Advertisment

ଏବେ ଶପଥ ନେଲ, ସେବେ କାହିଁକି ମନାକଲ: ଫଡ଼ନାଭିସଙ୍କୁ ପ୍ରଶ୍ନ କଲା ଶିବସେନା

ମୁମ୍ବାଇ: ବିଦ୍ରୋହ, ଧମକ ଓ ରିସୋର୍ଟ ମେଳି । କ୍ଷମତା ଯୁଦ୍ଧକୁ ନେଇ ଗତ କିଛି ଦିନ ହେଲା ମହାରଷ୍ଟ୍ରରେ ଚାଲିଥିବା ରାଜନୈତିକ ଝଡ଼ର ଅବସାନ ଘଟିଛି। ଶିବସେନାର ବିଦ୍ରୋହୀ ନେତା ଏକନନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ସହଯୋଗୀ ବିଜେପି ପକ୍ଷରୁ ଦେବେନ୍ଦ୍ର ଫଡ଼ନାଭିସ୍‌ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଫଡ଼ନାଭିସ ଏହି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ନେଇ ବିରୋଧୀ ଶିବସେନା ପ୍ରଶ୍ନ ଉଠାଇଛି। ଏସମ୍ପର୍କରେ ଆଜି ଶିବସେନାର […]

ଅଦ୍ୟତନ ହୋଇଛି
ଏବେ ଶପଥ ନେଲ, ସେବେ କାହିଁକି ମନାକଲ: ଫଡ଼ନାଭିସଙ୍କୁ ପ୍ରଶ୍ନ କଲା ଶିବସେନା

fadnavis

Advertisment

ମୁମ୍ବାଇ: ବିଦ୍ରୋହ, ଧମକ ଓ ରିସୋର୍ଟ ମେଳି । କ୍ଷମତା ଯୁଦ୍ଧକୁ ନେଇ ଗତ କିଛି ଦିନ ହେଲା ମହାରଷ୍ଟ୍ରରେ ଚାଲିଥିବା ରାଜନୈତିକ ଝଡ଼ର ଅବସାନ ଘଟିଛି। ଶିବସେନାର ବିଦ୍ରୋହୀ ନେତା ଏକନନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ସହଯୋଗୀ ବିଜେପି ପକ୍ଷରୁ ଦେବେନ୍ଦ୍ର ଫଡ଼ନାଭିସ୍‌ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଫଡ଼ନାଭିସ ଏହି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ନେଇ ବିରୋଧୀ ଶିବସେନା ପ୍ରଶ୍ନ ଉଠାଇଛି। ଏସମ୍ପର୍କରେ ଆଜି ଶିବସେନାର ମୁଖପତ୍ର ‘ସାମ୍ନା’ରେ ଏକ ସମ୍ପାଦକୀୟ ପ୍ରକାଶ ପାଇଛି। ଯେଉଁଥିରେ ଫଡ଼ନାଭିସଙ୍କୁ ଟାର୍ଗେଟ କରାଯାଇଛି। ଯଦି ଫଡ଼ନାଭିସି ଏବେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରିଲେ ତେବେ ୨୦୧୯ରେ କାହିଁକି ମନା କରୁଥିଲେ ବୋଲି ସେ ପ୍ରଶ୍ନ କରାଯାଇଛି।

Advertisment

ଉକ୍ତ ସମ୍ପାଦକୀୟରେ ୨୦୧୯ ନିର୍ବାଚନ ପୂର୍ବରୁ ଶିବସେନା ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା। ସେତେବେଳେ ଉଭୟଙ୍କ ମଧ୍ୟରେ ପାୱାର ସେୟାରିଂ ନେଇ ମଧ୍ୟ  ସହମତି ହୋଇଥିଲା। ତେବେ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କାହିଁକି ବିଜେପି ମେଣ୍ଟ ଭାଙ୍ଗିଲା ବୋଲି ଶିବସେନା ପ୍ରଶ୍ନ କରିଛି । ଯଦି ଦେବେନ୍ଦ୍ର ଫଡ଼ନାଭିସ ଏବେ ଉପମୁଖ୍ୟମନ୍ତ୍ରୀ ପଦକୁ ଗ୍ରହଣ କରିପାରିଲେ ସେତେବେଳେ କାହିଁକି ତାଙ୍ଗୁ ନାମଞ୍ଜୁର ଥିଲା ବୋଲି ପ୍ରଶ୍ନ ହୋଇଛି।  ଉଭୟ ବିଜେପି ଓ ଶିବସେନା ବିଦ୍ରୋହୀ ମେଣ୍ଟ ସରକାରଙ୍କୁ ଅନୈତିକ ବୋଲି କହିଛି  ଶିବସେନା।  ସେହିପରି ଯେଉଁମାନେ ଉଦ୍ଧବ ଠାକରେଙ୍କ ଅନୁଗାମୀ ଓ ସମର୍ଥକ ବୋଲି ଦୃଢ଼ତାର ସହ କହୁଥିଲେ ସେମାନେ ରାତାରାତି ଧୋକା ଦେଇଛନ୍ତି ବୋଲି ଉଲ୍ଲେଖ ରହିଛି।

ଏହି ସମ୍ପାଦକୀୟରେ ସିଧାସଳଖ ସିନ୍ଦେଙ୍କ ନାମ ନିଆଯାଇନଥିଲେ ମଧ୍ୟ ପରୋକ୍ଷରେ ତାଙ୍କୁ ଟାର୍ଗେଟ କରାଯାଇଛି। ମହାରାଷ୍ଟ୍ରରେ ଗୁରୁବାର ଯାହା କିଛି ଘଟିଲା, ସେ ସବୁ କେବଳ କ୍ଷମତା ପାଇଁ ଥିଲା  ଆଉ ବାକିତକ ସବୁ ମିଛ ବୋଲି ସେଥିରେ ଉଲ୍ଲେଖ ରହିଛି। ଯେଉଁମାନେ କହୁଛନ୍ତି ଆମେ କ୍ଷମତା ପାଇଁ ଶିବସେନାକୁ ‌ଧୋକା ଦେଇ ନାହୁଁ ସେମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ମୁକୁଟ ସବୁକିଛି ଥିଲା । ତାହା ଗୁରୁବାର ଘଟଣାରୁ ସ୍ପଷ୍ଟ ହୋଇଛି।ଗତକାଲି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସିନ୍ଦେଙ୍କ ସହିତ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍‌ୟାରୀ ଗୁରୁବାର ସନ୍ଧ୍ୟା ୭ଟା ୩୦ରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

Advertisment
Maharashtra Govt Devendra Fadnavis Maharashtra Politics Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe