Advertisment

କରୋନା ପରେ ବ୍ଲାକ ଫଙ୍ଗସ ଆତଙ୍କ: ଜାଣନ୍ତୁ କେତେ ଘାତକ ଏହି ରୋଗ, କେମିତି ବର୍ତ୍ତିବେ

ନୂଆଦିଲ୍ଲୀ: ସମଗ୍ର ଦେଶ ଏବେ କରୋନାର ଦ୍ୱିତୀୟ ଲହରରେ ଆଉଟ ପାଉଟ ହେଉଛି। ଦ୍ୱିତୀୟ ଲହରରେ କରୋନା ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି। ଅନେକ ରୋଗୀଙ୍କୁ ଷ୍ଟେରଏଡ ଦିଆଯାଉଛି। ତେବେ ଅତ୍ୟଧିକ ମାତ୍ରାର ଷ୍ଟେରଏଡ ଯୋଗୁ ‘ବ୍ଲାକ୍ ଫଙ୍ଗସ୍’ ନାମକ ରୋଗରେ ଅନେକ ଲୋକ ପୀଡ଼ିତ ହେବାରେ ଲାଗିଲେଣି। ଏହି ରୋଗରେ ଆକ୍ରାନ୍ତ କିଛି ରୋଗୀ ସେମାନଙ୍କ ଆଖି ହରାଉଛନ୍ତି। ବ୍ଲାକ ଫଙ୍ଗସ ନାକରୁ ଆରମ୍ଭ ହୋଇ ଆଖି ଓ ମସ୍ତିଷ୍କକୁ ବ୍ୟାପିଥାଏ। ମୁମ୍ବାଇରେ ଥିବା […]

କରୋନା ପରେ ବ୍ଲାକ ଫଙ୍ଗସ ଆତଙ୍କ: ଜାଣନ୍ତୁ କେତେ ଘାତକ ଏହି ରୋଗ, କେମିତି ବର୍ତ୍ତିବେ

Balck-Fungus

Advertisment

ନୂଆଦିଲ୍ଲୀ: ସମଗ୍ର ଦେଶ ଏବେ କରୋନାର ଦ୍ୱିତୀୟ ଲହରରେ ଆଉଟ ପାଉଟ ହେଉଛି। ଦ୍ୱିତୀୟ ଲହରରେ କରୋନା ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି। ଅନେକ ରୋଗୀଙ୍କୁ ଷ୍ଟେରଏଡ ଦିଆଯାଉଛି। ତେବେ ଅତ୍ୟଧିକ ମାତ୍ରାର ଷ୍ଟେରଏଡ ଯୋଗୁ 'ବ୍ଲାକ୍ ଫଙ୍ଗସ୍' ନାମକ ରୋଗରେ ଅନେକ ଲୋକ ପୀଡ଼ିତ ହେବାରେ ଲାଗିଲେଣି।

Advertisment

ଏହି ରୋଗରେ ଆକ୍ରାନ୍ତ କିଛି ରୋଗୀ ସେମାନଙ୍କ ଆଖି ହରାଉଛନ୍ତି। ବ୍ଲାକ ଫଙ୍ଗସ ନାକରୁ ଆରମ୍ଭ ହୋଇ ଆଖି ଓ ମସ୍ତିଷ୍କକୁ ବ୍ୟାପିଥାଏ। ମୁମ୍ବାଇରେ ଥିବା ବିଏମସିର ସିଓନ ହସ୍ପିଟାଲରେ ଗତ ଦେଢ଼ ମାସ ମଧ୍ୟରେ ୩୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣଙ୍କ ଜୀବନ ରକ୍ଷା ପାଇଁ ଗୋଟିଏ ଲେଖାଏ ଆଖି ବାହାର କରିଦିଆଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ବିଶେଷଜ୍ଞମାନଙ୍କ ମତରେ ଫଙ୍ଗସ୍ ନାକରେ ୨ରୁ ୩ ଦିନ ରହିଥାଏ। ଏହାପରେ ଏହା ଆଖି ଆଡ଼କୁ ଗତି କରିଥାଏ। ଏପରି ସ୍ଥିତିରେ ଯଦି ଆପଣଙ୍କ ନାକରୁ ରକ୍ତଶ୍ରାବ ହେଉଛି, ନାକରୁ କଳା ପାଣି ବାହାରୁଛି କିମ୍ବା ଦେଖିବାରେ ସାମାନ୍ୟ ସମସ୍ୟା ରହୁଛି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

