Advertisment

୨୦ ବର୍ଷରେ ପ୍ରଥମ, ଆତଙ୍କବାଦୀଙ୍କ ମୃତଦେହକୁ ଗ୍ରହଣ କଲା ପାକିସ୍ତାନ

ଶ୍ରୀନଗର: ଦୁଇ ଦଶନ୍ଧି (୨୦ ବର୍ଷ)ରୁ ଅଧିକ ସମୟ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଜଣେ ଆତଙ୍କବାଦୀର ମୃତଦେହକୁ ଗ୍ରହଣ କରିଛି। ମୃତ ଆତଙ୍କବାଦୀର ନାଁ ତବାକର ହୁସୈନ (୩୨)। ସେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସଦସ୍ୟ ଥିଲା। ତା’ ଘର ପାକିସ୍ତାନ ଅଧିକୃତ କଶ୍ମୀରରେ ହୋଇଥିବା ବେଳେ ଦୁଇ ଦିନ ତଳେ ରାଜୌରୀ ଜିଲ୍ଲା ସ୍ଥିତ ଭାରତୀୟ ସେନାର ଏକ ଡାକ୍ତରଖାନାରେ ହୃଦଘାତରେ ତା’ର ମୃତ୍ୟୁ ଘଟିଥିଲା। ରବିବାର ତା’ର ଶବ ବ୍ୟବଚ୍ଛେଦ ସହିତ […]

author-image
Jitendra Garnayak
ଡମ୍ପର ପଛରେ ପିଟି ହେଲା କାର୍‌: ୨ ମୃତ, ୨ ଗୁରୁତର

dead body

ଶ୍ରୀନଗର: ଦୁଇ ଦଶନ୍ଧି (୨୦ ବର୍ଷ)ରୁ ଅଧିକ ସମୟ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଜଣେ ଆତଙ୍କବାଦୀର ମୃତଦେହକୁ ଗ୍ରହଣ କରିଛି। ମୃତ ଆତଙ୍କବାଦୀର ନାଁ ତବାକର ହୁସୈନ (୩୨)। ସେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସଦସ୍ୟ ଥିଲା। ତା’ ଘର ପାକିସ୍ତାନ ଅଧିକୃତ କଶ୍ମୀରରେ ହୋଇଥିବା ବେଳେ ଦୁଇ ଦିନ ତଳେ ରାଜୌରୀ ଜିଲ୍ଲା ସ୍ଥିତ ଭାରତୀୟ ସେନାର ଏକ ଡାକ୍ତରଖାନାରେ ହୃଦଘାତରେ ତା’ର ମୃତ୍ୟୁ ଘଟିଥିଲା। ରବିବାର ତା’ର ଶବ ବ୍ୟବଚ୍ଛେଦ ସହିତ ଅନ୍ୟାନ୍ୟ କାର୍ଯ୍ୟ ଶେଷ କରିବା ପରେ ମୃତଦେହକୁ ଗ୍ରହଣ କରିବା ପାଇଁ ପାକିସ୍ତାନ ସେନା ସହିତ ଯୋଗାଯୋଗ କରାଯାଇଥିଲା। ଆଉ ପାକିସ୍ତାନ ସେନା ମୃତଦେହକୁ ଗ୍ରହଣ କରିଥିଲା।

Advertisment

ତବାକର ହୁସୈନ ତା’ର ଅନ୍ୟ ଦୁଇ ଜଣ ସାଥୀଙ୍କ ସହିତ ମିଶି ଗତ ଅଗଷ୍ଟ ୨୧ ତାରିଖରେ ରାଜୌରୀର ନୌଶେର ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଭାରତୀୟ ସେନାର ଯବାନମାନେ ଗୁଳି କରିଥିଲେ। ଗୁଳିମାଡ଼ରେ ସେ ଆହତ ହୋଇଥିଲା। ଏହା ପରେ ତାକୁ ରାଜୌରୀ ସ୍ଥିତ ସେନା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା’ ଜୀବନ ବଞ୍ଚାଇବା ପାଇଁ ଯବାନମାନେ ରକ୍ତ ମଧ୍ୟ ଦେଇଥିଲେ। ତେବେ ଗତ ଶନିବାର (ସେପ୍ଟେମ୍ବର ୩ ତାରିଖ) ଦିନ ହୃଦଘାତରେ ତା’ର ମୃତ୍ୟୁ ଘଟିଥିଲା।

ପଚରାଉଚରା ବେଳେ ସେ ଓ ତା’ର ସାଥୀମାନେ ଭାରତୀୟ ସେନାର ଛାଉଣୀ ଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ତବାକର ହୁସୈନ ମାନିଥିଲା। ବ୍ରିଗେଡିୟର କପିଲ ରାଣା ଅଗଷ୍ଟ ୨୪ ତାରିଖରେ ଏହି ସୂଚନା ଦେଇଥିଲେ। ପାକିସ୍ତାନର ଗୁଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ ଚୌଧୁରୀ ତାକୁ ପଠାଇଥିଲେ ଓ ସେଥିପାଇଁ ୩୦ ହଜାର ଟଙ୍କା ଦେଇଥିଲେ ବୋଲି ସେ କହିଥିବା ବ୍ରିଗେଡିୟର ରାଣା ସୂଚନା ଦେଇଥିଲେ।

Advertisment