଇ ପାଞ୍ଚ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା। ଯାହାକି ନଭେମ୍ବର ୧୭ରେ ପୁଣି ୫ ଦିନ ବୃଦ୍ଧି କରାଯାଇଥିଲା। ନଭେମ୍ବର ୨୨ରେ ତାଙ୍କୁ ପୁଣି ୪ ଦିନ ପୁଲିସ ହେପାଜତକୁ ପଠାଯାଇଥିଲା। ନଭେମ୍ବର ୨୬ରେ କୋର୍ଟ ତାଙ୍କୁ ୧୩ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ।

Advertisment

ଦିଲ୍ଲୀ ପୁଲିସ ମଧ୍ୟ ପ୍ରେମିକା ଶ୍ରଦ୍ଧାଙ୍କ ମୃତଦେହ କାଟିବା ପାଇଁ ଅଫତାବ ବ୍ୟବହାର କରିଥିବ ଅସ୍ତ୍ରକୁ ଉଦ୍ଧାର କରିଛି। ଅନ୍ୟପଟେ ରୋହିଣୀସ୍ଥିତି ବିଧି ବିଜ୍ଞାନ ପ୍ରୟୋଗଶାଳା (ଏଫଏସସି)ରେ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ କରାଯିବ। ଏଥିଲାଗି ମଙ୍ଗଳବାର ଦିଲ୍ଲୀ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପୁନାୱାଲାର ଓକିଲ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଅଭିଯୁକ୍ତକୁ ୧ ଡିସେମ୍ବର ଓ ୫ ଡିସେମ୍ବରକୁ ରୋହିଣୀସ୍ଥିତ ପ୍ରୟୋଗଶାଳାକୁ ନେଇଯିବାକୁ ଅନୁମତି ଦେବା ନିମନ୍ତେ ଅନୁରୋଧ କରାଯାଇଥିଲା, ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe