Advertisment

ପଞ୍ଜାବରେ ବୁଲିଲା ଝାଡୁ, ମାଟି କାମୁଡିଲା କଂଗ୍ରେସ

ଚଣ୍ଡିଗଡ: ଦିଲ୍ଲୀ ପରେ ପଞ୍ଜାବରେ ବୁଲିଲା ଝାଡୁ। ଭାଙ୍ଗିଲା କଂଗ୍ରେସର ଗଡ। କଂଗ୍ରେସ ଗଡରେ ପଶି ଆମ ଆଦମୀ ପାର୍ଟି କରିଛି ସର୍ଜିକାଲ ଷ୍ଟ୍ରାଇକ୍‌। ଆସିଲା ଆପ୍‌, ସାଫ୍‌ ହୋଇଗଲେ ଆଉ ସବୁ ଦଳ। ପଞ୍ଜାବ ବିଧାନସଭା ନିର୍ବାଚନରେ ‘ହାତ’କୁ ଓପାଡି ଫିଙ୍ଗି ଦେଲା ଝାଡୁ। ଝାଡୁ ମାଡରେ ମାଟି କାମୁଡିଲା କଂଗ୍ରେସ। ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ବଡ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି। କଂଗ୍ରେସ ହାତରୁ ଛଡାଇ ନେଇଛି ପଞ୍ଜାବ। ୧୧୭ଟି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପଞ୍ଜାବରେ ବୁଲିଲା ଝାଡୁ, ମାଟି କାମୁଡିଲା କଂଗ୍ରେସ

AAP win in Punjab

ଚଣ୍ଡିଗଡ: ଦିଲ୍ଲୀ ପରେ ପଞ୍ଜାବରେ ବୁଲିଲା ଝାଡୁ। ଭାଙ୍ଗିଲା କଂଗ୍ରେସର ଗଡ। କଂଗ୍ରେସ ଗଡରେ ପଶି ଆମ ଆଦମୀ ପାର୍ଟି କରିଛି ସର୍ଜିକାଲ ଷ୍ଟ୍ରାଇକ୍‌। ଆସିଲା ଆପ୍‌, ସାଫ୍‌ ହୋଇଗଲେ ଆଉ ସବୁ ଦଳ। ପଞ୍ଜାବ ବିଧାନସଭା ନିର୍ବାଚନରେ 'ହାତ'କୁ ଓପାଡି ଫିଙ୍ଗି ଦେଲା ଝାଡୁ। ଝାଡୁ ମାଡରେ ମାଟି କାମୁଡିଲା କଂଗ୍ରେସ।

Advertisment

ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ବଡ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି। କଂଗ୍ରେସ ହାତରୁ ଛଡାଇ ନେଇଛି ପଞ୍ଜାବ। ୧୧୭ଟି ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଆପ୍‌ ୯୨ଟି ଆସନରେ ଜିତିଛି। ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ କରିବା ନିଶ୍ଚିତ ହୋଇଛି। କାରଣ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୫୯, ଯାହାକୁ ଆପ୍‌ ବେଶ ସହଜରେ ହାସଲ କରିନେଇଛି।

ସେପଟେ କଂଗ୍ରେସ ଖାତକୁ ଯାଇଛି କେବଳ ୧୬ଟି ଆସନ। ଆଉ ୨ଟିରେ ଲିଡ୍‌ କରୁଛି କଂଗ୍ରେସ। ସେପଟେ ବିଜେପି ମେଣ୍ଟ କେବଳ ୨ଟି ଆସନରେ ହିଁ ଖାତା ଖୋଲିଛି। ସେହିପରି ଅକାଳୀ ମେଣ୍ଟକୁ ୪ଟି ଆସନରେ ହିଁ ସନ୍ତୁଷ୍ଟ ହେବାକୁ ପଡିଛି।

Advertisment

ପଞ୍ଜାବରେ ବିପୁଳ ବିଜୟ ହାସଲ କରିବା ପରେ ଆପ୍‌ ସୁପ୍ରିମୋ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ମୁଁ ଆତଙ୍କାଦ ନୁହେଁ ଜଣେ ସଚ୍ଚା ଦେଶଭକ୍ତ, ଏହା ପ୍ରମାଣିତ କରିଦେଖାଇଛନ୍ତି ପଞ୍ଜାବବାସୀ। ପଞ୍ଜାବରେ ପରିବର୍ତ୍ତନ ଆସିଛି ଏବେ ପୁରା ଦେଶରେ ବି ପରିବର୍ତ୍ତନ ଆଣିବା ସମୟ ଆସିଯାଇଛି। ସମସ୍ତ ମହିଳା, କୃଷକ ଓ ଯୁବକମାନଙ୍କୁ ଆମ ଆଦମୀ ପାର୍ଟିରେ ଯୋଗ ଦେବାକୁ କେଜ୍ରିୱାଲ ଅପିଲ କରିଛନ୍ତି।

Assembly Election 2022