Advertisment

ପରଲୋକରେ 'ଆଜ୍ ତକ'ର ନ୍ୟୁଜ ଆଙ୍କର ରୋହିତ ସରଦାନା

ନୂଆଦିଲ୍ଲୀ: ‘ନମସ୍କାର ଆପ୍ ଦେଖ ରହେ ହେଁ ଆଜ ତକ, ମେଁ ହୁଁ ଆପକେ ରୋହିତ ସରଦାନା, ଶାମ କେ ପାଞ୍ଚ ବଜ ରହେ ହେଁ। ଅବ ଓ୍ୱକ୍ତ ହୋ ଚଲା ହେ ଦଙ୍ଗଲକା’ ଭଳି ଦମଦାର ସ୍ୱର ଆଉ ଟିଭି ପରଦାରେ ଶୁଣିବାକୁ ମିଳିବନି। କାରଣ ଏହି ଡାଏଲଗ ଯୋଗୁ ଘରେ ଘରେ ପରିଚିତ ହୋଇ ପାରିଥିବା ‘ଆଜ ତକ’ର ନ୍ୟୁଜ ଆଙ୍କର ରୋହିତ ସରଦାନା (୪୨) କରୋନାରେ ଆଖି ବୁଜିସାରିଛନ୍ତି। କୋଭିଡ ପଜିଟିଭ୍ ହେବା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପରଲୋକରେ 'ଆଜ୍ ତକ'ର ନ୍ୟୁଜ ଆଙ୍କର ରୋହିତ ସରଦାନା

rohit-sardana

ନୂଆଦିଲ୍ଲୀ: ‘ନମସ୍କାର ଆପ୍ ଦେଖ ରହେ ହେଁ ଆଜ ତକ, ମେଁ ହୁଁ ଆପକେ ରୋହିତ ସରଦାନା, ଶାମ କେ ପାଞ୍ଚ ବଜ ରହେ ହେଁ। ଅବ ଓ୍ୱକ୍ତ ହୋ ଚଲା ହେ ଦଙ୍ଗଲକା' ଭଳି ଦମଦାର ସ୍ୱର ଆଉ ଟିଭି ପରଦାରେ ଶୁଣିବାକୁ ମିଳିବନି। କାରଣ ଏହି ଡାଏଲଗ ଯୋଗୁ ଘରେ ଘରେ ପରିଚିତ ହୋଇ ପାରିଥିବା ‘ଆଜ ତକ’ର ନ୍ୟୁଜ ଆଙ୍କର ରୋହିତ ସରଦାନା (୪୨) କରୋନାରେ ଆଖି ବୁଜିସାରିଛନ୍ତି।

Advertisment

କୋଭିଡ ପଜିଟିଭ୍ ହେବା ପରେ ତାଙ୍କର ଦୃଦଘାତ ହେବାରୁ ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି। ତାଙ୍କର ଦୁଇ ଝିଅ ଓ ପତ୍ନୀ ରହିଛନ୍ତି। ସେ ଦିଲ୍ଲୀରେ ପରିବାର ବର୍ଗଙ୍କ ସହ ରହୁଥିଲେ। ରୋହିତ ସଂକ୍ରମିତ ହୋଇ ସୁସ୍ଥ ହେଉଥିଲେ। ଗୁରୁବାର ରାତିରେ ନିଜର ସହକର୍ମୀଙ୍କୁ ଫୋନ୍ କରି କଥା ମଧ୍ୟ ହୋଇଥିଲେ। ହେଲେ ବିଳମ୍ୱିତ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ନୋଏଡାର ମେଟ୍ରୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ହୃଦଘାତ ହେବାରୁ ତାଙ୍କର ବିୟୋଗ ହୋଇଛି।

ହରିଆଣାର କୁରୁକ୍ଷେତ୍ର ନିବାସୀ ରୋହିତ ସରଦାନା ଅନେକ ଥର ବେଷ୍ଟ ଆଙ୍କର ଆଓ୍ୱାର୍ଡରେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ରୋହିତ ଦେଶର ଅନ୍ୟତମ ଲୋକପ୍ରିୟ ଆଙ୍କର। ସେ ପ୍ରଥମେ ତାଙ୍କର କ୍ୟାରିଅର ଅଲ୍ ଇଣ୍ଡିଆ ରେଡିଓରୁ ଆରମ୍ଭ କରିଥିଲେ। ଏହାପରେ ଇଟାଓ୍ୱା, ଇଟିଭି, ସାହାରା ସମୟ, ଜି ନ୍ୟୁଜ ପରେ ୨୦୧୮ରେ ଆଜତକରେ ଯୋଗ ଦେଇଥିଲେ।

Advertisment

‘ଆଜ ତକ୍’ ପୂର୍ବରୁ ସେ ଜୀ ନ୍ୟୁଜରେ ଥିଲେ। ଜି ନ୍ୟୁଜର ସମ୍ପାଦକ ସୁଧୀର ଚୌଧୁରୀ ଟ୍ୱିଟ୍ କରି ରୋହିତଙ୍କ ବିୟୋଗ ବାବଦରେ ସୂଚନା ଦେଇଛନ୍ତି। ସୁଧୀର ଟ୍ୱିଟ୍ କରି କହିଛନ୍ତି, ତାଙ୍କୁ ତାଙ୍କର ସହଯୋଗୀ ଜିତେନ୍ଦ୍ର ଶର୍ମା ଫୋନ୍ କରି ରୋହିତଙ୍କ ବିୟୋଗ ବାବଦରେ ସୂଚନା ଦେଇଥିଲେ। ସେ ଏହି ଖବର ଶୁଣି ମର୍ମାହତ। ନିଜର ବନ୍ଧୁ ତଥା ସହକର୍ମୀ ରୋହିତଙ୍କ ମୃତ୍ୟୁ ଖବରକୁ ସେ ଆକଳନ କରିପାରୁ ନାହାନ୍ତି ବୋଲି କହିଛନ୍ତି।

https://twitter.com/sudhirchaudhary/status/1388024699968376837?s=20

ଦୀର୍ଘ ଦିନ ଧରି ଟିଭି ଚ୍ୟାନେଲରେ ଜଣେ ଆଗ ଧାଡ଼ିରେ ଚେହେରା ହୋଇଥିବା ରୋହିତ 'ଆଜ ତକ' ନ୍ୟୁଜ ଚ୍ୟାନେଲର 'ଦଙ୍ଗଲ' ନାମକ କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଥିଲେ। ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ମଧ୍ୟ ରୋହିତଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି।

https://twitter.com/sardesairajdeep/status/1388029194232221700?s=20

Corona Death Aaj Tak