Advertisment

ଲିଭ ଇନ ପାର୍ଟନରଙ୍କୁ ହତ୍ୟା: ଅଫତାବର ହେବ ମିଛ ଧରା ପରୀକ୍ଷା, ରିମାଣ୍ଡ ଅବଧି ବଢ଼ିଲା

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନରଙ ଶ୍ରଦ୍ଧା ୱାଲକରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ଅମୀନ ପୁନାୱାଲାର ହେବ ମିଛ ଧରା ପରୀକ୍ଷା। ସେ ବାରମ୍ବାର ନିଜର ବୟାନ ବଦଳାଉଥିବାରୁ ଦିଲ୍ଲୀ ପୁଲିସ୍‌ ତା’ର ମିଛ ଧରା ପରୀକ୍ଷା କରିବାକୁ ଚାହୁଁଥିଲା। ଏଥିପାଇଁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଅନୁମତି ଦେଇଛନ୍ତି। ମିଛ ଧରା ପରୀକ୍ଷା ସହ ଅଫତାବର ନାର୍କୋ ଆନାଲିସସ ଟେଷ୍ଟ ପାଇଁ କୋର୍ଟଙ୍କ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହାବାଦ କୋର୍ଟ ତା’ର […]

ଲିଭ ଇନ ପାର୍ଟନରଙ୍କୁ ହତ୍ୟା: ଅଫତାବର ହେବ ମିଛ ଧରା ପରୀକ୍ଷା, ରିମାଣ୍ଡ ଅବଧି ବଢ଼ିଲା

aftab

Advertisment

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନରଙ ଶ୍ରଦ୍ଧା ୱାଲକରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ଅମୀନ ପୁନାୱାଲାର ହେବ ମିଛ ଧରା ପରୀକ୍ଷା। ସେ ବାରମ୍ବାର ନିଜର ବୟାନ ବଦଳାଉଥିବାରୁ ଦିଲ୍ଲୀ ପୁଲିସ୍‌ ତା’ର ମିଛ ଧରା ପରୀକ୍ଷା କରିବାକୁ ଚାହୁଁଥିଲା। ଏଥିପାଇଁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଅନୁମତି ଦେଇଛନ୍ତି। ମିଛ ଧରା ପରୀକ୍ଷା ସହ ଅଫତାବର ନାର୍କୋ ଆନାଲିସସ ଟେଷ୍ଟ ପାଇଁ କୋର୍ଟଙ୍କ ଗ୍ରୀନ ସିଗ୍ନାଲ ଦେଇଛନ୍ତି।

Advertisment

ଏହାବାଦ କୋର୍ଟ ତା’ର ପୁଲିସ ରିମାଣ୍ତ ଅବଧିକୁ ମଧ୍ୟ ଆଉ ୫ ଦିନ ବଢ଼ାଇ ଦେଇଛନ୍ତି। ଏପରି ଅନୁମତି ପରେ ପୁଲିସ୍‌ ଅଫତାବକୁ ହିମାଚଳ ପ୍ରଦେଶର ପାର୍ବତୀ ଉପତ୍ୟାକା ନେଇ ଘଟଣାର ତଦନ୍ତ କରିବ। କାରଣ ଶ୍ରଦ୍ଧା ଓ ଅଫତାବ ମେ’ ମାସରେ ହିମାଚଳ ପ୍ରଦେଶକୁ ବୁଲିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଅଫତାବ ମେ’ ୧୮ରେ ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା।

ଏହାପରେ ତାଙ୍କ ମୃତଦେହକୁ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡରେ ପରିଣିତ କରିଥିଲା। ଶେଷରେ ଏହାକୁ ନେଇ ଦିଲ୍ଲୀର ମେହରୁଲ ଜଙ୍ଗଲରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଦେଇଥିଲା। ଖାଲି ସେତିକି ନୁହେଁ, ସେ ଶ୍ରଦ୍ଧାଙ୍କ ମୁଣ୍ଡକୁ ମଧ୍ୟ ପୋଡ଼ି ଦେଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି।

Advertisment

ପୁଲିସ ମଧ୍ୟ ଘଟଣାକୁ ବେଶ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି। ଆଜି ଅଫତାବର ରିମାଣ୍ଡ ଅବଧି ସରୁଥିବାରୁ ତା’କୁ କୋର୍ଟରେ ଭିଡିଓ କନଫରେନ୍ସିଂ ଦ୍ୱାରା ହାଜର କରାଯାଇଥିଲା। ଶୁଣାଣି ପୂର୍ବରୁ କୋର୍ଟ ବାହାରେ ଆଇନଜୀବୀମାନେ ଅଫତାବକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରି ନାରାବାଜୀ କରିଥିଲେ। ଆଇନଜୀବୀଙ୍କ ଆକ୍ରୋଶକୁ ଦେଖି ପୁଲିସ୍‌ ଅଫତାବକୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରିଥିବା ଜଣାପଡ଼ିଛି।

ପୁଲିସ୍‌ ଗତ ଶୁକ୍ରବାର ଅଫତାବକୁ ଶ୍ରଦ୍ଧାଙ୍କ ହତ୍ୟା ଘଟଣାରେ ଗିରଫ କରିଥିଲା। ଏହାର ଦିନକ ପରେ ଅର୍ଥାତ ଶନିବାର ଠାରୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା। ଆଜି ପୁଲିସ ଆଉ ୫ ଦିନ ଅଫତାବକୁ ରିମାଣ୍ଡରେ ନେଇଛି। ଶ୍ରଦ୍ଧାଙ୍କ ମୋବାଇଲ ଫୋନ ଓ ମୃତଦେକୁ ଖଣ୍ଡଖଣ୍ଡ କରିବା ପାଇଁ ବ୍ୟବହାର ହୋଇଥିବା ଛୁରୀକୁ ପୁଲିସ ଏଯାଏ ପାଇନି। ତେଣୁ ଅଫତାବକୁ ରିମାଣ୍ଡରେ ନେବା ଜରୁରୀ ବୋଲି ପୁଲିସ୍‌ କୋର୍ଟରେ ଯୁକ୍ତି ରଖିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe