Advertisment

ଅଗ୍ନିବୀରଙ୍କୁ ନିଯୁକ୍ତି ଅଫର୍‌ ଦେଲା ମହିନ୍ଦ୍ରା ଗ୍ରୁପ୍‌

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଅଗ୍ନିବୀରଙ୍କୁ ଏକ ବଡ ଅଫର୍‌ ଦେଇଛନ୍ତି। ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ମିଳିବ ନିଯୁକ୍ତି। ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ କାମ କରିବାକୁ ସୁଯୋଗ ମିଳିବ। ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ ବୋଲି କହିଛି ମହିନ୍ଦ୍ର ଗ୍ରୁପ୍। କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଟ୍ଵିଟ୍ କରି ଏପରି ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା। […]

ଅଦ୍ୟତନ ହୋଇଛି
ଅଗ୍ନିବୀରଙ୍କୁ ନିଯୁକ୍ତି ଅଫର୍‌ ଦେଲା ମହିନ୍ଦ୍ରା ଗ୍ରୁପ୍‌

anand-mahindra on agniveer

Advertisment

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଅଗ୍ନିବୀରଙ୍କୁ ଏକ ବଡ ଅଫର୍‌ ଦେଇଛନ୍ତି। ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ମିଳିବ ନିଯୁକ୍ତି। ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ କାମ କରିବାକୁ ସୁଯୋଗ ମିଳିବ। ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ ବୋଲି କହିଛି ମହିନ୍ଦ୍ର ଗ୍ରୁପ୍। କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଟ୍ଵିଟ୍ କରି ଏପରି ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା।

Advertisment

ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସେନାରେ ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ କୁ ବିରୋଧ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଯୋଜନା ଅଧୀନରେ ତାଲିମ ପ୍ରାପ୍ତ ଯୁବକମାନଙ୍କୁ ଚାକିରି ପ୍ରଦାନ କରିବାକୁ ଏକ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି। ସେ କହିଛନ୍ତି, 'ଗତ ବର୍ଷ ଯେତେବେଳେ ଏହି ଯୋଜନାର ସୂଚନା ଆସିଲା, ଏହାକୁ ନେଇ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା। ଏହା ଅଧୀନରେ ଶିଖିଥିବା ଅନୁଶାସନ ଏବଂ ଦକ୍ଷତା ସେମାନଙ୍କୁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ମହିନ୍ଦ୍ରା ଗ୍ରୁପ୍ ଏଭଳି ତାଲିମପ୍ରାପ୍ତ, ଦକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ସ୍ୱାଗତ କରୁଛି।'

ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ଆଡମିନିଷ୍ଟ୍ରେସନ୍, ସପ୍ଲାଇ ଚେନ୍ ଏବଂ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମିଳିବ। ଲିଡରସିପ୍ ଠାରୁ ଆରମ୍ଭ କରି ଦଳଗତ କାର୍ୟ୍ୟ ସବୁଥିରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି।

Advertisment

ମହିନ୍ଦ୍ରା ପକ୍ଷରୁ ଏହି ଅଫର ଏପରି ସମୟରେ ଆସିଛି ଯେତେବେଳେ ସରକାର ଏବଂ ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ବିରୋଧ  ହେବା ପରେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ୩ ସେନାର ଅଧିକାରୀ। ଏହା ସତ୍ତ୍ୱେ ଏହି ଯୋଜନାକୁ ବିରୋଧ କରିବା ଜାରି ରହିଛି।

ଅଗ୍ନିପଥ ଯୋଜନାକୁ ନେଇ ଲାଗିରହିଥିବା ବିବାଦ ଲଗାତାର ଭାବେ ବୃଦ୍ଧି ପାଉଛି। ହିଂସାକାଣ୍ଡ ତୀବ୍ର ହେବାରେ ଲାଗିଛି। ବିକ୍ଷୋଭ ପ୍ରଦର୍ଶନକାରୀମାନେ ବହୁ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ହିଂସା ଯୋଗୁ କେବଳ ବିହାର ରେଲୱେର ୭୦୦ କୋଟି କ୍ଷତି ହୋଇଥିବା ଆକଳନ କରାଯାଇଛି।

https://twitter.com/anandmahindra/status/1538696671932063745?s=20&t=81jGYRZO-6BRJ-mSOeTmfA

Agneepath Scheme
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe