ଶ୍ରଦ୍ଧାଙ୍କ ହତ୍ୟା ପରେ ନୂଆ ଗର୍ଲଫ୍ରେଣ୍ଡଙ୍କୁ ଘରକୁ ଆଣୁଥିଲା ପୁନାୱାଲା

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଦେଇଥିବା ଅଫତାବ ଆମୀନ ପୁନାୱାଲାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁନାୱାଲା ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସ୍ୱାଭାବିକ ଭାବେ ଜୀବନ କାଟୁଥିଲା। ସେ ଡେଟିଂ ଆପ୍‌ରେ ଆଉ ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ଏହାପରେ ତାଙ୍କୁ ମଧ୍ୟ ନିଜ ରୁମକୁ ଆଣିଥିଲା। ନୂଆ ଗର୍ଲଫ୍ରେଣ୍ଡ ରୁମକୁ ଆସିବା ସମୟରେ ଶ୍ରଦ୍ଧାଙ୍କ ଶରୀରର […]

aftab

aftab

Hemant Lenka
  • Published: Tuesday, 15 November 2022
  • Updated: 15 November 2022, 04:26 PM IST

Sports

Latest News

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଦେଇଥିବା ଅଫତାବ ଆମୀନ ପୁନାୱାଲାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁନାୱାଲା ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସ୍ୱାଭାବିକ ଭାବେ ଜୀବନ କାଟୁଥିଲା।

ସେ ଡେଟିଂ ଆପ୍‌ରେ ଆଉ ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ଏହାପରେ ତାଙ୍କୁ ମଧ୍ୟ ନିଜ ରୁମକୁ ଆଣିଥିଲା। ନୂଆ ଗର୍ଲଫ୍ରେଣ୍ଡ ରୁମକୁ ଆସିବା ସମୟରେ ଶ୍ରଦ୍ଧାଙ୍କ ଶରୀରର ଏକାଧିକ କଟା ଅଂଶ ଓ ମୁଣ୍ଡ ଫ୍ରିଜ୍‌ରେ ରହିଥିଲା। ଏହା ସତ୍ତ୍ୱେ ମଧ୍ୟ ପୁନାୱାଲା ଆଦୌ ବିଚଳିତ ନ ହୋଇ ନୂଆ ଗର୍ଲଫ୍ରେଣ୍ଡଙ୍କ ସହ ରୁମ ଭିତରେ ରୋମାନ୍ସ କରୁଥିଲା।

ଏଥିସହ ନୂଆ ଗର୍ଲଫ୍ରେଣ୍ଡଙ୍କ ଆଖିରେ ଧୂଳି ଦେବାକୁ ସେ ଶ୍ରଦ୍ଧାଙ୍କ ମୃତଦେହକୁ ରୁମରେ ଥିବା କପବୋର୍ଡ ଭିତରେ ଲୁଚାଇ ରଖୁଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ଶ୍ରଦ୍ଧାଙ୍କ ହତ୍ୟାରୁ ୧୫ରୁ ୨୦ ଦିନ ପରେ ସେ ଆଉ ଜଣେ ଯୁବତୀଙ୍କୁ ପ୍ରେମ କରିଥିଲା। ତାଙ୍କୁ ବିଭିନ୍ନ ସମୟରେ ରୁମକୁ ମଧ୍ୟ ଆଣୁଥିଲା ବୋଲି ପୁଲିସ କହିଛି।

ପୁଲିସ୍‌ କହିଛି ଯେ ଶ୍ରଦ୍ଧାଙ୍କ ଶରୀରର କିଛି ଅଂଶ ଫ୍ରିଜ୍‌ରେ ରହିଥିବା ବେଳେ କେତେ ଜଣ ଯୁବତୀଙ୍କୁ ପୁନାୱାଲା ନିଜ ରୁମକୁ ଆଣିଥିଲା ଓ ସେମାନଙ୍କ ମଧ୍ୟରୁ କେହି ବି ହତ୍ୟାକାଣ୍ଡ ବିଷୟରେ ଜାଣିଥିଲେ କି ନାହିଁ, ତା’ର ତଦନ୍ତ କରାଯାଉଛି। ସେହିପରି ଡେଟିଂ ଆପ୍‌ Bumbleକୁ ପୁଲିସ୍‌ ପୁନାୱାଲାର ପ୍ରୋଫାଇଲ ସହ ଜଡ଼ିତ ତଥ୍ୟ ମାଗିଛି। ଏହି Bumble ଆପ୍‌ ଜରିଆରେ ହିଁ ପୁନାୱାଲା ଓ ଶ୍ରଦ୍ଧାଙ୍କ ମଧ୍ୟରେ ବନ୍ଧୁତା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

୩ ବର୍ଷ ତଳେ ମୁମ୍ବାଇରୁ ଆରମ୍ଭ ହୋଇଥିବା ଏହି ରୋମାନ୍ସ ଚଳିତ ବର୍ଷ ମେ’ ୧୮ରେ ଭୟଙ୍କର ରୂପ ନେଇଥିଲା। ଶ୍ରଦ୍ଧା ଲିଭ ଇନରେ ରହୁଥିବାରୁ ପୁନାୱାଲାଙ୍କ ଉପରେ ବିବାହ କରିବା ପାଇଁ ଚାପ ପକାଉଥିଲେ। ଏଥିରେ ଅତିଷ୍ଠ ହୋଇ ପୁନାୱାଲା ତାଙ୍କ ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ପର୍ଯ୍ୟାୟକ୍ରମେ ଦିଲ୍ଲୀର ମେହରୁଲି ଜଙ୍ଗଲରେ ଫିଙ୍ଗୁଥିଲା।

ଅନ୍ୟପକ୍ଷରେ ହତ୍ୟାର ଦୀର୍ଘଦିନ ଧରି ୩୦୦ ଲିଟରର ଫ୍ରିଜ୍‌ ଭିତରେ ପୁନାୱାଲା ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ କଟାମୁଣ୍ଡ ରଖିଥିଲା। ପ୍ରତିଦିନ ସେ ଏହି କଟାମୁଣ୍ଡକୁ ମଧ୍ୟ ଦେଖୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos