Advertisment

ଆମେରିକା ଯିବାକୁ ଚାହୁଁଥିଲେ ଆମ୍‌ନେଷ୍ଟିର ପୂର୍ବତନ ଭାରତ ମୁଖ୍ୟ, କିନ୍ତୁ..

ନୂଆଦିଲ୍ଲୀ: ଆମନେଷ୍ଟି ଇଣ୍ଟରନ୍ୟାଶନାଲର ପୂର୍ବତନ ଭାରତ ମୁଖ୍ୟ ଆକାର ପଟେଲଙ୍କ ଆମେରିକା ଗସ୍ତ ଉପରେ ଲାଗିଛି ରୋକ। ସେ ଆମେରିକା ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ବେଙ୍ଗାଲୁରୁ ଏୟାରପୋର୍ଟରେ ଅଟକାଇ ଦିଆଯାଇଛି। ସିବିଆଇ ତାଙ୍କୁ ଏକଜିଟ କଣ୍ଟ୍ରୋଲ ଲିଷ୍ଟରେ ରଖିଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ଦେଇନାହାନ୍ତି। ଏ ସମ୍ପର୍କର ନିଜେ ଆକାର ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବେଙ୍ଗାଲୁରୁ ଏୟାରପୋର୍ଟର ଇମିଗ୍ରେସନ କର୍ତ୍ତୃପକ୍ଷ ମୋତେ ଆମେରିକା ଯିବାକୁ ଅନୁମତି ଦେଇ […]

ଆମେରିକା ଯିବାକୁ ଚାହୁଁଥିଲେ ଆମ୍‌ନେଷ୍ଟିର ପୂର୍ବତନ ଭାରତ ମୁଖ୍ୟ, କିନ୍ତୁ..

akar-patel

Advertisment

ନୂଆଦିଲ୍ଲୀ: ଆମନେଷ୍ଟି ଇଣ୍ଟରନ୍ୟାଶନାଲର ପୂର୍ବତନ ଭାରତ ମୁଖ୍ୟ ଆକାର ପଟେଲଙ୍କ ଆମେରିକା ଗସ୍ତ ଉପରେ ଲାଗିଛି ରୋକ। ସେ ଆମେରିକା ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ବେଙ୍ଗାଲୁରୁ ଏୟାରପୋର୍ଟରେ ଅଟକାଇ ଦିଆଯାଇଛି। ସିବିଆଇ ତାଙ୍କୁ ଏକଜିଟ କଣ୍ଟ୍ରୋଲ ଲିଷ୍ଟରେ ରଖିଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ଦେଇନାହାନ୍ତି।

Advertisment

ଏ ସମ୍ପର୍କର ନିଜେ ଆକାର ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବେଙ୍ଗାଲୁରୁ ଏୟାରପୋର୍ଟର ଇମିଗ୍ରେସନ କର୍ତ୍ତୃପକ୍ଷ ମୋତେ ଆମେରିକା ଯିବାକୁ ଅନୁମତି ଦେଇ ନାହାନ୍ତି। ସିବିଆଇ ମୋତେ ଏକଜିଟ କଣ୍ଟ୍ରୋଲ ଲିଷ୍ଟରେ ରଖିଥିବା ସେମାନେ ମୋତେ ଜଣାଇଥିଲେ।

Advertisment


ମୋ ନାଁରେ ଲୁକ ଆଉଟ ସର୍କ୍ୟୁଲାର ଜାରି କରାଯାଇଥିବା କଥା କହିବା ପାଇଁ ମୋତେ ଜଣେ ସିବିଆଇ ଅଧିକାରୀ ଫୋନ କରିଥିଲେ। ଆମନେଷ୍ଟି ଇଣ୍ଟିରନ୍ୟାଶଲ ଇଣ୍ଡିଆ ନାଁରେ ମୋଦି ସରକାର ମାମଲା କରିଥିବାରୁ ମୋ ବିରୋଧରେ ଏମିତି ପଦକ୍ଷେପ ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ଗୁଜରାଟ କୋର୍ଟ ତାଙ୍କୁ ଆମେରିକା ଗସ୍ତ କରିବାକୁ ଅନୁମତି ଦେଇଛନ୍ତି। ଏଥିସହ କୋର୍ଟ ନିର୍ଦ୍ଦେଶରେ ସେ ପାସପୋର୍ଟ ପାଇଥିବା ମଧ୍ୟ ସୂଚନା ଦେଇଛନ୍ତି।

ସିବିଆଇ ଏଫଆଇଆର ଆଧାରରେ ଇଡି ଆମନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ନାଁରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ୨୦୧୯ରେ ଇଡି ଆମନେଷ୍ଟି ଇଣ୍ଟିରନ୍ୟାଶଲ ଇଣ୍ଡିଆକୁ ନୋଟିସ କରି ୫୧ କୋଟି ଟଙ୍କାର ବିଦେଶୀ ପାଣ୍ଠି ସଂଗ୍ରହ ସମ୍ପର୍କରେ ପକ୍ଷ ରଖିବାକୁ କହିଥିଲା।

ଏହି ସମୟରେ ଶ୍ରୀ ପଟେଲ ସୋଶାଲ ମିଡିଆରେ ପୋଷ୍ଟ କରି ନରେନ୍ଦ୍ର ମୋଦି ଓ ଆରଏସଏସ ବିରୋଧରେ ମତ ରଖିଥିଲେ। ତାଙ୍କ ପୋଷ୍ଟ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରୁଥିବା ଅଭିଯୋଗ ହେବାରୁ ମାମଲା ମଧ୍ୟ ରୁଜୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe