Advertisment

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାର ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ମହନ୍ତ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଅଭିଯୁକ୍ତ ଗିରଫ ହୋଇସାରିଥିବା କହିଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ମହନ୍ତ ଗିରିଙ୍କ ମୃତଦେହ ମିଳିବାର କିଛି ଘଟଣା ପରେ ହିଁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଶ୍ରୀ ଗିରି ସୋମବାର ସନ୍ଧ୍ୟାରେ ନିଜ ମଠର ରୁମରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। ତେବେ ସେ ଜୀବନ ହାରିବା ପୂର୍ବରୁ ୮ ପେଜର ଗୋଟିଏ ସୁଇସାଇଡ ନୋଟ […]

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାର ଅଭିଯୁକ୍ତ ଗିରଫ

narendra-Giri.jpg1

Advertisment

ଲକ୍ଷ୍ନୌ: ମହନ୍ତ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଅଭିଯୁକ୍ତ ଗିରଫ ହୋଇସାରିଥିବା କହିଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ମହନ୍ତ ଗିରିଙ୍କ ମୃତଦେହ ମିଳିବାର କିଛି ଘଟଣା ପରେ ହିଁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

Advertisment

ଶ୍ରୀ ଗିରି ସୋମବାର ସନ୍ଧ୍ୟାରେ ନିଜ ମଠର ରୁମରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। ତେବେ ସେ ଜୀବନ ହାରିବା ପୂର୍ବରୁ ୮ ପେଜର ଗୋଟିଏ ସୁଇସାଇଡ ନୋଟ ଲେଖିଥିଲେ। ନୋଟରେ ତାଙ୍କ ଶିଷ୍ୟ ଆନନ୍ଦ ଗିରି ଓ ଆଉ କିଛି ଲୋଙ୍କ ନାଁ ରହିଥିଲା। ପୁଲିସ୍‌ ଏହାକୁ ଭିତ୍ତି କରି ଆନନ୍ଦ ଗିରିଙ୍କ ବିରୋଧରେ ଏଫଆଇଆର କରିବା ସହ ତାଙ୍କୁ ହରିଦ୍ୱାରରେ କାବୁ କରି ପ୍ରୟାଗରାଜ ଆଣିଥିଲା। ତେଣୁ ତାଙ୍କୁ ପୁଲିସ୍‌ ଗିରଫ କରିଥିବା କୁହାଯାଉଛି। ମୌର୍ଯ୍ୟ କେବଳ ଅଭିଯୁକ୍ତ ଗିରଫ ହୋଇଥିବା କହିଛନ୍ତି। ଅଭିଯୁକ୍ତ ବିଷୟରେ ସେ ବିସ୍ତୃତ ତଥ୍ୟ ଦେଇନାହାନ୍ତି।

ପୁଲିସ୍‌ ମଠରେ ଥିବା ସମସ୍ତ ଅନ୍ତେବାସୀଙ୍କ ବୟାନ ରେକର୍ଡ କରିବ। ସେହିପରି ଆତ୍ମହତ୍ୟା କରିବା ପୂର୍ବରୁ ନରେନ୍ଦ୍ର ଗିରି ଗୋଟିଏ ଭିଡିଓ ପ୍ରସ୍ତୁତ କରିଥିଲେ। ତା’କୁ ମଧ୍ୟ ପୁଲିସ୍‌ ତଦନ୍ତ ପରସର ଭୁକ୍ତ କରିଛି। ୟୁପିର ଆଇନ ମନ୍ତ୍ରୀ ବ୍ରିଜେଶ ପାଠକ ଦୋଷୀଙ୍କୁ କେବେ ହେଲେ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଗମ୍ବରି ମଠକୁ ଯାଇ ନରେନ୍ଦ୍ର ଗିରିଙ୍କ ଶେଷ ଦର୍ଶନ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ମହନ୍ତ ନରେନ୍ଦ୍ର ଗିରିଙ୍କୁ ଶେଷଥର ପାଇଁ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଦେଖିବାକୁ ମିଳିଥିଲା। ତାଙ୍କ ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନଥିଲେ। ଶେଷରେ ସେମାନେ କବଟା ଭାଙ୍ଗିଥିଲେ। ଏହି ସମୟରେ ରୁମ ମଧ୍ୟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ରୁମରୁ ଗୋଟିଏ ସୁଇସାଇଟ ନୋଟ ମିଳିଛି।

ଏଥିରେ ସେ ତାଙ୍କ ଇଚ୍ଛା ଓ ତାଙ୍କୁ ସମସ୍ୟାରେ ପକାଉଥିବା ଲୋକଙ୍କ ନାଁ ଲେଖିଛନ୍ତି। ମୁଁ ସବୁବେଳେ ଆତ୍ମ ସମ୍ମାନର ସହ ବଞ୍ଚିଛି। ଅପମାନିତ ହୋଇ ଜୀବନ ବିତାଇବା ମୋ ପକ୍ଷେ ସମ୍ଭବ ନୁହେଁ। ତେଣୁ ମୁଁ ଜୀବନ ହାରୁଛି ବୋଲି ମହନ୍ତ ନରେନ୍ଦ୍ର ଗିରି ତାଙ୍କ ସୁଇସାଇଟ ନୋଟରେ ଲେଖିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe