Advertisment

ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ, ୨ ମୃତ

ଲୁଧିଆନା: ଲୁଧିଆନା: ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଆଜି ଦିନ ୧୨ଟା ୧୨ରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଲୁଧିଆନାର ଜିଲ୍ଲା ସେସନ୍ କୋର୍ଟ କମ୍ପ୍ଲେକ୍ସରେ ଏହି ଘଟଣା ଘଟିଛି। ବିସ୍ଫୋଣର ମାତ୍ରା ଏତେ ଅଧିକ ଥିଲା ଯେ, ଆଖପାଖ ଥରି ଉଠିଥିଲା। କୋର୍ଟର ଦ୍ୱିତୀୟ ମହଲାରେ ୱାସ ରୁମରେ ଏହି ବିସ୍ଫୋରଣ ଘଟିଛି। ଏହାର କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ […]

author-image
Tapas Behera
ଅଦ୍ୟତନ ହୋଇଛି
ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ, ୨ ମୃତ

court

ଲୁଧିଆନା: ଲୁଧିଆନା: ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଆଜି ଦିନ ୧୨ଟା ୧୨ରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଲୁଧିଆନାର ଜିଲ୍ଲା ସେସନ୍ କୋର୍ଟ କମ୍ପ୍ଲେକ୍ସରେ ଏହି ଘଟଣା ଘଟିଛି। ବିସ୍ଫୋଣର ମାତ୍ରା ଏତେ ଅଧିକ ଥିଲା ଯେ, ଆଖପାଖ ଥରି ଉଠିଥିଲା। କୋର୍ଟର ଦ୍ୱିତୀୟ ମହଲାରେ ୱାସ ରୁମରେ ଏହି ବିସ୍ଫୋରଣ ଘଟିଛି।

Advertisment

ଏହାର କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ସମ୍ପୂର୍ଣ୍ଣ କୋର୍ଟ ଚାରିପାଖକୁ ପୁଲିସ କର୍ଡ଼ନ କରିଛି। ୬ ତାଲା ବିଶିଷ୍ଟ ଏହି ବିଲଡିଂରୁ ଧୂଆଁ ବାହାରୁ ଥିବା ଏକ ଭିଡିଓ ଫୁଟେଜ ମଧ୍ୟ ବାହାରକୁ ଆସିଛି।

ଗତ କିଛି ଦିନ ପୂର୍ବେ ଦିଲ୍ଲୀର ରୋହିଣୀ କୋର୍ଟରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ଅଦାଲତ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଘଟିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ସୂଚନା ଅନୁଯାୟୀ, ଦିଲ୍ଲୀରେ ଥିବା ରୋହିନୀ କୋର୍ଟ ଭିତରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ପୁଲିସ୍‌  ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି। ବୈଜ୍ଞାନିକ ଜଣଙ୍କ କୋର୍ଟରେ ଥିବା ଜଣେ ଓକିଲଙ୍କୁ ହତ୍ୟା କରିବା ପାଇଁ ଏପରି ଛୋଟ ଧରଣର ବୋମା ବିସ୍ଫୋରଣ କରିଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଡିସେମ୍ବର ୯ ତାରିଖରେ ଦିଲ୍ଲୀର ରୋହିନୀ କୋର୍ଟରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ବିସ୍ଫୋରଣର ତୀବ୍ରତା ବହୁତ କମ ଥିବାରୁ କୌଣସି ବଡ଼ ଅଘଟଣ ଘଟି ନଥିଲା।

https://twitter.com/ANI/status/1473916998874644482?s=20