Advertisment

ଆଖି ନେଇଗଲା ବ୍ଲାକ ଫଙ୍ଗସ

କରୋନା ଯୁଦ୍ଧରେ ଜିତିଥିବା ୪୪ ବର୍ଷୀୟ ନୀତିନ ସିନ୍ଧେ ଏବେ ବ୍ଲାକ୍ ଫଙ୍ଗସ୍ ସହ ଲଢ଼େଇ କରୁଛନ୍ତି। ଫଙ୍ଗସ କାରଣରୁ ତାଙ୍କୁ ଆଖି ହରାଇବାକୁ ପଡ଼ିଛି। ନୀତିନଙ୍କ ପତ୍ନୀ ସୂର୍ଯ୍ୟା କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ସ୍ୱାମୀ ଅନେକ ସମସ୍ୟା ଭୋଗୁଥିଲେ। ଦୁଇ ଦିନ କାଳ ସେ ହସ୍ପିଟାଲରେ ଚିକିତ୍ସା ପାଇଁ ବୁଲିଥିଲେ। କିନ୍ତୁ ସଂକ୍ରମଣ ବଢ଼ି ଯାଇଥିବାରୁ ନୀତିନଙ୍କ ଗୋଟିଏ ଆଖିକୁ ଡାକ୍ତରମାନେ କାଢ଼ି ଦେଇଛନ୍ତି। ନୀତିନ କଷ୍ଟ ଅନୁଭବ କରିବାରୁ ସେ ହସ୍ପିଟାଲ ଆଣିଥିଲେ। କିନ୍ତୁ ତାଙ୍କ ପାଟି ଓ ନାକରୁ ରକ୍ତଶ୍ରାବ ଆରମ୍ଭ ହୋଇଥିଲା। ଏଥିପାଇଁ ତାଙ୍କୁ କେଇଏମ ହସ୍ପିଟାଲରୁ ନିକଟସ୍ଥ ଲାୟନ୍ସ କ୍ଲବ ହସ୍ପିଟାଲକୁ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ସୂର୍ଯ୍ୟା କହିଛନ୍ତି।

ରୋଗ ମସ୍ତିଷ୍କକୁ ଚାଲି ଯାଉଛି

ନୀତିନଙ୍କ ଚିକିତ୍ସା କରୁଥିବା ଡାକ୍ତର ସୁଭାଷ ଚୌଧୁରୀ କହିଛନ୍ତି ଯେ ରୋଗୀଙ୍କୁ ପୂର୍ବରୁ କୋଭିଡ ହୋଇସାରି ଥିଲା। ଯେତେବେଳେ ସେ ହସ୍ପିଟାଲରେ ଭର୍ତ୍ତି ହେଲେ, ତାଙ୍କ ସୁଗାର ସ୍ତର ଅଧିକ ଥିଲା। କିଡନୀ ମଧ୍ୟ ପ୍ରଭାବିତ ହୋଇଥିଲା। Mucormycosisu ଯୋଗୁ ତାଙ୍କ ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଯଦି ଏହାକୁ ଠିକଣା ସମୟରେ ଚିକିତ୍ସା କରାଯାଇ ନଥାଆନ୍ତା, ତା’ହେଲେ ଏହା ତାଙ୍କ ମସ୍ତିଷ୍କକୁ ଚାଲି ଯାଇଥାନ୍ତା। ରୋଗ ମସ୍ତିଷ୍କକୁ ଚାଲି ଯିବା ଦ୍ୱାରା ମୃତ୍ୟୁର ଆଶଙ୍କା ବଢ଼ି ଯାଇଥାଏ। ପ୍ରାୟ ସାତ ଘଣ୍ଟାର ଅପରେସନ ପରେ ନୀତିନଙ୍କ ଗୋଟିଏ ଆଖିକୁ ବାହାର କରାଯାଇଥିଲା। ନୀତିନଙ୍କ ଜୀବନ ବଞ୍ଚାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।

ସିଓନ୍ ହସ୍ପିଟାଲର ଇଏନଟି ବିଭାଗ ମୁଖ୍ୟ ଡାକ୍ତର ରେଣୁକା ବ୍ରଡୁ କହିଛନ୍ତି ଯେ ଏହା ଏକ ମାରାତ୍ମକ ରୋଗ। ଦେ‍ଢ଼ ମାସରେ ୩୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇସାରିଲେଣି। ଏଥିମଧ୍ୟରୁ ୧୧ ଜଣ ଜୀବନ ରକ୍ଷା ପାଇଁ ସେମାନଙ୍କର ଗୋଟିଏ ଲେଖାଏ ଆଖି ବାହାର କରିଦିଆଯାଇଛି। ଜଣେ ୪୭ ବର୍ଷୀୟ ରୋଗୀଙ୍କର ଉଭୟ ଆଖି ବାହାର କରିବାକୁ ପଡ଼ିଥିଲା। ୬ ଜଣ ରୋଗୀଙ୍କୁ ଆମେ ବଞ୍ଚାଇ ପାରିଲୁ ନାହିଁ। ଏହି ରୋଗର ମୃତ୍ୟୁହାର ୫୦%। ଯଦି ଏହି ରୋଗ ଶରୀରରେ ବ୍ୟାପୀ ଯିବ, ତା’ହେଲେ ରୋଗୀଙ୍କୁ ବଞ୍ଚାଇବା କଷ୍ଟକର ବୋଲି ସେ କହିଛନ୍ତି।

ବ୍ଲାକ ଫଙ୍ଗସର କିପରି ହୁଏ ଚିକିତ୍ସା

ମୁମ୍ବାଇର ଇଏନଟି ସ୍ପେଶାଲିଷ୍ଟ ଆକୃତି ଦେଶାଇ କହିଛନ୍ତି, “ମୁଁ ଏହି ମାସରେ ୧୫ରୁ ଅଧିକ ବ୍ଲାକ ଫଙ୍ଗସ ମାମଲା ଦେଖିଛି। ମୋ ସହକର୍ମୀମାନେ ୪୦ରୁ ଅଧିକ ମାମଲା ଦେଖିଛନ୍ତି। ଇଏନଟି ଡାକ୍ତରମାନେ ନାକର ଟେଷ୍ଟ ମାଧ୍ୟମରେ ରୋଗକୁ ଚିହ୍ନଟ କରନ୍ତି। ପ୍ରଥମେ ଆଣ୍ଟି-ଫଙ୍ଗଲ୍ ଇଞ୍ଜେକ୍ସନ୍ ଦିଅନ୍ତି। ଯଦି ସଂକ୍ରମଣ ଆଖିରେ ପହଞ୍ଚି ଯାଇଥାଏ, ତା’ହେଲେ ଏହାର ଅସ୍ତ୍ରୋପଚାର ଆବଶ୍ୟକ ପଡ଼େ। ସଂକ୍ରମଣ ଅତ୍ୟଧିକ ହୁଏ, ତେବେ ସମଗ୍ର ଆଖିକୁ ଶରୀରରୁ ବାହାର କରିବାକୁ ପଡ଼େ।

ସାଧାରଣତଃ ଏହା ମଧୁମେହ ରୋଗୀଙ୍କ ଠାରେ ଦେଖାଯାଉଥିଲା। ଏବେ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଶରୀରରେ ବ୍ଲାକ ଫଙ୍ଗସ ଦେଖିବାକୁ ମିଳୁଛି। ସେହିପରି ପୂର୍ବରୁ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବହୁତ କମ ଥିଲା। ହେଲେ ଏବେ କରୋନା ପାଇଁ ସୃଷ୍ଟି ହେଉଥିବା ସମସ୍ତ ସମସ୍ୟା ଯୋଗୁ ରୋଗ ଓ ରୋଗୀଙ୍କ ସଂଖ୍ୟା ବଢ଼ୁଛି।''

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe