Advertisment

ଗିଟାରର୍‌ ଧୂନ୍‌ରେ ଗୀତ ଗାଇଲେ, ରାତି ସାରା ଧାରଣାରେ ବସିଲେ ବିଧାୟକ

ନୂଆଦିଲ୍ଲୀ: ଦୁର୍ନୀତି ବନାମ ଦୁର୍ନୀତି। ଚାଲିଛି ଦୋଷ ଲଦାଲଦି। ବିଜେପିକୁ ଟାର୍ଗେଟ୍‌ କରୁଛି ଆମ୍‌ ଆଦମୀ ପାର୍ଟି। ସେପଟେ ବିଜେପି ମଧ୍ୟ ଆପ୍‌କୁ ମାରୁଛି ବାଣ। ଦୁର୍ନୀତି ପ୍ରସଙ୍ଗକୁ ନେଇ ଦିଲ୍ଲୀ ବିଧାନସଭା ପରିସରରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍‌ ଡ୍ରାମା। ସାରା ରାତିରେ ଧାରଣାରେ ବସିଛନ୍ତି ଆମ ଆଦମୀ ପାର୍ଟି ଓ ବିଜେପି ବିଧାୟକ। ଗୋଟିଏ ପଟେ ଆପ୍‌ର ବିଧାୟକମାନେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ଆଣି ଗିଟାର ଓ […]

ଅଦ୍ୟତନ ହୋଇଛି
ଗିଟାରର୍‌ ଧୂନ୍‌ରେ ଗୀତ ଗାଇଲେ, ରାତି ସାରା ଧାରଣାରେ ବସିଲେ ବିଧାୟକ

Delhi MLA protest

Advertisment

ନୂଆଦିଲ୍ଲୀ: ଦୁର୍ନୀତି ବନାମ ଦୁର୍ନୀତି। ଚାଲିଛି ଦୋଷ ଲଦାଲଦି। ବିଜେପିକୁ ଟାର୍ଗେଟ୍‌ କରୁଛି ଆମ୍‌ ଆଦମୀ ପାର୍ଟି। ସେପଟେ ବିଜେପି ମଧ୍ୟ ଆପ୍‌କୁ ମାରୁଛି ବାଣ। ଦୁର୍ନୀତି ପ୍ରସଙ୍ଗକୁ ନେଇ ଦିଲ୍ଲୀ ବିଧାନସଭା ପରିସରରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍‌ ଡ୍ରାମା। ସାରା ରାତିରେ ଧାରଣାରେ ବସିଛନ୍ତି ଆମ ଆଦମୀ ପାର୍ଟି ଓ ବିଜେପି ବିଧାୟକ।

Advertisment

ଗୋଟିଏ ପଟେ ଆପ୍‌ର ବିଧାୟକମାନେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ଆଣି ଗିଟାର ଓ ତାବଲା ବଜାଇ ସାରାରାତି ଧାରଣାରେ ବସିଛନ୍ତି। କେବଳ ସେତିକି ନୁହେଁ ଗିଟାର୍‌ର ଧୂନ୍‌ରେ ସେମାନେ ଗୀତ ଗାଇ ଦିଲ୍ଳୀ ଏଲ୍‌ଜିଙ୍କ ବିରୋଧରେ ନାରାବାଜି କରିଛନ୍ତି। ସେପଟେ ବିଜେପିର ବିଧାୟକମାନେ ମଦ ଓ ଶିକ୍ଷା ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବହିଷ୍କାର ଦାବି କରି ଧାରଣା ଦେଇଛନ୍ତି।

ଉପରାଜ୍ୟପାଳ ସାକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ କମିଶନର ଅଧ୍ୟକ୍ଷ ଥିବା ବେଳେ ତାଙ୍କ କର୍ମଚାରୀଙ୍କୁ ୧୪୦୦ କୋଟି ଟଙ୍କାର ପୁରୁଣା ନୋଟ୍ ବଦଳାଇବାକୁ ବାଧ୍ୟ କରିଥିବା ନେଇ ଆପ୍ ଅଭିଯୋଗ ଆଣିଛି। ତାଙ୍କ ବିରୋଧରେ ସିବିଆଇ ଓ ଇଡି କରାଯାଉ ବୋଲି ଦାବି କରିଛନ୍ତି। ଘଟଣାର ତଦନ୍ତ ନହେବା ଯାଏଁ ଉପ-ରାଜ୍ୟପାଳ ନିଜ ପଦ ଛାଡିବା ଉଚିତ ବୋଲି ଧାରଣାରେ ବସିଥିବା ଆପ୍‌ ବିଧାୟକମାନେ କହିଛନ୍ତି।

Advertisment

ସେପଟେ ବିଜେପିର ବିଧାୟକମାନେ ମଧ୍ୟ କେଜ୍ରିୱାଲ ସରକାରଙ୍କ ବିରୋଧରେ ଧାରଣାରେ ବସିଛନ୍ତି। ଅବକାରୀ ନୀତିରେ ଦୁର୍ନୀତି ଓ ଶୌଚାଳୟକୁ କ୍ଲାସରୁମ୍‌ କହି କୋଟି କୋଟି ଟଙ୍କା ହଡପ ହୋଇଥିବା ସେମାନେ ଦିଲ୍ଲୀ ସରକାରଙ୍କ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀର ଦୁଇ ଜଣ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ବହିସ୍କାର କରିବା ଓ ଏହି ମାମଲାରେ ଗୃହରେ ଆଲୋଚନା କରି ଜବାବ ରଖିବା ପାଇଁ ସେମାନେ ଦାବି କରିଛନ୍ତି। ଏଥିସହ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ସପକ୍ଷରେ ବାହାରି ପ୍ରତିଶୋଧ ନେବାକୁ ଆପ୍‌ ନେତାମାନେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବ ବିଜେପି କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe