Advertisment

ଆପ ନେତା ସଞ୍ଜୟ ସିଂହ ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ଆମଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହଙ୍କ ସମେତ ୨୪ ଜଣଙ୍କୁ  ସଂସଦରୁ ନିଲମ୍ବିତ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟ ସଭାରୁ ସଞ୍ଜୟଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କୁ ଚଳିତ ସପସ୍ତାହର ବାକି ସେସନରୁ ରାଜ୍ୟସଭାରୁ ଅପସାରଣ କରାଯାଛି।  ଗତକାଲି ସଞ୍ଜୟ ରାଜ୍ୟସଭାର ଡେପୁଣି ଅଧ୍ୟକ୍ଷଙ୍କୁ ପେପର ଫୋପାଡ଼ି ଥିଲେ। ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଚଳିତ ସେସନରୁ ୨୪ ଜଣ ସଦସ୍ୟଙ୍କୁ  ନିଲମ୍ବିତ କରାଯାଇଛି। […]

ଆପ ନେତା ସଞ୍ଜୟ ସିଂହ ରାଜ୍ୟସଭାରୁ ନିଲମ୍ବିତ

Sanjay-singh-aap

Advertisment

ନୂଆଦିଲ୍ଲୀ: ଆମଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହଙ୍କ ସମେତ ୨୪ ଜଣଙ୍କୁ  ସଂସଦରୁ ନିଲମ୍ବିତ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟ ସଭାରୁ ସଞ୍ଜୟଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କୁ ଚଳିତ ସପସ୍ତାହର ବାକି ସେସନରୁ ରାଜ୍ୟସଭାରୁ ଅପସାରଣ କରାଯାଛି।  ଗତକାଲି ସଞ୍ଜୟ ରାଜ୍ୟସଭାର ଡେପୁଣି ଅଧ୍ୟକ୍ଷଙ୍କୁ ପେପର ଫୋପାଡ଼ି ଥିଲେ। ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ବର୍ତ୍ତମାନ ସୁଦ୍ଧା ଚଳିତ ସେସନରୁ ୨୪ ଜଣ ସଦସ୍ୟଙ୍କୁ  ନିଲମ୍ବିତ କରାଯାଇଛି। ସେମାନଙ୍କ ମଧ୍ୟରେ ୨୦ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏହି ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ଟିଏମସିର ୭ ଜଣ, ଡିଏମକେର ୬ ଜଣ ଅଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟର  କଂଗ୍ରେସ, ଟିଆରଏସ, ସିପିଆଇଏମ ଓ ସିପିଆଇ ଅଛନ୍ତି। ଗତକଲି ରାଜ୍ୟସଭା ଆରମ୍ଭ ହେବା ପରେ ଦିନ ୧୨ଟା ବେବଳେ ରାଜ୍ୟ ସଭା ଡେପୁଟି ଅଧ୍ୟକ୍ଷ  ରୁଲ ୨୫୬କୁ ସଞ୍ଜୟ ସିଂହଙ୍କ କ୍ଷେତ୍ରରେ ପ୍ରୟୋଗ କରିଥିଲେ। ମଙ୍ଗଳବାର ସଞ୍ଜୟ ସିଂହ ଓ ଅନ୍ୟ ସଦସ୍ୟମାନେ ପେପର ଫୋପାଡ଼ି ଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶ୍ରୀ ସିଂହଙ୍କ ବ୍ୟବହାର ରାଜ୍ୟସଭାର ଚେୟାର ପ୍ରତି ଅପମାନଜନକ ଥିଲା। ଏହା ପରେ ସଂସଦୀୟ ମନ୍ତ୍ରୀ ଶ୍ରୀ ସିଂହଙ୍କ ବିରୋଧରେ ଏକ ମୋସନ୍ ଆଣିଥିଲେ। ତାଙ୍କୁ ଚଳିତ ସପ୍ତାହର ବାକି ସେସନରୁ ନିଲମ୍ବିତ କରାଯାଇଛି। ଏହି ମୋସନଟି ରାଜ୍ୟ ସଭାରେ ଭଏସ ଭୋଟରେ ପାରିତ ହୋଇଥିଲା। ଏହି ମୋସନକୁ ବିରୋଧୀ ନାପସନ୍ଦ କରିଥିଲେ।  ବିରୋଧୀଙ୍କ  ପ୍ରତିବାଦ ସତ୍ତ୍ୱେ ଏହି ମୋସନ ପାରିତ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe