Advertisment

ଟିକାକରଣ ଉପରୁ ବୟସ କଟକଣା ହଟାଯାଉ, ନିବେଦନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଲଗାତର ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନକରେ ଲକ୍ଷେ ଉପରେ ଚିହ୍ନଟ ହେଉଛି କରୋନା ଆକ୍ରାନ୍ତ। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିନ୍ତା ପ୍ରକାଶ କରିଛନ୍ତି। ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଦିଲ୍ଲୀରେ ଏବେ କରୋନାର ଚତୁର୍ଥ ୱେଭ ଜାରି ରହିଛି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଟିକାକରଣ ଉପରୁ ବୟସ କଟକଣା ହଟାଯାଉ, ନିବେଦନ କଲେ ମୁଖ୍ୟମନ୍ତ୍ରୀ

Vaccine

ନୂଆଦିଲ୍ଲୀ: ଦେଶରେ ଲଗାତର ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନକରେ ଲକ୍ଷେ ଉପରେ ଚିହ୍ନଟ ହେଉଛି କରୋନା ଆକ୍ରାନ୍ତ। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିନ୍ତା ପ୍ରକାଶ କରିଛନ୍ତି। ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Advertisment

ଦିଲ୍ଲୀରେ ଏବେ କରୋନାର ଚତୁର୍ଥ ୱେଭ ଜାରି ରହିଛି। ଏହି ଚତୁର୍ଥ ଫେଜ୍‌ରେ ସଂକ୍ରମଣ ହାର ଲଗାତର ବଢ଼ିଚାଲିଛି, ଯାହା ତୃତୀୟ ଫେଜ୍‌ଠାରୁ ମଧ୍ୟ ସର୍ବାଧିକ ।  ତେବେ ଏହି ମହାମାରୀର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍‌ ସମାଧାନ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି।

ଟିକା ନେବା ପାଇଁ ଥିବା ବୟସ କଟକଣା ହଟାଇବା ଉଚିତ। ମହାମାରୀର ଏହି ଚକ୍ର ଭାଙ୍ଗିବା ପାଇଁ ୪୫ ବର୍ଷରୁ କମ୍‌ ବୟସ୍କ ଲୋକଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ ବୋଲି ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Advertisment

କୋଭିଡ୍‌-୧୯ ଟିକା ନେବା ନିମନ୍ତେ ବୟସ କଟକଣା ଉଠାଇବା ପ୍ରସଙ୍ଗରେ ମୁଁ ଅନେକ ଥର କେନ୍ଦ୍ର ସରକାରଙ୍କୁ କହିଛି। ଦ୍ୱାର ଦ୍ୱାର ବୁଲି ଲୋକମାନଙ୍କୁ ଟିକା ଦେବା ନିମନ୍ତେ ଦିଲ୍ଲୀ ସରକାର ଅଭିଯାନ ଆରମ୍ଭ କରିଛନ୍ତି। ଦିଲ୍ଲୀର ୬୫% ଆକ୍ରାନ୍ତ ହେଉଛନ୍ତି ୪୫ ବର୍ଷରୁ କମ୍‌ ବୟସର ବ୍ୟକ୍ତି। ଏହାଛଡ଼ା, ସମ୍ପ୍ରତି ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ସଂକ୍ରମଣ ରୋକିବା ଲାଗି କେତେକ କଟକଣା ଲାଗୁ କରାଯାଇଛି। ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିବାର ଉଦ୍ଦେଶ୍ୟ ନାହିଁ। ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୭୮୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୧୪,୪୨୩ ରେ ପହଞ୍ଚିଛି ।

Covid Vaccine