Advertisment

'ଦୁଇ ଟିକାକୁ ଅନୁମତି ଦିଅ, ନହେଲେ ହେବ କାର୍ଯ୍ୟାନୁଷ୍ଠାନ'

ନୂଆଦିଲ୍ଲୀ: କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ (ଇୟୁ) ଅନୁମତି ନଦେବା ପରେ ଭାରତ ସରକାର ଏହାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି। ଯେସାକୁ ତେସା ନୀତିରେ ଭାରତ ସରକାର କହିଛନ୍ତି ଯଦି କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ ଅନୁମତି ନଦେବେ, ତା’ହେଲେ ୟୁରୋପିଆନ୍ ୟୁନିଅନରୁ ଭାରତ ଆସୁଥିବା ଲୋକଙ୍କ ଭ୍ୟାକସିନସାର୍ଟିଫିକେଟକୁ ବି ଗ୍ରହଣ କରାଯିବ ନାହିଁ। ସେମାନଙ୍କୁ ୧୫ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ହେବ ବୋଲି ଭାରତ ସରକାର କହିଥିବା ସୂଚନା ମିଳିଛି। ଏବେ […]

ଅଦ୍ୟତନ ହୋଇଛି
'ଦୁଇ ଟିକାକୁ ଅନୁମତି ଦିଅ, ନହେଲେ ହେବ କାର୍ଯ୍ୟାନୁଷ୍ଠାନ'

COVAXIN-COVISHIELD

Advertisment

ନୂଆଦିଲ୍ଲୀ: କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ (ଇୟୁ) ଅନୁମତି ନଦେବା ପରେ ଭାରତ ସରକାର ଏହାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି। ଯେସାକୁ ତେସା ନୀତିରେ ଭାରତ ସରକାର କହିଛନ୍ତି ଯଦି କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ ଅନୁମତି ନଦେବେ, ତା’ହେଲେ ୟୁରୋପିଆନ୍ ୟୁନିଅନରୁ ଭାରତ ଆସୁଥିବା ଲୋକଙ୍କ ଭ୍ୟାକସିନସାର୍ଟିଫିକେଟକୁ ବି ଗ୍ରହଣ କରାଯିବ ନାହିଁ। ସେମାନଙ୍କୁ ୧୫ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ହେବ ବୋଲି ଭାରତ ସରକାର କହିଥିବା ସୂଚନା ମିଳିଛି।

Advertisment

ଏବେ ଯେଉଁମାନେ ବିଦେଶ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଭ୍ୟାକସିନ ପାସପୋର୍ଟ ଜରୁରୀ ହୋଇଛି। କୋଭିଡ୍ ଭ୍ୟାକ୍ସିନ୍ ପାସପୋର୍ଟ ହେଉଛି ଏକ ବ୍ୟବସ୍ଥା ଯେଉଁଥିରେ ଟିକାର ଉଭୟ ଡୋଜ୍‌ ନେବା ପରେ ଏହାକୁ ଡିଜିଟାଲ୍ ପାସପୋର୍ଟ ସହିତ ସଂଯୁକ୍ତ କରାଯାଉଛି ଏବଂ ଏହା ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଥାଏ।

ଭାରତର ଅନେକ ଛାତ୍ରଛାତ୍ରୀ ଓ ଯୁବକଯୁବତୀ ପାଠ ପଢ଼ିବା ପାଇଁ ଓ ଚାକିରି ପାଇଁ ୟୁରୋପକୁ ଯାଆନ୍ତି। କିନ୍ତୁ ୟୁରୋପିଆନ୍ ୟୁନିଅନ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇନଥିବାରୁ ସମସ୍ୟା ଉପୁଜିଛି। କୋଭିଡ ପରେ ଏବେ ବିଦେଶ ଯିବାକୁ ହେଲେ ଗ୍ରୀନ୍ ପାସର ଆବଶ୍ୟକତା ରହିଛି। ଏହି ଗ୍ରୀନ ପାସ ହେଲା କିଏ କେଉଁ ଟିକା ନେଇଛନ୍ତି। ଯଦି ସେହି ଟିକାକୁ ସଂପୃକ୍ତ ଦେଶ ମଞ୍ଜୁରୀ ଦେଇଥିବ, ତା’ହେଲେ ଜଣେ ଗ୍ରୀନ୍ ପାସ ପାଇବାକୁ ହକଦାର। ୟୁରୋପ କିନ୍ତୁ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇନଥିବାରୁ ଏବେ ସମସ୍ୟା ଉପୁଜିଛି।

Advertisment

କୋଭିଶିଲ୍ଡ ଟିକାର ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଧାର ପୁନାଓ୍ୱାଲା ମଧ୍ୟ ଏହି ପ୍ରସଙ୍ଗକୁ ରାଜନୀତିକ ଏବଂ କୂଟନୀତିକ ସ୍ତରରେ ଉଠାଇବାକୁ ଦାବି କରିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯଦି ୟୁରୋପିଆନ୍ ୟୁନିଅନ ନିଜର ଆଭିମୁଖ୍ୟ ପରିବର୍ତ୍ତନ ନକରେ, ତେବେ ଟିକାକରଣ ସାର୍ଟିଫିକେଟ ସମ୍ବନ୍ଧରେ ଭାରତ ମଧ୍ୟ ଯେସାକୁ ତେସା ନୀତି କାର୍ଯ୍ୟକାରୀ କରିବ। ଏଭଳି ପରିସ୍ଥିତିରେ ୟୁରୋପରେ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଟିକାକୁ ଭାରତ ଅନୁମତି ଦେବ ନାହିଁ ଏବଂ ଭାରତ ଆସିବା ପରେ ସେଠାରୁ ଆସୁଥିବା ଯାତ୍ରୀମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ।

ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତରେ ଚାରୋଟି କରୋନା ଟିକାକୁ ଅନୁମୋଦନ ମିଳିଛି। ଗୋଟିଏ ସ୍ୱଦେଶୀ କମ୍ପାନୀ ଭରତ ବାୟୋଟେକର କୋଭାକ୍ସିନ୍, ଆଷ୍ଟ୍ରା ଜେନେକାର କୋଭିଶିଲ୍ଡ ରହିଥିବା ବେଳେ ଋଷର ଟିକା ସ୍ପୁଟନିକ୍ ଭି ଏବଂ ଆମେରିକାର ମୋଡର୍ନା ଟିକାକୁ ଅନୁମୋଦନ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe