Advertisment

ଆର୍ମିରେ ୪ ମାସ କାମ କରିବା ପରେ ଜାଣିଲେ ନିଯୁକ୍ତି ପାଇ ନାହାନ୍ତି

ମୀରଟ: ସେନା ବାହିନୀରେ ହୋଇଥିବା ନିଯୁକ୍ତିରେ ମଧ୍ୟ ଦୁର୍ନୀତି। ଦେଶର ସୁରକ୍ଷା କାମରେ ନିୟୋଜିତ ଯବାନଙ୍କ ସହ ସାଂଘାତିକ ଖେଳ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଜଣେ ଯୁବକ ଦୀର୍ଘ ୪ ମାସ ହେଲା ସେନା ବାହିନୀରେ କାମ କରୁଥିଲେ। ତାଙ୍କ ନିଯୁକ୍ତି ୧୦୮ ଇନ୍ଫାଟ୍ରୀ ବାଟାଲିୟନ ଟିଏ(ଟେରିଟୋରିଆଲ ଆର୍ମି)ର ପଠାନକୋଟର ୨୭୨ ଟ୍ରାଞ୍ଜିଟ କ୍ୟାମ ମାହାରରେ ହୋଇଥିବା ସେ ଜାଣିଥିଲେ। ତାଙ୍କୁ ଏଥିପାଇଁ ପରିଚୟପତ୍ର ଓ […]

ଆର୍ମିରେ ୪ ମାସ କାମ କରିବା ପରେ ଜାଣିଲେ ନିଯୁକ୍ତି ପାଇ ନାହାନ୍ତି

manoj

Advertisment

ମୀରଟ: ସେନା ବାହିନୀରେ ହୋଇଥିବା ନିଯୁକ୍ତିରେ ମଧ୍ୟ ଦୁର୍ନୀତି। ଦେଶର ସୁରକ୍ଷା କାମରେ ନିୟୋଜିତ ଯବାନଙ୍କ ସହ ସାଂଘାତିକ ଖେଳ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଜଣେ ଯୁବକ ଦୀର୍ଘ ୪ ମାସ ହେଲା ସେନା ବାହିନୀରେ କାମ କରୁଥିଲେ।

Advertisment

ତାଙ୍କ ନିଯୁକ୍ତି ୧୦୮ ଇନ୍ଫାଟ୍ରୀ ବାଟାଲିୟନ ଟିଏ(ଟେରିଟୋରିଆଲ ଆର୍ମି)ର ପଠାନକୋଟର ୨୭୨ ଟ୍ରାଞ୍ଜିଟ କ୍ୟାମ ମାହାରରେ ହୋଇଥିବା ସେ ଜାଣିଥିଲେ। ତାଙ୍କୁ ଏଥିପାଇଁ ପରିଚୟପତ୍ର ଓ ୟୁନିଫର୍ମ ମଧ୍ୟ ମିଳିଥିଲା। ତେବେ ୪ ମାସ କାମ କରିବା ପରେ ସେ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ନିଯୁକ୍ତି କେବେ ହେଲେ ହୋଇନାହିଁ। ବିନା ନିଯୁକ୍ତିରେ ସେନା କ୍ୟାମ୍ପରେ କାମ କରିବା ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ଯୁବକ ଜଣଙ୍କ ଏଫଆଇଆର ମଧ୍ୟ କରିଛନ୍ତି।

ଆର୍ମି ସୂତ୍ର ଅନୁସାରେ, ମନୋଜ କୁମାର ନାମକ ଜଣେ ଯୁବକ ୪ ମାସ କାମ କରିବା ସହ ମାସିକ ୧୨,୫୦୦ ଟଙ୍କା ଲେଖାଏ ମଧ୍ୟ ଦରମା ନେଇଛନ୍ତି। ଜୁଲାଇ ମାସରେ ତାଙ୍କର ନିଯୁକ୍ତି ହୋଇଥିବା ମଧ୍ୟ କୁହାଯାଉଛି। କିନ୍ତୁ ବାସ୍ତବ କଥା ହେଉଛି ଯେ ଗାଜିଆବାଦରେ ରହୁଥିବା ୨୦ ବର୍ଷୀୟ ମନୋଜ କୁମାର କୌଣସି ପ୍ରକାରର ସେନା ବାହିନୀ ପକ୍ଷରୁ କାମ କରୁ ନଥିଲେ। ରାହୁଲ ସିଂହ ନାମକ ଭାରତୀୟ ସେନାରେ କାମ କରୁଥିବା ଜଣେ ସିପାହୀ ତାଙ୍କୁ ୧୬ ଲକ୍ଷ ଟଙ୍କା ବଳରେ ଏପରି ନିଯୁକ୍ତି ଦେଇଥିଲେ। ରାହୁଲଙ୍କ ଘର ମୀରଟର ଦଉରାଲା ରିଜନରେ। ମଙ୍ଗଳବାର ନିଯୁକ୍ତି ସ୍କାମରେ ତାଙ୍କୁ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି।

Advertisment

ମିଲିଟାରୀ ଇଣ୍ଟେଲଜେନ୍ସେର ତଥ୍ୟ ଆଧାରରେ ମୀରଟ ପୁଲିସ୍‌ ରାହୁଲ ସିଂହ ଓ ବିଟୁ ସିଂହଙ୍କୁ ଗିରଫ କରିଛି। ତାଙ୍କର ଆଉ ଜଣେ ସହଯୋଗୀ ରାଜା ସିଂହ ବର୍ତ୍ତମାନ ସୁଦ୍ଧାର ଫେରାର ରହିଛନ୍ତି। ସେମାନଙ୍କ ନାଁରେ ୪୨୦, ୪୬୭, ୪୭୧, ୪୦୬, ୩୨୩, ୫୦୬ ଓ ୧୨୦ ବି ଅନୁଯାୟୀ ମାମଲା କରାଯାଇଛି।

୨୦୧୯ରେ ସେନାରେ ସାମିଲ ହୋଇଥିବା ରାହୁଲ ସିଂହ ଅକ୍ଟୋବର ୨୨ରେ ସ୍ୱାସ୍ଥ୍ୟଗତ କାରଣରୁ ଅବସର ନେଇଥିଲେ। ତେବେ ସେ ସେନା ବାହିନୀରେ କାର୍ଯ୍ୟ କରିବା ସମୟରେ ନିଜକୁ ଅତ୍ୟନ୍ତ ଉଚ୍ଚ ପାହ୍ୟାର ଅଧିକାରୀ ଭାବେ ସମସ୍ତଙ୍କୁ ପରିଚୟ ଦେଉଥିଲେ। ଏଥିସହ ଯୁବକମାନଙ୍କୁ ସେନା ବାହିନୀରେ ନିଯୁକ୍ତି ପାଇଁ ସହଯୋଗ କରୁଥିଲେ ବୋଲି ସମସ୍ତଙ୍କୁ କହୁଥିଲେ।

ଏକଥାକୁ ତାଙ୍କର ଦୁଇ ସହଯୋଗୀ ପ୍ରଚାର କରିବା ସହ ଆଶାୟୀମାନଙ୍କୁ ରାହୁଲ ସିଂହଙ୍କ ପାଖକୁ ଆଣୁଥିଲେ। ଏମାନଙ୍କ ମଧ୍ୟରୁ ମନୋଜ କୁମାର ଅନ୍ୟତମ। ମନୋଜ କୁମାରଙ୍କ ଠାରୁ ଟଙ୍କା ନେବା ପରେ ରାହୁଲ ସିଂହ ତାଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ। ଯୋଜନା ମୁତାବକ ସେନା ପୋଷାକରେ ଥିବା ବେଳେ ରାହୁଲ ସିଂହ ତାଙ୍କୁ ଡାକିବା ସହ ରାଇଫଲ ଧରାଇ ଡ୍ୟୁଟି କରିବାକୁ କହିଥିଲେ।

ମନୋଜ କୁମାର କହିଛନ୍ତି, “ମୋତେ ୨୭୨ ଟ୍ରାଞ୍ଜିଟ କ୍ୟାମ୍ପକୁ ଡକା ଯାଇଥିଲା। ବରିଷ୍ଠ ରାଙ୍କର ଅଫିସର ଭଳି ଦେଖାଯାଉଥିବା ଜଣେ ଲୋକ ମୋତେ କ୍ୟାମ୍ପ ଭିତରକୁ ନେଇଥିଲେ। ସେଠାରେ ମୋର କୁଲିନାରୀ ଦକ୍ଷତାର ଟେଷ୍ଟ କରାଯାଇଥିଲା। ମୁଁ ଫିଜିକାଲ ମଧ୍ୟ ଦେଇଥିଲି। ଏହାପରେ ରାହୁଲ ସିଂହ ମୋତେ ନିଯୁକ୍ତି ମିଳିଥିବା କଥା କହିଥିଲେ।

କିନ୍ତୁ ପ୍ରାଥମିକ ଅବସ୍ଥାରେ ମୋତେ ଏକାଧିକ କାମ କରିବାକୁ ପଡ଼ିବ ବୋଲି ସେ ସର୍ତ୍ତ ରଖିଥିଲେ। ମୋତେ ଇନସାସ ରାଇଫଲ ଦିଆଯାଇଥିଲା ଓ କ୍ୟାମ୍ପରେ ନିଯୁକ୍ତି ମିଳିଥିଲା। ଏମିତି କିଛି ଦିନ ଚାଲିବା ପରେ ମୁଁ ସେଠାରେ ଥିବା କିଛି ଯବାନଙ୍କ ସହ କଥା ହୋଇଥିଲି।

ସେମାନେ ମୋ ନିଯୁକ୍ତିପତ୍ର ଓ ଆଇଡି ଦେଖି ଏହା ନକଲି ବୋଲି କହିଥିଲେ। ଏ ସମ୍ପର୍କରେ ମୁଁ ରାହୁଲ ସିଂହଙ୍କ ସହ କଥା ହୋଇଥିଲେ ମଧ୍ୟ ସେ ଏହାକୁ ଧ୍ୟାନ ଦେଇ ନଥିଲେ। ଶେଷରେ ଅକ୍ଟୋବର ଶେଷ ସପ୍ତାହରେ ମୋତେ କାନପୁରରେ ଥିବା ଏକାଡେମୀକୁ ଫିଜିକାଲ ଟ୍ରେନିଂ ପାଇଁ ସେ ପଠାଇ ଦେଇଥିଲେ।

ସେଠାରୁ ମୋତେ ଘରକୁ ପଠାଇ ଦିଆଯାଇଥିଲା। ନିକଟରେ ମୁଁ ତାଙ୍କୁ ଏକଥା କହିବାରୁ ସେ ମୋତେ ଧମକ ଦେବା ଆରମ୍ଭ କରିଥିଲେ।”

କୁମାର କ୍ୟାମ୍ପରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବନ୍ଧୁମାନେ ସନ୍ଦେହ କରିଥିବାରୁ ସେନା ବାହିନୀ ପକ୍ଷରୁ ପୂରା ଘଟଣାର ତଦନ୍ତ ହୋଇଥିଲା। ତଦନ୍ତ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe