Advertisment

ରଙ୍ଗା କଳା ବୋଲି ତାତ୍ସଲ୍ୟ କରୁଥିଲା ସ୍ୱାମୀ, ହତ୍ୟା କରି ପ୍ରତିଶୋଧ ନେଲା ସ୍ତ୍ରୀ

ଦୁର୍ଗ: ଅସୁନ୍ଦର ଓ ରଙ୍ଗା କଳା ବୋଲି କହି ସବୁବେଳେ ପତ୍ନୀଙ୍କୁ ତାତ୍ସଲ୍ୟ କରିବା ସ୍ୱାମୀଙ୍କୁ ମହଙ୍ଗା ପଡ଼ିଛି। ଏହି ତାତ୍ସଲ୍ୟରେ ଅତିଷ୍ଠ ହୋଇ ପତ୍ନୀ ଜଣଙ୍କ କୁରାଢ଼ୀରେ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଏଥସିସହ ତାଙ୍କ ଗୁପ୍ତାଙ୍ଗକୁ ମଧ୍ୟ କାଟି ଦେଇଛନ୍ତି। ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍‌ ୩୦ ବର୍ଷୀୟ ସଂଗୀତା ସୋନୱାନିଙ୍କୁ ଗିରଫ କରିଛି। ସେ ତାଙ୍କ ସ୍ୱାମୀ ୪୦ ବର୍ଷୀୟ ଅନନ୍ତ ସୋନୱାନିଙ୍କୁ ହତ୍ୟା କରିଛନ୍ତି। […]

ରଙ୍ଗା କଳା ବୋଲି ତାତ୍ସଲ୍ୟ କରୁଥିଲା ସ୍ୱାମୀ, ହତ୍ୟା କରି ପ୍ରତିଶୋଧ ନେଲା ସ୍ତ୍ରୀ

axe

Advertisment

ଦୁର୍ଗ: ଅସୁନ୍ଦର ଓ ରଙ୍ଗା କଳା ବୋଲି କହି ସବୁବେଳେ ପତ୍ନୀଙ୍କୁ ତାତ୍ସଲ୍ୟ କରିବା ସ୍ୱାମୀଙ୍କୁ ମହଙ୍ଗା ପଡ଼ିଛି। ଏହି ତାତ୍ସଲ୍ୟରେ ଅତିଷ୍ଠ ହୋଇ ପତ୍ନୀ ଜଣଙ୍କ କୁରାଢ଼ୀରେ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଏଥସିସହ ତାଙ୍କ ଗୁପ୍ତାଙ୍ଗକୁ ମଧ୍ୟ କାଟି ଦେଇଛନ୍ତି। ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି।

Advertisment

ଏହି ଘଟଣାରେ ପୁଲିସ୍‌ ୩୦ ବର୍ଷୀୟ ସଂଗୀତା ସୋନୱାନିଙ୍କୁ ଗିରଫ କରିଛି। ସେ ତାଙ୍କ ସ୍ୱାମୀ ୪୦ ବର୍ଷୀୟ ଅନନ୍ତ ସୋନୱାନିଙ୍କୁ ହତ୍ୟା କରିଛନ୍ତି। ସଂଗୀତା ଓ ଅନନ୍ତ ଦୁର୍ଗ ଜିଲ୍ଲାର ଅମଲେଶ୍ୱରୀ ଗାଁରେ ରହୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସଂଗୀତାଙ୍କ ଶରୀରର ରଙ୍ଗା କଳା ହୋଇଥିବାରୁ ଅନନ୍ତ ତାଙ୍କୁ ସବୁବେଳେ ତାତ୍ସଲ୍ୟ କରୁଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର ପାଟିତୁଣ୍ଡ ମଧ୍ୟ ହୋଇଥିଲା। ରବିବାର ସନ୍ଧ୍ୟାରେ ଅନନ୍ତ ପୁଣିଥରେ ଅସୁନ୍ଦର ଓ କାଳୀ ବୋଲି କହି ବାରମ୍ବାର ସଂଗୀତାଙ୍କୁ ଟାହିଟାପରା କରିଥିଲେ। ଏହାକୁ ଆଉ ସଂଗୀତା ସହି ପାରି ନଥିଲେ। ସେ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସଂଗୀତା ପ୍ରତିଶୋଧ ନେବାକୁ ଘରେ ଥିବା କୁରାଢ଼ୀରେ ଅନନ୍ତଙ୍କୁ ଆକ୍ରମଣ କରିଥିଲେ।

Advertisment

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏତିକିରେ ସଂଗୀତାଙ୍କ ରାଗ ଶାନ୍ତି ହୋଇ ନଥିଲା। ଆକ୍ରମଣ ଯୋଗୁ ତଳେ ପଡ଼ି ଛଟପଟ ହେଉଥିବା ଅନନ୍ତଙ୍କୁ ହସ୍ପିଟାଲ ନେବା ବଦଳରେ ସେ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ ବୋଲି ପୁଲିସ୍‌ କହିଛି।

ସଂଗୀତା ପ୍ରଥମେ ଗାଁ ଲୋକ ଓ ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ରବିବାର ରାତିରେ କେହି ଜଣେ ଘରେ ପଶି ଅନନ୍ତଙ୍କୁ ହତ୍ୟା କରି ଦେଇଥିବା ସଂଗୀତା କହିଥିଲେ। ହେଲେ ପୁଲିସ୍‌ର ସନ୍ଦେହ ହୋଇଥିଲା। ପୁଲିସ୍‌ ଅଧିକାରୀମାନେ ତାଙ୍କୁ ଘନଘନ ଜେରା କରିବାରୁ ସେ ସବୁ ସତକଥା ମାନି ଯାଇଥିଲେ। ଅନନ୍ତ ହେଉଛନ୍ତି ସଂଗୀତାଙ୍କ ଦ୍ୱିତୀୟ ସ୍ୱାମୀ। ପ୍ରଥମ ସ୍ୱାମୀଙ୍କ ଅକାଳ ବିୟୋଗ ଯୋଗୁ ସଂଗୀତା ଦ୍ୱିତୀୟ ବିବାହ କରିଥିଲେ।

ପୁଲିସ୍‌ ତାଙ୍କ ନାଁରେ ୩୦୨ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଦରକାର ପଡ଼ିଲେ ପୁଲିସ୍‌ ସଂଗୀତାଙ୍କୁ ରିମାଣ୍ଡରେ ମଧ୍ୟ ଆଣିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe