Advertisment

ଇଲେକ୍ଟ୍ରିକ ଗାଡ଼ିରେ ଲାଗି ଯାଉଛି ନିଆଁ, ଯାଞ୍ଚ ପାଇଁ କେନ୍ଦ୍ରର କମିଟି

ନୂଆଦିଲ୍ଲୀ: ଦିନକୁ ଦିନ ଇଲେକ୍ଟ୍ରିକ ସ୍କୁଟିଗୁଡ଼ିକରେ ବିଭିନ୍ନ ପ୍ରକାରର ଅଘଟଣ ଘଟୁଥିବା ଦେଖିବାକୁ ମିଳୁଛି। କେତେବେଳେ ଏହାର ବ୍ୟାଟେରୀ ଫାଟି ଯାଉଛି ତ ଆଉ କେତେ ରାସ୍ତାରେ ଗାଡ଼ି ଯାଉଥିବା ବେଳେ ନିଆଁ ଲାଗି ଯାଉଛି। ନିୟମିତ ଭାବେ ଏପରି ଘଟଣା ଘଟି ଅନେକ ଲୋକ ଜୀବନ ମଧ୍ୟ ହରାଉଛନ୍ତି। ସାରା ଦେଶରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଘଟଣାର ଯାଞ୍ଚ ପାଇଁ କେନ୍ଦ୍ର ସରକାର ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ କମିଟି ଗଠନ କରିଛନ୍ତି। […]

ଇଲେକ୍ଟ୍ରିକ ଗାଡ଼ିରେ ଲାଗି ଯାଉଛି ନିଆଁ, ଯାଞ୍ଚ ପାଇଁ କେନ୍ଦ୍ରର କମିଟି

Bike

Advertisment

ନୂଆଦିଲ୍ଲୀ: ଦିନକୁ ଦିନ ଇଲେକ୍ଟ୍ରିକ ସ୍କୁଟିଗୁଡ଼ିକରେ ବିଭିନ୍ନ ପ୍ରକାରର ଅଘଟଣ ଘଟୁଥିବା ଦେଖିବାକୁ ମିଳୁଛି। କେତେବେଳେ ଏହାର ବ୍ୟାଟେରୀ ଫାଟି ଯାଉଛି ତ ଆଉ କେତେ ରାସ୍ତାରେ ଗାଡ଼ି ଯାଉଥିବା ବେଳେ ନିଆଁ ଲାଗି ଯାଉଛି। ନିୟମିତ ଭାବେ ଏପରି ଘଟଣା ଘଟି ଅନେକ ଲୋକ ଜୀବନ ମଧ୍ୟ ହରାଉଛନ୍ତି।

Advertisment

ସାରା ଦେଶରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଘଟଣାର ଯାଞ୍ଚ ପାଇଁ କେନ୍ଦ୍ର ସରକାର ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ କମିଟି ଗଠନ କରିଛନ୍ତି। ସେହିପରି ନିୟମ ଉଲ୍ଲଙ୍ଘନ କରି ଗାଡ଼ି ନିର୍ମାଣ କରିଥିବା ସଂସ୍ଥାଗୁଡ଼ିକୁ ମୋଟା ଅଙ୍କର ଜୋରିମାନା ଧମକ ମଧ୍ୟ ଦେଇଛନ୍ତି।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଟ୍ୱିଟ କରି କହିଛନ୍ତି, “ଗତ ଦୁଇ ମାସ ମଧ୍ୟରେ ଦୁଇ ଚକିଆ ଇଲେକ୍ଟ୍ରିକ୍ ଗାଡ଼ି ସହ ଜଡ଼ିତ ଅନେକ ଦୁର୍ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କିଛି ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ମଧ୍ୟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

Advertisment

ଘଟଣାଗୁଡ଼ିକର ଯାଞ୍ଚ ପାଇଁ ଆମେ ବିଶେଷଜ୍ଞ କମିଟି ଗଠନ କରିଛୁ। କମିଟି ଘଟଣାର ଯାଞ୍ଚ କରି ତ୍ରୁଟି ସୁଧାରିବା ପାଇଁ ସୁପାରିସ କରିବ। କମିଟିର ରିପୋର୍ଟକୁ ଆଧାର କରି ଆମେ ତ୍ରୁଟି ସୁଧାରିବାକୁ କମ୍ପାନୀଗୁଡ଼ିକୁ ଉପଯୁକ୍ତ ନୋଟିସ ପଠାଇବୁ। ଆମେ ଖୁବଶୀଘ୍ର ଇଲେକ୍ଟ୍ରିକ ଯାନ ପାଇଁ ଗୁଣାତ୍ମକ ନିର୍ଦ୍ଦେଶାବଳୀ ଜାରି କରିବୁ।

ଯଦି କୌଣସି କମ୍ପାନୀ ଗାଡ଼ି ତିଆରି ନିୟମ ଉଲ୍ଲଙ୍ଘନ କରିଥିବେ, ତା’ହେଲେ ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲାଗୁ କରିବୁ। ସେହିପରି ତ୍ରୁଟିପୂର୍ଣ୍ଣ ଗାଡ଼ିଗୁଡ଼ିକୁ ମଧ୍ୟ ବଜାରରୁ ପ୍ରତ୍ୟାହାର କରି ନିଆଯିବ। କମ୍ପାନୀଗୁଡିକ ସମସ୍ତ ତ୍ରୁଟିପୂର୍ଣ୍ଣ ଗାଡ଼ିକୁ ସମୟ ପୂର୍ବରୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରି ନିଅନ୍ତୁ। ମୋଦୀଜିଙ୍କ ନେତୃତ୍ୱରେ ଆମ ସରକାର ପ୍ରତ୍ୟେକ ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।”


ଚଳିତ ମାସରେ ଗୋଟିଏ ଓଲା ଇଲେକ୍ଟ୍ରିକ ସ୍କୁଟି ନିଆଁ ଲାଗି ପାଉଁଶ ହେଇଯାଉଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଷ୍ଟାର୍ଟଅପ ପ୍ୟୁର ଇଭି ସ୍କୁଟିରେ ମଧ୍ୟ ନିଆଁ ଲାଗିଥିଲା। Okinawa Autotech Pvt ସ୍କୁଟିରେ ନିଆଁ ଲାଗି ଯିବାରୁ ୨ ଜଣ ପ୍ରାଣ ମଧ୍ୟ ହରାଇଥିଲେ।

କମ୍ପାନୀଗୁଡ଼ିକ କାହିଁକି ଗାଡ଼ିରେ ନିଆଁ ଲାଗି ଯାଉଛି, ତା’ର ତଦନ୍ତ କରୁଛନ୍ତି। ହେଲେ ଏବେ କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନ ସମସ୍ତଙ୍କୁ ଆହୁରି ଅଧିକ ସର୍ତକ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe