Advertisment

ଏଣିକି ଟ୍ରେନରେ ଏସି ଯାତ୍ରା ଶସ୍ତା ହେବ

ନୂଆଦିଲ୍ଲୀ: ସେପ୍ଟେମ୍ବର ୬ରୁ ଟ୍ରେନରେ ଏକ ସ୍ୱତନ୍ତ୍ର ଏସି କୋଚ୍ ଲାଗିବାକୁ ଯାଉଛି। ଏହା ଏସି-୩ କୋଚ୍ ବିଶିଷ୍ଟ ହେବ। ଏହି କୋଚକୁ ଏସି-୩ ଟାୟାର ଇକୋନୋମି ନାମରେ ମଧ୍ୟ ନାମିତ କରାଯାଇଛି। ଏଥିପାଇଁ ଯାତ୍ରୀମାନଙ୍କୁ ମଧ୍ୟ ନିଜ ପକେଟ କମ୍ ପଇସା ଦେବାକୁ ହେବ। ଯାହାକି ପକେଟକୁ ସୁହାଇବ। ପ୍ରଥମେ ଏପରି କୋଚ୍ ପ୍ରୟାଗରାଜ-ଜୟପୁର ଏକ୍ସପ୍ରେସରେ ଲାଗିବ। ସେପ୍ଟେମ୍ବର ୬ରୁ ଏପରି କୋଚ୍ ବା ବଗି ରେଳ ଟ୍ରାକରେ ଗଡ଼ିବ। ଏହି ନୂଆ କୋଚ ଗୁଡିକ […]

ଅଦ୍ୟତନ ହୋଇଛି
ଏଣିକି ଟ୍ରେନରେ ଏସି ଯାତ୍ରା ଶସ୍ତା ହେବ

train-1--1

Advertisment

ନୂଆଦିଲ୍ଲୀ: ସେପ୍ଟେମ୍ବର ୬ରୁ ଟ୍ରେନରେ ଏକ ସ୍ୱତନ୍ତ୍ର ଏସି କୋଚ୍ ଲାଗିବାକୁ ଯାଉଛି। ଏହା ଏସି-୩ କୋଚ୍ ବିଶିଷ୍ଟ ହେବ। ଏହି କୋଚକୁ ଏସି-୩ ଟାୟାର ଇକୋନୋମି ନାମରେ ମଧ୍ୟ ନାମିତ କରାଯାଇଛି। ଏଥିପାଇଁ ଯାତ୍ରୀମାନଙ୍କୁ ମଧ୍ୟ ନିଜ ପକେଟ କମ୍ ପଇସା ଦେବାକୁ ହେବ। ଯାହାକି ପକେଟକୁ ସୁହାଇବ। ପ୍ରଥମେ ଏପରି କୋଚ୍ ପ୍ରୟାଗରାଜ-ଜୟପୁର ଏକ୍ସପ୍ରେସରେ ଲାଗିବ। ସେପ୍ଟେମ୍ବର ୬ରୁ ଏପରି କୋଚ୍ ବା ବଗି ରେଳ ଟ୍ରାକରେ ଗଡ଼ିବ। ଏହି ନୂଆ କୋଚ ଗୁଡିକ ସହିତ ରେଳବାଇ ଏସି-୩ର ଯାତ୍ରୀମାନଙ୍କୁ ପ୍ରିମିୟମ୍ ଶ୍ରେଣୀର ଯାତ୍ରାର ଅନୁଭବ ଦେବାକୁ ଯଥାସମ୍ଭବ ଚେଷ୍ଟା କରିବ।

Advertisment

ଭାରତୀୟ ରେଳ ମନ୍ତ୍ରଣାଳୟ ଶୁକ୍ରବାର ଟ୍ୱିଟ୍ କରି ନୂଆ ଇକୋନମିକ ଏସି -୩ କୋଚ୍ ବିଷୟରେ ସୂଚନା ଦେଇଛି। ରେଳ ମନ୍ତ୍ରାଳୟ ଟ୍ୱିଟ୍ କରି କହିଛି ଯାତ୍ରୀମାନଙ୍କ ସୁବିଧା ଅନୁଯାୟୀ ଏହି କୋଚ ଗୁଡ଼ିକୁ ଡିଜାଇନ୍ କରାଯାଇଛି। ସାଧାରଣ ଏସି-୩ କୋଚ୍ ତୁଳନାରେ ଏହି କୋଚରେ ଯାତ୍ରୀମାନଙ୍କୁ କମ୍ ଭଡା ଦେବାକୁ ପଡିବ।publive-image

ଏଥି ସହିତ ଏହି କୋଚ ଗୁଡିକରେ ୮୩ରୁ ଅଧିକ ସିଟ୍ ରହିବ। ଏହି ଏସି-୩ ଇକୋନୋମି କୋଚ୍ ଗୁଡିକ ୬ ସେପ୍ଟେମ୍ବରରୁ ଟ୍ରେନ୍ ନମ୍ବର ୦୨୪୦୩ ପ୍ରୟାଗରାଜ-ଜୟପୁର ଏକ୍ସପ୍ରେସରେ ସଂଯୋଗ ହେବ।publive-image

Advertisment

ରେଳ ମନ୍ତ୍ରାଳୟ ଏହି କୋଚ ବିଷୟରେ ସୂଚନା ପ୍ରଦାନ କରୁଥିବା ଟ୍ୱିଟ୍ ସହିତ କୋଚର ଚିତ୍ର ମଧ୍ୟ ସେୟାର କରିଛି। ଯେଉଁଥିରେ ଏସି -୩ ଇକୋନୋମି କୋଚର ଲୁକ୍ ସୁନ୍ଦର ଲାଗୁଛି। ଏହା ସହିତ ଏଥିରେ ଥିବା ଯାତ୍ରୀମାନଙ୍କୁ ମଧ୍ୟ ଅନେକ ସୁବିଧା ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଉଛି। କୋଚର ଇଣ୍ଟେରିଅର ଡିଜାଇନ୍ ମଧ୍ୟ ବହୁତ ଆକର୍ଷଣୀୟ ରହିଛି। ସେହିପରି ସିଟ୍ ଗୁଡ଼ିକର ରଙ୍ଗ ସଂପୂର୍ଣ୍ଣ ଅଲଗା ରଖାଯାଇଛି। ଏଥି ସହିତ କୋଚରେ ଥିବା ଟଏଲଟରେ ଯାତ୍ରୀମାନଙ୍କୁ ବିଳାସପୂର୍ଣ୍ଣ ଅନୁଭବ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe